ନକ୍ସଲଙ୍କ ସହିଦ ସପ୍ତାହର ଶେଷ ଦିନରେ ଲାଗିଲା ନକ୍ସଲ ବିରୋଧୀ ପୋଷ୍ଟର 

ବାଲିଗୁଡ଼ା(ଅଜିତ ନାୟକ):  ନକ୍ସଲଙ୍କ ସହିଦ ସପ୍ତାହର ଶେଷ ଦିନରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବସଷ୍ଟାଣ୍ଡରେ ନକ୍ସଲ ବିରୋଧୀ ପୋଷ୍ଟର ଲାଗିଛି। ଆଣ୍ଟି ନକ୍ସଲ ପିପୁଲସ୍ ପିସ୍‌ ଫୋର୍ସ କନ୍ଧମାଳ ଜିଲ୍ଲା କମିଟି ତରଫରୁ  ଏହି ପୋଷ୍ଟର ଲଗାଯାଇଛି। ଆସନ୍ତା ୫ ତାରିଖରେ ନକ୍ସଲ ନିନ୍ଦା ସପ୍ତାହ ପାଳନ କରିବାକୁ ପୋଷ୍ଟରରେ ଉଲ୍ଲେଖ ରହିଛି। ନକ୍ସଲମାନଙ୍କୁ ଆଦିବାସୀ ହତ୍ୟାକାରୀ ଓ ବିକାଶ ବିରୋଧୀ ବୋଲି ଆଖ୍ୟା ଦିଆଯାଇଛି। ନକ୍ସଲଙ୍କ ସହିଦ ସପ୍ତାହକୁ ଜନସାଧାରଣ ଭୟ ନକରିବାକୁ ମଧ୍ୟ ଏହି […]

baliguda

Jyoshna Pradhan
  • Published: Saturday, 03 August 2019
  • , Updated: 03 August 2019, 10:14 AM IST

ବାଲିଗୁଡ଼ା(ଅଜିତ ନାୟକ):  ନକ୍ସଲଙ୍କ ସହିଦ ସପ୍ତାହର ଶେଷ ଦିନରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବସଷ୍ଟାଣ୍ଡରେ ନକ୍ସଲ ବିରୋଧୀ ପୋଷ୍ଟର ଲାଗିଛି। ଆଣ୍ଟି ନକ୍ସଲ ପିପୁଲସ୍ ପିସ୍‌ ଫୋର୍ସ କନ୍ଧମାଳ ଜିଲ୍ଲା କମିଟି ତରଫରୁ  ଏହି ପୋଷ୍ଟର ଲଗାଯାଇଛି। ଆସନ୍ତା ୫ ତାରିଖରେ ନକ୍ସଲ ନିନ୍ଦା ସପ୍ତାହ ପାଳନ କରିବାକୁ ପୋଷ୍ଟରରେ ଉଲ୍ଲେଖ ରହିଛି।

ନକ୍ସଲମାନଙ୍କୁ ଆଦିବାସୀ ହତ୍ୟାକାରୀ ଓ ବିକାଶ ବିରୋଧୀ ବୋଲି ଆଖ୍ୟା ଦିଆଯାଇଛି। ନକ୍ସଲଙ୍କ ସହିଦ ସପ୍ତାହକୁ ଜନସାଧାରଣ ଭୟ ନକରିବାକୁ ମଧ୍ୟ ଏହି ପୋଷ୍ଟରରେ ଉଲ୍ଲେଖ ଅଛି।

ସୂଚନାଯୋଗ୍ୟ, ଜୁଲାଇ ୨୮ ତାରିଖରୁ ଅଗଷ୍ଟ ୩ ଯାଏ ନକ୍ସଲମାନେ ସହିଦ୍ ସପ୍ତାହ ଦିବସ ପାଳନ କରୁଛନ୍ତି। ସରକାରଙ୍କ ନକ୍ସଲ ଦମନ ନୀତିକୁ ବିରୋଧ କରି ପ୍ରତିବର୍ଷ ବିଭିନ୍ନ ନକ୍ସଲ ସଂଗଠନ ତରଫରୁ ଏହି ସପ୍ତାହ ପାଳନ କରାଯାଇଥାଏ।

Related story