କୋଠା ଉଡ଼ାଇ ଦେଲେ ନକ୍ସଲ

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ଓଡ଼ିଶା ଝାଡ଼ଖଣ୍ଡ ସୀମାନ୍ତରେ ନକ୍ସଲମାନେ ଲଙ୍କାକାଣ୍ଡ ଘଟାଇଛନ୍ତି। ଝାଡ଼ଖଣ୍ଡର ଗୋୟଲକେରାରେ ଥିବା ବନ ବିଭାଗର ନିର୍ମାଣାଧୀନ ଏକ କୋଠାକୁ ବିସ୍ଫୋରଣ କରି ଉଡ଼ାଇ ଦେଇଛନ୍ତି  ନକ୍ସଲ। ଏଥିସହ ନିର୍ବାଚନରେ ସାମିଲ ନ ହେବାକୁ ପୋଷ୍ଟର ଓ ବ୍ୟାନର ଲଗାଇଛନ୍ତି । ୨୫ରୁ ୩୦ ଜଣ ନକ୍ସଲ ଏଥିରେ ସାମିଲ ଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, କିଛିଦିନ ତଳେ ଛତିଶଗଡ଼ର ଦନ୍ତେୱାଡ଼ାରେ ନକ୍ସଲମାନେ ଆଇଇଡି ବିସ୍ଫୋରଣ କରିଥିଲେ। ଏଥିରେ ଜଣେ ବିଜେପି ବିଧାୟକ ଓ ୫ ସିଆରପିଏଫ ଯବାନ ସହିଦ ହୋଇଥିଲେ। ବିଜେପି ବିଧାୟକ ପ୍ରଚାର ପାଇଁ ଯାଉଥିବା ବେଳେ ଏମିତି କାଣ୍ଡ ଭିଆଇଥିଲେ ନକ୍ସଲ।