ବାଲିଗୁଡ଼ା(ଅଜିତ ନାୟକ): ନକ୍ସଲଙ୍କ ସହିଦ ସପ୍ତାହର ଶେଷ ଦିନରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବସଷ୍ଟାଣ୍ଡରେ ନକ୍ସଲ ବିରୋଧୀ ପୋଷ୍ଟର ଲାଗିଛି। ଆଣ୍ଟି ନକ୍ସଲ ପିପୁଲସ୍ ପିସ୍ ଫୋର୍ସ କନ୍ଧମାଳ ଜିଲ୍ଲା କମିଟି ତରଫରୁ ଏହି ପୋଷ୍ଟର ଲଗାଯାଇଛି। ଆସନ୍ତା ୫ ତାରିଖରେ ନକ୍ସଲ ନିନ୍ଦା ସପ୍ତାହ ପାଳନ କରିବାକୁ ପୋଷ୍ଟରରେ ଉଲ୍ଲେଖ ରହିଛି।
ନକ୍ସଲମାନଙ୍କୁ ଆଦିବାସୀ ହତ୍ୟାକାରୀ ଓ ବିକାଶ ବିରୋଧୀ ବୋଲି ଆଖ୍ୟା ଦିଆଯାଇଛି। ନକ୍ସଲଙ୍କ ସହିଦ ସପ୍ତାହକୁ ଜନସାଧାରଣ ଭୟ ନକରିବାକୁ ମଧ୍ୟ ଏହି ପୋଷ୍ଟରରେ ଉଲ୍ଲେଖ ଅଛି।
ସୂଚନାଯୋଗ୍ୟ, ଜୁଲାଇ ୨୮ ତାରିଖରୁ ଅଗଷ୍ଟ ୩ ଯାଏ ନକ୍ସଲମାନେ ସହିଦ୍ ସପ୍ତାହ ଦିବସ ପାଳନ କରୁଛନ୍ତି। ସରକାରଙ୍କ ନକ୍ସଲ ଦମନ ନୀତିକୁ ବିରୋଧ କରି ପ୍ରତିବର୍ଷ ବିଭିନ୍ନ ନକ୍ସଲ ସଂଗଠନ ତରଫରୁ ଏହି ସପ୍ତାହ ପାଳନ କରାଯାଇଥାଏ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଭିଜିଲାନ୍ସ ଜାଲରେ ଡେପୁଟି ଜେନେରାଲ୍ ମ୍ୟାନେଜର୍; ୪ଟି ସ୍ଥାନରେ ଚଢ଼ାଉ
ସୁବାଷ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଥିଲା।
Accident
ବାଲିଯାତ୍ରାରେ ଅଘଟଣ; ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଲିଗଲା ନାବାଳକଙ୍କ ଜୀବନ
କଟକ ତୁଳସୀପୁର ସ୍ଥିତ ଶିଶୁ ମନ୍ଦିରରେ ଯୁକ୍ତ ଦୁଇରେ ପଢୁଥିଲେ ବିଶ୍ୱ ପ୍ରକାଶ ।
Entertainment
ବିବାହ ବନ୍ଧନରେ ବାନ୍ଧି ହେଲେ ଏଲିନା; ଫ୍ୟାନଙ୍କୁ ଦେଲେ ସରପ୍ରାଇଜ୍
ଦୀର୍ଘ ବର୍ଷ ଧରି ଏଲିନା ଓ ଅନୁରାଗ ଘନିଷ୍ଠ ବନ୍ଧୁ ଥିଲେ। ଉଭୟଙ୍କ ବିବାହକୁ ନେଇ ଚର୍ଚ୍ଚା ହେଉଥିଲା।
Accident
ବାର୍ହା ପାଇଁ ବିଛା ଯାଇଥିଲା ବିଦ୍ୟୁତ ତାର, ସେଥିରେ ପଡ଼ି ଚାଲିଗଲା ୩ ହାତୀଙ୍କ ଜୀବନ !
ଆଜି ସକାଳେ ସ୍ଥାନୀୟ ଲୋକେ ବୁରମାଲ ଜଙ୍ଗଲ ୩ଟି ହାତୀ ମରି ପଡ଼ିଥିବା ଦେଖି ବନ ବିଭାଗକୁ ଖବର ଦେଇଥିଲେ।
Crime
ଉପ ଜିଲ୍ଲାପାଳଙ୍କ ଘରେ ପଶିଲା ଭିଜିଲାନ୍ସ; ୧୦ଟି ସ୍ଥାନରେ ଚଢ଼ାଉ
ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ସରକାରୀ ବାସଭବନ ସମେତ ଏକାକାଳୀନ ୧୦ଟି ସ୍ଥାନରେ ଚଢ଼ାଉ କରାଯାଇଛି।