ବଲାଙ୍ଗିର(ମନୋରଞ୍ଜନ ଯୋଶୀ): ସାଧାରଣତନ୍ତ୍ର ଦିବସକୁ ବିରୋଧ କରି ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଅନ୍ତର୍ଗତ ଚାବରିପାଲି ଗାଁରେ ଦୁଇଟି ନକ୍ସଲ ପୋଷ୍ଟର ମରାଯାଇଥିବା ଦେଖିବାକୁ ମିଳିଛି। କମ୍ୱିଂ ଅପରେସନ୍ ସମୟରେ ବରଗଡ଼ ଜିଲ୍ଲା ବୁଡ଼େନ ଥାନାର ପୁଲିସ୍ କର୍ମଚାରୀମାନେ ଏହି ପୋଷ୍ଟର ଦୁଇଟି ଦେଖିଥିଲେ ଓ ସେଗୁଡ଼ିକୁ ଜବତ କରିଥିଲେ। ଏଥିସହ ଘଟଣାର ତଦନ୍ତ ଆରମ୍ଭ କରାଯାଇଛି।
ବଲାଙ୍ଗିର-ବରଗଡ଼ ଜିଲ୍ଲାର ସୀମାବର୍ତ୍ତୀ ଅଞ୍ଚଳରେ ନକ୍ସଲମାନେ ସକ୍ରିୟ ଥିବା ବେଳେ ଆଜି ପୋଷ୍ଟର ମାରି ନିଜ ଉପସ୍ଥିତି ଜାହିର କରିଛନ୍ତି। ପୋଷ୍ଟରରେ ସାଧାରଣତନ୍ତ୍ର ଦିବସକୁ ନକ୍ସଲମାନେ ବିରୋଧ କରି କଳାପତାକା ଉଡ଼ାଇବା ପାଇଁ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ। ଏହାସହିତ ଗଣତନ୍ତ୍ର ନାଁରେ ହିଟଲର ଶାସନ ଚାଲିଛି ଏବଂ ସର୍ବହରା ମାନେ ଅବହେଳିତ ହୋଇ ରହୁଛନ୍ତି ବୋଲି ପୋଷ୍ଟରରେ ଉଲ୍ଲେଖ କରାଯାଇଥିଲା। ପୋଷ୍ଟରରେ ନବଜନକ୍ରାନ୍ତି ଜିନ୍ଦାବାଦ, ବିଶ୍ୱ ସର୍ବହରା କ୍ରାନ୍ତି ଜିନ୍ଦାବାଦ ଲେଖାଯାଇଥିବା ବେଳେ ଶେଷରେ ବି.ବି.ଏମ ଡିଭିଜନ ବା ବଲାଙ୍ଗିର-ବରଗଡ- ମହାସମୁନ୍ଦ ଡିଭିଜନ କମିଟି ଲେଖାଯାଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Special
ଗାଁରୁ ପଞ୍ଚାୟତ ୨୦ କିମି; ନର୍କ ଯନ୍ତ୍ରଣା ଭୋଗୁଛନ୍ତି ଲୋକେ
ପାଦେ ପାଦେ ଜୀବନ ପ୍ରତି ବିପଦ ଥିବା ସତ୍ତ୍ୱେ ଲୋକଙ୍କୁମାନେ ଯିବା ପାଇଁ ବାଧ୍ୟ ହେଉଛନ୍ତି। କାହିଁକି ନା ପେଟର ଭୋକ ସେମାନଙ୍କ ପାଦକୁ ଜଙ୍ଗଲୀ ରାସ୍ତାରେ ଆଗକୁ ଟାଣି ନେଉଛି।
Crime
ହାଟରୁ ମିଳିଥିଲା ଅଧା ପୋଡ଼ା ମୃତଦେହ; ଟଙ୍କା ନ ଦେବାରୁ ଜାଳିଦେଇଥିଲେ ଦୁଇ ଦୋକାନୀ
ଗତ ୧୬ତାରିଖରେ କନ୍ଦା ମହାନ୍ତ କେନ୍ଦୁଜୁଆଣି ହାଟକୁ ଆସିଥିଲେ। ସେଠାରେ ସେ ଉଭୟ ଦୋକାନୀଙ୍କ ନିକଟରୁ ପତ୍ରପୋଡା ମାଂସ ସହିତ ଚଣା ଆଣି ଖାଇଥିଲେ। ମାତ୍ର ସେମାନଙ୍କୁ ସେ ଟଙ୍କା ଦେଇ ନ ଥିଲେ।
Politics
ପିଏସୟୁକୁ କେମିତି ମିଳୁଛି କାମ?
ଭୁବନେଶ୍ୱରରେ ଏକ ତାରକା ହୋଟେଲ ସାମନାରେ ଲାଞ୍ଚ ପାଇଁ ନିଆଯାଉଥିବା ୧୦ ଲକ୍ଷ ଟଙ୍କା ଧରା ପଡ଼ିବା ପରେ ଏବେ ସିବିଆଇ ରାଡରରେ ଆଇଏଏସ ଅଫିସର ବିଷ୍ଣୁପଦ ସେଠୀ।
![Police Attack Police Attack](https://assets.odishareporter.in/uploadimage/library/16_9/16_9_3/IMAGE_1734591439.jpg)
Crime
ପୁଲିସ ବାବୁଙ୍କ ଦବଙ୍ଗଗିରି; ଅଭିଯୁକ୍ତକୁ ନିର୍ଧୂମ ପିଟିଲେ, ପିଠି ଉପରେ ଚଢ଼ିଗଲେ
ଘଟଣା ଘଟିଛି କଟକ ଜିଲ୍ଲା ବାଙ୍କୀ ଅଞ୍ଚଳରେ।
![Ed Raid Ed Raid](https://assets.odishareporter.in/uploadimage/library/16_9/16_9_3/Ed_Raid_1734585988.jpg)
Crime
ଆକ୍ସନ ମୁଡରେ ଇଡି; ଦ୍ୱିତୀୟ ଦିନରେ ପ୍ରମିଳା ମଲ୍ଲିକଙ୍କ ଭାଇଙ୍କ ଘରେ ରେଡ୍
ଗତକାଲି ସମ୍ବଲପୁରରେ ଥିବା ବିଶ୍ୱ ଏନଜିଓର ମୁଖ୍ୟ କାର୍ଯ୍ୟାଳୟ ସମେତ ୩ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଥିଲା। ଦିଲ୍ଲୀରେ ମଧ୍ୟ ଇଡି ପକ୍ଷରୁ ଚଢ଼ାଉ କରାଯାଇଥିଲା।