ଚିତ୍ରକୋଣ୍ଡା(ରତ୍ନାକର ପ୍ରଧାନ): ନକ୍ସଲଙ୍କ ପିଏଲଜିଏ ସପ୍ତାହ ଚାଲିଥିବା ବେଳେ ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ଗୋମ୍ପାକୋଣ୍ଡା ଗ୍ରାମପଞ୍ଚାୟତର କାନାଗୁଡ଼ ଗାଁକୁ ଯିବା ବାଟରେ ନକ୍ସଲ ବ୍ୟାନର ଦେଖିବାକୁ ମିଳିଛି। ଏହି ବ୍ୟାନରରେ ପିଏଲଜିଏ ସପ୍ତାହ ପାଳନ କରିବାକୁ ଦର୍ଶାଯାଇଛି। ଏଥିରେ ଉଲ୍ଲେଖ ଅଛି, “ଗତ ୨ ତାରିଖରୁ ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ସପ୍ତାହବ୍ୟାପୀ ପିଏଲଜିଏ ଦିବସକୁ ବିପ୍ଳବ ପରମ୍ପରା ଅନୁସାରେ ଗାଁ ଗାଁରେ ପାଳନ କରନ୍ତୁ । ଶହିଦଙ୍କ ଅଧିକାର ସ୍ୱପ୍ନକୁ ପୂରା କରିବା ପାଇଁ ଶପଥ ନିଅନ୍ତୁ । ପୁଲିସ ଇନ୍ଫର୍ମରକୁ ପ୍ରଜାକୋର୍ଟରେ ଦଣ୍ଡ ଦିଆଯିବ” ବୋଲି ଉଲ୍ଲେଖ ରହିଛି। ଏହାବ୍ୟତୀତ ସେଥିରେ ଲାଲ ସଲାମ୍, ସିପିଆଇ (ନକ୍ସଲ) ଲେଖା ରହିଛି ।
ଘଟଣାସ୍ଥଳରେ ବିଏସଏଫ୍ ଯବାନ ପହଞ୍ଚି ବ୍ୟାନର ଜବତ କରିଛି। ନକ୍ସଲଙ୍କ ଏହି ପିଏଲଜିଏ ସପ୍ତାହ ପାଳନକୁ ନଜରରେ ରଖି ମାଲକାନଗିରି ପୁଲିସ୍ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଭିଜିଲାନ୍ସ ଜାଲରେ ଡେପୁଟି ଜେନେରାଲ୍ ମ୍ୟାନେଜର୍; ୪ଟି ସ୍ଥାନରେ ଚଢ଼ାଉ
ସୁବାଷ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଥିଲା।
Accident
ବାଲିଯାତ୍ରାରେ ଅଘଟଣ; ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଲିଗଲା ନାବାଳକଙ୍କ ଜୀବନ
କଟକ ତୁଳସୀପୁର ସ୍ଥିତ ଶିଶୁ ମନ୍ଦିରରେ ଯୁକ୍ତ ଦୁଇରେ ପଢୁଥିଲେ ବିଶ୍ୱ ପ୍ରକାଶ ।
Entertainment
ବିବାହ ବନ୍ଧନରେ ବାନ୍ଧି ହେଲେ ଏଲିନା; ଫ୍ୟାନଙ୍କୁ ଦେଲେ ସରପ୍ରାଇଜ୍
ଦୀର୍ଘ ବର୍ଷ ଧରି ଏଲିନା ଓ ଅନୁରାଗ ଘନିଷ୍ଠ ବନ୍ଧୁ ଥିଲେ। ଉଭୟଙ୍କ ବିବାହକୁ ନେଇ ଚର୍ଚ୍ଚା ହେଉଥିଲା।
Accident
ବାର୍ହା ପାଇଁ ବିଛା ଯାଇଥିଲା ବିଦ୍ୟୁତ ତାର, ସେଥିରେ ପଡ଼ି ଚାଲିଗଲା ୩ ହାତୀଙ୍କ ଜୀବନ !
ଆଜି ସକାଳେ ସ୍ଥାନୀୟ ଲୋକେ ବୁରମାଲ ଜଙ୍ଗଲ ୩ଟି ହାତୀ ମରି ପଡ଼ିଥିବା ଦେଖି ବନ ବିଭାଗକୁ ଖବର ଦେଇଥିଲେ।
Crime
ଉପ ଜିଲ୍ଲାପାଳଙ୍କ ଘରେ ପଶିଲା ଭିଜିଲାନ୍ସ; ୧୦ଟି ସ୍ଥାନରେ ଚଢ଼ାଉ
ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ସରକାରୀ ବାସଭବନ ସମେତ ଏକାକାଳୀନ ୧୦ଟି ସ୍ଥାନରେ ଚଢ଼ାଉ କରାଯାଇଛି।