ନକ୍ସଲ ପୋଡ଼ିଦେଲେ ୪ଟି ଗାଡ଼ି

ବାଲିଗୁଡ଼ା (ଅଜିତ ନାୟକ): କନ୍ଧମାଳ ଜିଲ୍ଲାରେ ନକ୍ସଲଙ୍କ ଲଙ୍କାକାଣ୍ଡ। ରାସ୍ତାକାମକୁ ବିରୋଧ କରି ବାଲିଗୁଡ଼ା ଥାନା ଅଧିନ କଞ୍ଜାଲଗୁ ଘାଟିରେ ଥିବା ଏକ ଠିକା କମ୍ପାନୀର ୪ଟି ଗାଡ଼ି ଯଥା ଗୋଟିଏ ହାଇୱା, ଟ୍ରାକ୍ଟର, ଟ୍ୟାଙ୍କର ଓ ରୋଲରକୁ ପୋଡ଼ି ଦେଇଛନ୍ତି। ଗତକାଲି ରାତିରେ ୧୦ରୁ ୧୨ ଜଣ ସଶସ୍ତ୍ର ନକ୍ସଲ ଠିକା କମ୍ପାନୀର କ୍ୟାମ୍ପରେ ପହଞ୍ଚି କର୍ମଚାରୀଙ୍କୁ କାମ ବନ୍ଦ କରିବା ପାଇଁ ଧମକ ଚମକ ଦେଇଥିଲେ। ଏହାପରେ ୪ଟି ଗାଡ଼ି ପୋଡ଼ି ଦେଇ ଲାଲ […]

ggggggggggg

Tapaswini Nayak
  • Published: Monday, 17 August 2020
  • , Updated: 17 August 2020, 02:19 PM IST

ବାଲିଗୁଡ଼ା (ଅଜିତ ନାୟକ): କନ୍ଧମାଳ ଜିଲ୍ଲାରେ ନକ୍ସଲଙ୍କ ଲଙ୍କାକାଣ୍ଡ। ରାସ୍ତାକାମକୁ ବିରୋଧ କରି ବାଲିଗୁଡ଼ା ଥାନା ଅଧିନ କଞ୍ଜାଲଗୁ ଘାଟିରେ ଥିବା ଏକ ଠିକା କମ୍ପାନୀର ୪ଟି ଗାଡ଼ି ଯଥା ଗୋଟିଏ ହାଇୱା, ଟ୍ରାକ୍ଟର, ଟ୍ୟାଙ୍କର ଓ ରୋଲରକୁ ପୋଡ଼ି ଦେଇଛନ୍ତି।

ଗତକାଲି ରାତିରେ ୧୦ରୁ ୧୨ ଜଣ ସଶସ୍ତ୍ର ନକ୍ସଲ ଠିକା କମ୍ପାନୀର କ୍ୟାମ୍ପରେ ପହଞ୍ଚି କର୍ମଚାରୀଙ୍କୁ କାମ ବନ୍ଦ କରିବା ପାଇଁ ଧମକ ଚମକ ଦେଇଥିଲେ। ଏହାପରେ ୪ଟି ଗାଡ଼ି ପୋଡ଼ି ଦେଇ ଲାଲ ବାହିନୀ ଜିନ୍ଦାବାଦ ନାରା ଦେଇ ପଳାଇ ଯାଇଥିଲେ।

ନକ୍ସଲମାନେ ସେଠାରେ  ଏକ ପୋଷ୍ଟର ଛାଡ଼ି ଯାଇଥିଲେ। ସିର୍ଲା ଜଙ୍ଗଲରେ ଘଟିଥିବା ଏନକାଉଣ୍ଟରକୁ ବିରୋଧ କରିବା ସହ ଆସନ୍ତା ୧୮ ତାରିଖ ବନ୍ଦକୁ ସଫଳ କରିବାକୁ ଆହ୍ୱାନ ଦେଇଥିଲେ।

Related story