ଶିଳ୍ପପତିଙ୍କୁ ନବୀନଙ୍କ ଖୋଲା ଅଫର: ଭାଗିଦାର ହୁଅ, ଅନ୍ୟ ରାଜ୍ୟଠୁ ଅଧିକ ଦେବୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନଭେମ୍ବର ୩୦ରୁ ହେବାକୁ ଥିବା ମେକ୍ ଇନ୍ ଓଡ଼ିଶା କନକ୍ଲେଭ ପୂର୍ବରୁ ଶିଳ୍ପପତିମାନଙ୍କୁ ଆକୃଷ୍ଟ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୋଲା ଅଫର ଦେଇଛନ୍ତି । ଓଡ଼ିଶାର ଶିଳ୍ପାୟନରେ ଭାଗିଦାର ହୁଅ, ଅନ୍ୟ ରାଜ୍ୟ ଯେତିକି ପ୍ରୋତ୍ସାହନ ଦେଉଥିବେ ତା’ଠୁ ଓଡ଼ିଶା ନିଶ୍ଚିତ ଭାବେ ଅଧିକ ପ୍ରୋତ୍ସାହନ ଯୋଗାଇ ଦେବ ବୋଲି ଶିଳ୍ପପତି ଓ ନିବେଶକମାନଙ୍କୁ ବ୍ୟବସାୟିକ ପ୍ରତିଶ୍ରୁତି ଦେଇଛନ୍ତି । ଆଜି ବେଙ୍ଗାଲୁରୁରେ ଆୟୋଜିତ ଇନଭେଷ୍ଟର୍ସ ମିଟରେ ସାମିଲ ପ୍ରାୟ ୪୦୦ଜଣ […]

Naveen

Naveen

Ordigital Desk
  • Published: Wednesday, 28 September 2022
  • Updated: 28 September 2022, 09:56 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନଭେମ୍ବର ୩୦ରୁ ହେବାକୁ ଥିବା ମେକ୍ ଇନ୍ ଓଡ଼ିଶା କନକ୍ଲେଭ ପୂର୍ବରୁ ଶିଳ୍ପପତିମାନଙ୍କୁ ଆକୃଷ୍ଟ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୋଲା ଅଫର ଦେଇଛନ୍ତି । ଓଡ଼ିଶାର ଶିଳ୍ପାୟନରେ ଭାଗିଦାର ହୁଅ, ଅନ୍ୟ ରାଜ୍ୟ ଯେତିକି ପ୍ରୋତ୍ସାହନ ଦେଉଥିବେ ତା’ଠୁ ଓଡ଼ିଶା ନିଶ୍ଚିତ ଭାବେ ଅଧିକ ପ୍ରୋତ୍ସାହନ ଯୋଗାଇ ଦେବ ବୋଲି ଶିଳ୍ପପତି ଓ ନିବେଶକମାନଙ୍କୁ ବ୍ୟବସାୟିକ ପ୍ରତିଶ୍ରୁତି ଦେଇଛନ୍ତି ।

ଆଜି ବେଙ୍ଗାଲୁରୁରେ ଆୟୋଜିତ ଇନଭେଷ୍ଟର୍ସ ମିଟରେ ସାମିଲ ପ୍ରାୟ ୪୦୦ଜଣ ଶିଳ୍ପପତି, ବ୍ୟବସାୟିକ ପ୍ରତିନିଧି ଓ ନିବେଶକଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଓଡ଼ିଶାରେ ନିବେଶ କରି ରାଜ୍ୟର ନୂଆ ଶିଳ୍ପାୟନ ଯୁଗରେ ଆମର ଭାଗିଦାରୀ ହେବାକୁ ଆହ୍ୱାନ କରିଛନ୍ତି । ନିଯୁକ୍ତିଭିତ୍ତିକ ଶିଳ୍ପାୟନ ଅଭିବୃଦ୍ଧି ନିମନ୍ତେ ସମସ୍ତ ପ୍ରକାରର ଇକୋସିଷ୍ଟମ ଉପଲବ୍ଧ କରିବାକୁ ଓଡ଼ିଶା ପ୍ରତିଶ୍ରୁତିବଦ୍ଧ । ବ୍ୟବସାୟିକ ପ୍ରୋତ୍ସାହନ ପାଇଁ ଯଦି କୌଣସି ରାଜ୍ୟ ‘ଏକ୍ସ’ ସହାୟତା ଦେଉଥିବେ ତା’ହେଲେ ଓଡ଼ିଶା ନିଶ୍ଚିିତ ଭାବେ ‘ଏକ୍ସ ପ୍ଲସ୍‌’ ସହାୟତା ଯୋଗାଇ ଦେବ । ଆମ ସରକାର ଏ ସଂକ୍ରାନ୍ତ ଆଲୋଚନା ପାଇଁ ସର୍ବଦା ପ୍ରସ୍ତୁତ ଅଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସମସ୍ତଙ୍କୁ ନଭେମ୍ବର ୩୦ରୁ ଡିସେମ୍ବର ୪ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ହେବାକୁ ଥିବା ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ସାମିଲ ହେବାକୁ ଆମନ୍ତ୍ରଣ କରିଛନ୍ତି । ଓଡ଼ିଶାର ରୂପାନ୍ତରଣ ଯାତ୍ରାରେ ଭାଗିଦାର ହୁଅନ୍ତୁ । ଓଡ଼ିଶା ଏବେ ସବୁ କ୍ଷେତ୍ରରେ ଦ୍ରୁତଗତିରେ ବିକାଶ କରୁଛି । ଆମର ପ୍ରାକୃତିକ ସମ୍ପଦ, ଦକ୍ଷ ମାନବ ସମ୍ବଳ, ଟେକ୍ନୋଲୋଜି ଓ ମ୍ୟାନୁଫାକଚରିଂ କ୍ଷେତ୍ରରେ ବିଶ୍ୱରେ ଏକ ପ୍ରମୁଖ ଶକ୍ତି ଭାବେ ଭାରତ ଉଭା ହୋଇଛି । ଏଥିପାଇଁ ଆପଣମାନଙ୍କର ଉଭାବନ ଓ ଉତ୍ସାହଜନକ କାର୍ଯ୍ୟ ପ୍ରଶଂସନୀୟ । ନିବେଶ ପ୍ରସ୍ତାବକୁ କାର୍ଯ୍ୟାନ୍ୱୟନରେ ଓଡ଼ିଶାର ଟ୍ରାକ ରେକର୍ଡ ଭଲ ରହିଛି ଓ ଦେଶର ଶୀର୍ଷ ରାଜ୍ୟରେ ଓଡ଼ିଶା ସାମିଲ ଅଛି । ମେକ୍ ଇନ୍ ଓଡ଼ିଶା କନକ୍ଲେଭ ହେଉଛି ରାଜ୍ୟର ଅଭିବୃଦ୍ଧିର ସୂଚନା ଓ ନିବେଶକଙ୍କୁ ଅଫର ଦେବାର ପ୍ଲାଟଫର୍ମ ।

ଏହି ନିବେଶକ ସମ୍ମିଳନୀରେ ଶିଳ୍ପ ମନ୍ତ୍ରୀ ପ୍ରତାପ କେଶରୀ ଦେବ ଏବେ ଓଡ଼ିଶା ଦେଶର ନିବେଶକଙ୍କ ପ୍ରଥମ ପସନ୍ଦର ସ୍ଥାନ ପାଲଟିଥିବା ସୂଚନା ଦେବା ସହ ଓଡ଼ିଶାରେ ନିବେଶର ଅନ୍ୱେଷଣ କରିବାକୁ ଆହ୍ୱାନ ଦେଇଛନ୍ତି ।

ଏହି ସମ୍ମିଳନୀରେ ଶିଳ୍ପ ସଚିବ ହେମନ୍ତ ଶର୍ମା, ଫିକି କର୍ଣ୍ଣାଟକ ଶାଖା ଅଧ୍ୟକ୍ଷ କେ ଉଲ୍ଲାସ କାମାଥ, ଆଇଟି ସଚିବ ମନୋଜ ମିଶ୍ର, ଷ୍ଟାର୍ଟଅପ୍ ଓଡ଼ିଶା କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଓମକାର ରାଏ ପ୍ରମୁଖ ଶିଳ୍ପପତି,ବ୍ୟବସାୟିକ ପ୍ରତିନିଧି ଓ ନିବେଶକଙ୍କୁ ସମ୍ବୋଧିତ କରି ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଆହ୍ୱାନ କରିଥିଲେ ।

ଏହାପୂର୍ବରୁ ଆଜି ଦିନରେ ମୁଖ୍ୟମନ୍ତ୍ରୀ ଶ୍ରୀପଟ୍ଟନାୟକ ଆଇବିଏମ୍ ଇଣ୍ଡିଆ ପରିଚାଳନା ସହଯୋଗୀ ଅମିତ୍ ଶର୍ମା, ୱିପ୍ରୋ-ଜେଇ ହେଲଥକେୟାର ସିଇଓ ଶ୍ରବଣ ସୁବ୍ରମଣ୍ୟମ, ଏବବି ଲିଃ ସିଏଫଓ ଟିକେ ଶ୍ରୀଧରଙ୍କ ସମେତ ମୋଟ ୨୦ଜଣ ଶିଳ୍ପପତିଙ୍କ ସହ ୱାନଟୁୱାନ୍ ବୈଠକ କରିଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos