ଟିଭି କ୍ୟାମେରାମ୍ୟାନ ହତ୍ୟା ଘଟଣାରେ ସଂପୃକ୍ତ ନକ୍ସଲ ଗିରଫ

ମାଲକାନଗିରି(ଜିତେନ୍ଦ୍ର ବେଉରା): ଗତ ବିଧାନସଭା ନିର୍ବାଚନ ସମୟରେ ଦନ୍ତେୱାଡା ଜିଲ୍ଲାର ନୀଲବାୟା ଗାଁ ଜଙ୍ଗଲରେ ଏକ ଟିଭି ଚ୍ୟାନେଲର କ୍ୟାମେରାମ୍ୟାନ ଅଚ୍ୟୁତାନନ୍ଦ ସାହୁ ଏବଂ ୫ ଜଣ ଯବାନଙ୍କୁ ନକ୍ସଲ ହତ୍ୟା କରିଥିଲେ। ଏହି ଘଟଣାରେ ଜଡ଼ିତ ଥିବା ନକ୍ସଲକୁ ଦନ୍ତେୱାଡା ପୁଲିସ୍ ଗତକାଲି ଗିରଫ କରିଛି। ଗିରଫ ନକ୍ସଲ ନାଁ କୋସା। ତା’ ନାଁରେ ସରକାର ୧ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରିଥିଲେ। କୋସା ନାଁରେ ଆହୁରି ୧୨ଟି ମାମଲା ରହିଥିବା ଜଣାପଡ଼ିଛି। […]

malkangiri

malkangiri

Jyoshna Pradhan
  • Published: Saturday, 28 December 2019
  • Updated: 28 December 2019, 08:58 AM IST

Sports

Latest News

ମାଲକାନଗିରି(ଜିତେନ୍ଦ୍ର ବେଉରା): ଗତ ବିଧାନସଭା ନିର୍ବାଚନ ସମୟରେ ଦନ୍ତେୱାଡା ଜିଲ୍ଲାର ନୀଲବାୟା ଗାଁ ଜଙ୍ଗଲରେ ଏକ ଟିଭି ଚ୍ୟାନେଲର କ୍ୟାମେରାମ୍ୟାନ ଅଚ୍ୟୁତାନନ୍ଦ ସାହୁ ଏବଂ ୫ ଜଣ ଯବାନଙ୍କୁ ନକ୍ସଲ ହତ୍ୟା କରିଥିଲେ। ଏହି ଘଟଣାରେ ଜଡ଼ିତ ଥିବା ନକ୍ସଲକୁ ଦନ୍ତେୱାଡା ପୁଲିସ୍ ଗତକାଲି ଗିରଫ କରିଛି। ଗିରଫ ନକ୍ସଲ ନାଁ କୋସା। ତା’ ନାଁରେ ସରକାର ୧ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରିଥିଲେ। କୋସା ନାଁରେ ଆହୁରି ୧୨ଟି ମାମଲା ରହିଥିବା ଜଣାପଡ଼ିଛି।

ତେବେ ଏହି ଘଟଣାରେ ସଂପୃକ୍ତ ଥିବା ଆଉ ୫ ଜଣ ନକ୍ସଲ ମଧ୍ୟ ଦନ୍ତେୱାଡା ପୁଲିସ୍‌ ନିକଟରେ ଆତ୍ମସମର୍ପଣ କରିଛନ୍ତି। ନକ୍ସଲ ସଙ୍ଗଠନରେ ବଢୁଥିବା ନିର୍ଯାତନା, ଭେଦଭାବକୁ ସହ୍ୟ ନକରି ନପାରି ଏମାନେ ଆତ୍ମସମର୍ପଣ କରିଥିବା କହିଛନ୍ତି। ସେମାନଙ୍କ ମଧ୍ୟରୁ ମାଡ଼କମ ଦେବା ନାମରେ ସରକାର ୧ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos