ବୈଜୟନ୍ତଙ୍କ ନାଁ ନନେଇ ଟାର୍ଗେଟ କଲେ ନବୀନ

ପଟ୍ଟାମୁଣ୍ଡାଇ(ଓଡ଼ିଶା ରିପୋର୍ଟର):ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ପ୍ରଚାର ଥମିଥିବା ବେଳେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ଲାଗି ଆରମ୍ଭ ହୋଇଛି ଟକ୍କର । ଏଥିପାଇଁ ଜୋରଦାର ହୋଇଛି ସବୁ ଦଳର କ୍ୟାମ୍ପେନ୍। ବିଜେପି ପାଇଁ ଆଜି କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲ ପ୍ରଚାରର ମଙ୍ଗ ଧରିଥିବା ବେଳେ ବିଜେଡି ପାଇଁ ମଇଦାନକୁ ଓହ୍ଲାଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ମୁଖ୍ୟମନ୍ତ୍ରୀ କେନ୍ଦ୍ରାପଡ଼ା ଓ ଜଗତସିଂହପୁର ନିର୍ବାଚନମଣ୍ଡଳୀରେ ବିଭିନ୍ନ ବିଧାନସଭା କ୍ଷେତ୍ରରେ ମାରାଥନ୍ କ୍ୟାମ୍ପେନ କରିଥିଲେ। ତେବେ ରାଜନଗରରେ […]

nbb

nbb

Tapas Behera
  • Published: Sunday, 21 April 2019
  • Updated: 21 April 2019, 10:30 PM IST

Sports

Latest News

ପଟ୍ଟାମୁଣ୍ଡାଇ(ଓଡ଼ିଶା ରିପୋର୍ଟର):ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ପ୍ରଚାର ଥମିଥିବା ବେଳେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ଲାଗି ଆରମ୍ଭ ହୋଇଛି ଟକ୍କର । ଏଥିପାଇଁ ଜୋରଦାର ହୋଇଛି ସବୁ ଦଳର କ୍ୟାମ୍ପେନ୍। ବିଜେପି ପାଇଁ ଆଜି କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲ ପ୍ରଚାରର ମଙ୍ଗ ଧରିଥିବା ବେଳେ ବିଜେଡି ପାଇଁ ମଇଦାନକୁ ଓହ୍ଲାଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଆଜି ମୁଖ୍ୟମନ୍ତ୍ରୀ କେନ୍ଦ୍ରାପଡ଼ା ଓ ଜଗତସିଂହପୁର ନିର୍ବାଚନମଣ୍ଡଳୀରେ ବିଭିନ୍ନ ବିଧାନସଭା କ୍ଷେତ୍ରରେ ମାରାଥନ୍ କ୍ୟାମ୍ପେନ କରିଥିଲେ। ତେବେ ରାଜନଗରରେ ଆୟୋଜିତ ନିର୍ବାଚନୀ ସଭାରେ ଯୋଗ ଦେଇ ସାଂସଦ ପ୍ରାର୍ଥୀ ଅନୁଭବ ମହାନ୍ତି ଓ ବିଧାୟକ ପ୍ରାର୍ଥୀ ଧ୍ରୁବ ସାହୁଙ୍କ ପାଇଁ ଭୋଟ୍ ଭିକ୍ଷା କରିଥିଲେ ନବୀନ । ଏହି ଅବସରେରେ ସେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ନାଁ ନନେଇ ତାଙ୍କୁ ଟାର୍ଗେଟ୍ କରିଥିଲେ। କହିଥିଲେ ସେ କେନ୍ଦ୍ରାପଡ଼ାବାସୀଙ୍କ ବିଶ୍ୱାସ ଭାଙ୍ଗିଛନ୍ତି। ତାଙ୍କୁ ଏଥର ନିର୍ବାଚନରେ କେନ୍ଦ୍ରାପଡ଼ାବାସୀ ଉଚିତ ଜବାବ ଦେବେ ।
ନବୀନ କହିଥିଲେ ଯେ, କେନ୍ଦ୍ରାପଡ଼ା ହେଉଛି ବିଜୁବାବୁଙ୍କ କର୍ମଭୂମି। କେନ୍ଦ୍ରାପଡ଼ାର ସ୍ୱାଭିମାନୀ ଜନତାଙ୍କୁ ବିଜୁ ବାବୁ ତାଙ୍କ ପରିବାର ବୋଲି ଭାବୁଥିଲେ। କେନ୍ଦ୍ରାପଡ଼ା ଓଡ଼ିଶାର ଏକମାତ୍ର  ଉପକୂଳ ଜିଲ୍ଲା ଯେଉଁଠି ଏବେ ବି କୋଷ୍ଟାଲ ରେଲୱେ ନାହିଁ। ଏ ବିଷୟରେ ମୁଁ ବହୁବାର ଦାବି କରିଛି। ଥରେ ଦିଲ୍ଲୀରେ ମତେ ଜଣେ ସିନିଅର ମିନିଷ୍ଟର କହିଲେ ଆପଣଙ୍କ କେନ୍ଦ୍ରାପଡ଼ାରେ ରେଳ ନାହିଁ। ଏ କଥା ଆପଣ କହୁଛନ୍ତି।

କିନ୍ତୁ ଆପଣଙ୍କ କେନ୍ଦ୍ରାପଡ଼ା ଏମପି ସବୁ ବେଳେ ନିଜ ଇଣ୍ଡଷ୍ଟ୍ରି କଥା ଚିନ୍ତା କରୁଛନ୍ତି। ତାଙ୍କ କଥା ଶୁଣି ମତେ ବହୁତ ଦୁଃଖ ଲାଗିଲା। କେନ୍ଦ୍ରାପଡ଼ାରେ ଇଣ୍ଡଷ୍ଟ୍ରି କଥା ସେ ଚିନ୍ତା କରିନାହାନ୍ତି। ତାଙ୍କ ନିଜ ଇଣ୍ଡଷ୍ଟ୍ରି ପାଇଁ ସେ ବିଜିଥିଲେ। କେନ୍ଦ୍ରାପଡ଼ାରେ ଉନ୍ନତି ତାଙ୍କର ଏଜେଣ୍ଡା ନଥିଲା। ମୋ ଅନୁରୋଧରେ ଆପଣମାନେ ତାଙ୍କୁ ୨ ଥର ଏମପି କରିଛନ୍ତି। ତେଣୁ ମୁଁ ଆପଣଙ୍କ ନିକଟରେ ଉତ୍ତର ଦେଉଛି। ସେ ଆପଣଙ୍କ ବିଶ୍ୱାସ ଭାଙ୍ଗିଛନ୍ତି। ଏହା ବିଜୁ ବାବୁଙ୍କ ପ୍ରତି ଅସମ୍ମାନ। କେନ୍ଦ୍ରାପଡ଼ାବାବାସୀ ତାଙ୍କୁ ଉଚିତ୍‌ ଜବାବ ଦେବେ। କେନ୍ଦ୍ରାପଡ଼ାର ବିକାଶ ଏବେ ମୋର ଦାୟିତ୍ୱ। କେନ୍ଦ୍ରାପଡ଼ା ଏମପି ପାଇଁ ମୁଁ ଜଣେ ଭଲ ପ୍ରାର୍ଥୀ ଦେଇଛି। ଆପଣମାନେ ତାଙ୍କୁ ଆଶୀର୍ବାଦ କରନ୍ତୁ।"

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos