ଦଳୀୟ ନେତାଙ୍କୁ ନବୀନ ଲେଖିଲେ ଚିଠି: କୋଭିଡ୍ ନିୟମ ମାନି ନିର୍ବାଚନମଣ୍ଡଳୀ ସ୍ତରରେ ପାଳନ ହେବ ପ୍ରତିଷ୍ଠା ଦିବସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ୨୬ତାରିଖରେ ବିଜେଡି ତା’ର ୨୪ତମ ପ୍ରତିଷ୍ଠା ଦିବସ ପାଳନ କରିବ। ଏହି ପ୍ରତିଷ୍ଠା ଦିବସକୁ କୋଭିଡ୍ କଟକଣା ମଧ୍ୟରେ ନିର୍ବାଚନମଣ୍ଡଳୀସ୍ତରରେ ପାଳନ କରିବା ନିମନ୍ତେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ଲେଖି ନିଜର ଦଳୀୟ ନେତା ଓ ସାଂଗଠନିକ ପଦାଧିକାରୀମାନଙ୍କୁ ଅବଗତ କରିଛନ୍ତି। ଏହାସହିତ ବର୍ଷ ସାରା ବିଭିନ୍ନ ସାଂଗଠନିକ କାର୍ଯ୍ୟକ୍ରମ, ସମାଜ କଲ୍ୟାଣ କାର୍ଯ୍ୟକ୍ରମ ଓ ଲୋକସେବା ମାଧ୍ୟମରେ ରାଜ୍ୟବାସୀଙ୍କ ନିକଟତର ହେବା ପାଇଁ ଦଳୀୟ କାର୍ଯ୍ୟକ୍ରମର […]

naveen-patnaik

naveen-patnaik

Tapas Behera
  • Published: Tuesday, 22 December 2020
  • Updated: 22 December 2020, 07:51 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ୨୬ତାରିଖରେ ବିଜେଡି ତା’ର ୨୪ତମ ପ୍ରତିଷ୍ଠା ଦିବସ ପାଳନ କରିବ। ଏହି ପ୍ରତିଷ୍ଠା ଦିବସକୁ କୋଭିଡ୍ କଟକଣା ମଧ୍ୟରେ ନିର୍ବାଚନମଣ୍ଡଳୀସ୍ତରରେ ପାଳନ କରିବା ନିମନ୍ତେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ଲେଖି ନିଜର ଦଳୀୟ ନେତା ଓ ସାଂଗଠନିକ ପଦାଧିକାରୀମାନଙ୍କୁ ଅବଗତ କରିଛନ୍ତି। ଏହାସହିତ ବର୍ଷ ସାରା ବିଭିନ୍ନ ସାଂଗଠନିକ କାର୍ଯ୍ୟକ୍ରମ, ସମାଜ କଲ୍ୟାଣ କାର୍ଯ୍ୟକ୍ରମ ଓ ଲୋକସେବା ମାଧ୍ୟମରେ ରାଜ୍ୟବାସୀଙ୍କ ନିକଟତର ହେବା ପାଇଁ ଦଳୀୟ କାର୍ଯ୍ୟକ୍ରମର ଖସଡ଼ା ପ୍ରତିଷ୍ଠା ଦିବସରୁ ଆରମ୍ଭ ନିମନ୍ତେ ପରାମର୍ଶ ଦେଇଛନ୍ତି।

ଶ୍ରୀ ପଟ୍ଟନାୟକ ଆଜି ଦଳର ସମସ୍ତ ରାଜ୍ୟ କର୍ମକର୍ତ୍ତା, ବିଧାୟକ, ସାଂସଦ, ଜିଲ୍ଲା ପର୍ଯ୍ୟବେକ୍ଷକ, ଜିଲ୍ଲା ସଭାପତି, ବିଭିନ୍ନ ପ୍ରମୁଖ ସଂଗଠନର ରାଜ୍ୟ ସଭାପତି, ବ୍ଲକ ଓ ନଗର ସଭାପତିମାନଙ୍କୁ ଚିଠି ବିଜେଡି ଆସନ୍ତା ୨୬ତାରିଖରେ ତା’ର ୨୪ତମ ପ୍ରତିଷ୍ଠା ଦିବସ ପାଳନ କରୁଥିବା ନେଇ ସୂଚନା ଦେବା ସହ ରାଜ୍ୟବାସୀଙ୍କ ସେବାରେ ୨୩ବର୍ଷ ଧରି ନିଜକୁ ଉତ୍ସର୍ଗ କରିବା ଏକ ଆଂଚଳିକ ରାଜନୀତିକ ଦଳ ପାଇଁ କିଛି କମ୍ ଗୌରବର କଥା ନୁହେଁ ବୋଲି କହିଛନ୍ତି। କୋଭିଡ୍ ପରିସ୍ଥିତିରେ ସହଯୋଗର ହାତ ବଢ଼ାଇଥିବା ନେଇ ନବୀନ ଦଳୀୟ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଦେବା ସହ ଓଡ଼ିଶାର କୋଭିଡ୍ ପରିଚାଳନାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ପ୍ରଶଂସା କରିଛି ବୋଲି କହିଛନ୍ତି।

ରାଜ୍ୟବାସୀଙ୍କ ଅକୁଣ୍ଠ ସମର୍ଥନରେ ବିଜୁବାବୁଙ୍କ ନୀତି ଓ ଆଦର୍ଶରେ ଗଠିତ ଏହି ଆଂଚଳିକ ଦଳ ଓଡ଼ିଶାବାସୀଙ୍କ ଆଶା ଆକାଂକ୍ଷାକୁ ପୂରଣ କରିବା ପାଇଁ ନିରନ୍ତର ଉଦ୍ୟମ ଜାରି ରଖିଛି। ତେଣୁ ଆସନ୍ତା ୨୬ତାରିଖରେ ଦଳର ୨୪ତମ ପ୍ରତିଷ୍ଠା ଦିବସକୁ ରାଜ୍ୟସ୍ତରରେ ଓ ପ୍ରତ୍ୟେକ ନିର୍ବାଚନମଣ୍ଡଳୀ ସ୍ତରରେ ସମସ୍ତ ଦଳୀୟ କର୍ମକର୍ତ୍ତା, ପ୍ରମୁଖ ଦଳୀୟ ସଂଗଠନର ସଦସ୍ୟ ତଥା ଦଳୀୟ କର୍ମମାନଙ୍କୁ ସାଙ୍ଗରେ ନେଇ ନିୟମର କଡ଼ାକଡ଼ି ଅନୁପାଳନ ନିମନ୍ତେ ନିଷ୍ପତ୍ତି ନିଆଯାଇଛି। ପ୍ରତିଷ୍ଠା ଦିବସ ଅବସରରେ ରାଜ୍ୟବାସୀଙ୍କର ଉପରେ ରହିଥିବା ଆସ୍ଥାକୁ ବଜାୟ ରଖିବା, ଜନସେବାକୁ ଆମ ରାଜନୀତିକ ମୂଳମନ୍ତ୍ର ଭାବେ ଗ୍ରହଣ କରି କାମ କରିବାକୁ ନବୀନ ଆହ୍ୱା ଜଣାଇଛନ୍ତି। ଏହାସହିତ କୋଭିଡ୍ ନିୟମ ମାନି ସଂକ୍ରମଣରୁ ଦୂରେଇ ରହିବାକୁ ସେ ପୁଣିଥରେ ଦଳୀୟ କର୍ମକର୍ତ୍ତାଙ୍କୁ ପରାମର୍ଶ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story