ନକ୍ସଲଙ୍କ ତାଣ୍ଡବ, କେଉଁଠି ହତ୍ୟା ତ କେଉଁଠି ଗୁଳିବର୍ଷା

ମାଲକାନଗିରି(ଜିତେନ୍ଦ୍ର ବେଉରା): ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକୁମା ଓ ବିଜାପୁର ଜିଲ୍ଲାରେ ନକ୍ସଲମାନେ ବର୍ବରକାଣ୍ଡ ଘଟାଇଛନ୍ତି। କେଉଁଠି ନକ୍ସଲମାନେ ଘରୁ ଡାକି ନେଇ ହତ୍ୟା କରିଛନ୍ତି ତ ଆଉ କେଉଁଠି ପୁଲିସ କ୍ୟାମ୍ପ ଉପରେ ଗୁଳିବିନିମୟ କରିଛନ୍ତି। ସୁକୁମାର କୋଲାଇଗଡ଼ା ଅଞ୍ଚଳରେ ଗତକାଲି ବିଳମ୍ବିତ ରାତିରେ ନକ୍ସଲମାନେ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରିଛନ୍ତି। ମୃତ ବ୍ୟକ୍ତି ଜଣଙ୍କ ହେଲେ ଦୁଜି ଗଙ୍ଗା। ଦୁଜି ବହୁ ବର୍ଷ ଧରି ତେଲେଙ୍ଗାନାରେ ରହୁଥିଲେ। ସମ୍ପର୍କୀୟଙ୍କ ମୃତ୍ୟୁ ହୋଇଥିବା ଖବର […]

naxal

Tapaswini Nayak
  • Published: Monday, 18 April 2022
  • , Updated: 18 April 2022, 11:59 AM IST

ମାଲକାନଗିରି(ଜିତେନ୍ଦ୍ର ବେଉରା): ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକୁମା ଓ ବିଜାପୁର ଜିଲ୍ଲାରେ ନକ୍ସଲମାନେ ବର୍ବରକାଣ୍ଡ ଘଟାଇଛନ୍ତି। କେଉଁଠି ନକ୍ସଲମାନେ ଘରୁ ଡାକି ନେଇ ହତ୍ୟା କରିଛନ୍ତି ତ ଆଉ କେଉଁଠି ପୁଲିସ କ୍ୟାମ୍ପ ଉପରେ ଗୁଳିବିନିମୟ କରିଛନ୍ତି।

ସୁକୁମାର କୋଲାଇଗଡ଼ା ଅଞ୍ଚଳରେ ଗତକାଲି ବିଳମ୍ବିତ ରାତିରେ ନକ୍ସଲମାନେ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରିଛନ୍ତି। ମୃତ ବ୍ୟକ୍ତି ଜଣଙ୍କ ହେଲେ ଦୁଜି ଗଙ୍ଗା।

ଦୁଜି ବହୁ ବର୍ଷ ଧରି ତେଲେଙ୍ଗାନାରେ ରହୁଥିଲେ। ସମ୍ପର୍କୀୟଙ୍କ ମୃତ୍ୟୁ ହୋଇଥିବା ଖବର ଶୁଣି ସେ ଗାଁକୁ ଆସିଥିଲେ। ଗତକାଲି ରାତିରେ କିଛି ନକ୍ସଲ ଆସି ତାଙ୍କ ଘରୁ ଡାକିନେଇ ହତ୍ୟା କରିଥିବା ଜଣାଯାଇଛି। ବହୁତ ଦିନ ହେବ ଦୁଜି ନକ୍ସଲଙ୍କ ଟାର୍ଗେଟରେ ଥିଲେ।

[caption id="attachment_728269" align="aligncenter" width="650"] ଗାଡ଼ି ଜାଳିଦେଲେ ନକ୍ସଲ[/caption]

ସେହିପରି ଗତକାଲି ବିଜାପୁରର ଜିଲ୍ଲା କୁଟ୍ରୁରେ ଥିବା ପୁଲିସ କ୍ୟାମ୍ପ ଉପରେ ନକ୍ସଲମାନେ ଗୁଳିବର୍ଷଣ କରିଥିଲେ। ଏଥିରେ ୪ ଜଣ ଯବାନ ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ହେଲିକପ୍ଟର ଦ୍ୱାରା ରାୟପୁର ପଠାଯାଇଛି।

ରବିବାର ରାତିରେ ଦାନ୍ତେଓ୍ୱାଡା ଓ ବିଜାପୁରର ସୀମାନ୍ତ ମାଙ୍ଗାନାରରେ PMGSY ସଡ଼କ ର୍ନିମାଣ କାର୍ଯ୍ୟରେ ନିୟୋଜିତ ୬ଟି ଟ୍ରାକ୍ଟରକୁ ଜାଳି ଦେଇଛନ୍ତି ନକ୍ସଲ। ଏଥିସହ କାମ ବନ୍ଦ କରିବା ଲାଗି ବ୍ୟାନର ଲଗାଇଛନ୍ତି।

 

Related story