କଂଗ୍ରେସରେ ମିଶିବେ ନବୀନ ନନ୍ଦ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡିରୁ ନିଲମ୍ବିତ ପୂର୍ବତନ ବିଧାୟକ ନବୀନ ନନ୍ଦ ଆସନ୍ତାକାଲି ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହେବେ। ତାଙ୍କୁ କଂଗ୍ରେସ ଢେଙ୍କାନାଳ ସଦର ବିଧାନସଭା ଆସନରୁ ପ୍ରାର୍ଥୀ କରିବାର ସମ୍ଭାବନା ରହିଛି। ମିଳିଥିବା ସୂଚନା ଅନୁସାରେ, ଶ୍ରୀ ନନ୍ଦ ତାଙ୍କର ସମର୍ଥକଙ୍କ ସହ ଆସନ୍ତାକାଲି କଂଗ୍ରେସ ଭବନ ଆସି ସେଠାରେ ପିସିସି ସଭାପତି ଓ ଅନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ କଂଗ୍ରେସରେ ସାମିଲ ହେବେ। ଶ୍ରୀ ନନ୍ଦ ପ୍ରଥମେ ବିଜେପିରେ ସାମିଲ ହେବା ପାଇଁ ଉଦ୍ୟମ […]

navin-nanda-join-in-congress

Manoranjan Sial
  • Published: Tuesday, 19 March 2019
  • , Updated: 19 March 2019, 10:17 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡିରୁ ନିଲମ୍ବିତ ପୂର୍ବତନ ବିଧାୟକ ନବୀନ ନନ୍ଦ ଆସନ୍ତାକାଲି ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହେବେ। ତାଙ୍କୁ କଂଗ୍ରେସ ଢେଙ୍କାନାଳ ସଦର ବିଧାନସଭା ଆସନରୁ ପ୍ରାର୍ଥୀ କରିବାର ସମ୍ଭାବନା ରହିଛି।

ମିଳିଥିବା ସୂଚନା ଅନୁସାରେ, ଶ୍ରୀ ନନ୍ଦ ତାଙ୍କର ସମର୍ଥକଙ୍କ ସହ ଆସନ୍ତାକାଲି କଂଗ୍ରେସ ଭବନ ଆସି ସେଠାରେ ପିସିସି ସଭାପତି ଓ ଅନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ କଂଗ୍ରେସରେ ସାମିଲ ହେବେ। ଶ୍ରୀ ନନ୍ଦ ପ୍ରଥମେ ବିଜେପିରେ ସାମିଲ ହେବା ପାଇଁ ଉଦ୍ୟମ କରିଥିଲେ। କିନ୍ତୁ ବିଜେପି ତାଙ୍କୁ ଢେଙ୍କାନାଳ ସଦର ବିଧାନସଭା ଆସନ ଟିକେଟ୍ ଦେବା ପାଇଁ ଅନିଚ୍ଛା ପ୍ରକାଶ କରିବା ପରେ ସେ କଂଗ୍ରେସରେ ସାମିଲ ହେଉଥିବା ଜଣାପଡ଼ିଛି।

Related story