ଚାରୋଟି ଗାଡ଼ି ପୋଡ଼ି ଦେଲେ ନକ୍ସଲ !

ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ରାଉରକେଲା ସୀମାନ୍ତ ଝାଡ଼ଖଣ୍ଡର ସିମଡେଗା ଜିଲ୍ଲାର ଗୋରା ବାଲିଘାଟରେ ଦୁଇଟି ହାଇୱା ସହିତ ଚାରୋଟି ଗାଡ଼ିକୁ କେହି ଦୁର୍ବୃତ୍ତ ପୋଡ଼ି ଦେଇଛନ୍ତି। ତେବେ ଏହା ନକ୍ସଲମାନଙ୍କ କାମ ବୋଲି କୁହାଯାଉଛି। ନକ୍ସଲମାନେ ମୋଟର ସାଇକେଲ୍‌ରେ ଆସି ଗାଡ଼ି ଜାଳିବା ସହ ଗୁଳି ଫୁଟାଇଥିବା କୁହାଯାଉଛି। ତେବେ ଗାଡ଼ି ଚାଳକମାନେ ଜୀବନ ଭୟରେ ଜଙ୍ଗଲ ଭିତରକୁ ଚାଲି ଯାଇଥିଲେ ବୋଲି ଜଣାପଡ଼ିଛି।  ଅନ୍ୟପକ୍ଷରେ ଏହି ଅଞ୍ଚଳରେ ପୂର୍ବରୁ  ପିଏଲ୍‌ଏଫ୍‌ଆଇ ସଦସ୍ୟ ନିଜ ଉପସ୍ଥିତି ଜାହିର […]

raurkela

Jyoshna Pradhan
  • Published: Friday, 07 June 2019
  • , Updated: 07 June 2019, 01:51 PM IST

ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ରାଉରକେଲା ସୀମାନ୍ତ ଝାଡ଼ଖଣ୍ଡର ସିମଡେଗା ଜିଲ୍ଲାର ଗୋରା ବାଲିଘାଟରେ ଦୁଇଟି ହାଇୱା ସହିତ ଚାରୋଟି ଗାଡ଼ିକୁ କେହି ଦୁର୍ବୃତ୍ତ ପୋଡ଼ି ଦେଇଛନ୍ତି। ତେବେ ଏହା ନକ୍ସଲମାନଙ୍କ କାମ ବୋଲି କୁହାଯାଉଛି। ନକ୍ସଲମାନେ ମୋଟର ସାଇକେଲ୍‌ରେ ଆସି ଗାଡ଼ି ଜାଳିବା ସହ ଗୁଳି ଫୁଟାଇଥିବା କୁହାଯାଉଛି। ତେବେ ଗାଡ଼ି ଚାଳକମାନେ ଜୀବନ ଭୟରେ ଜଙ୍ଗଲ ଭିତରକୁ ଚାଲି ଯାଇଥିଲେ ବୋଲି ଜଣାପଡ଼ିଛି। 

ଅନ୍ୟପକ୍ଷରେ ଏହି ଅଞ୍ଚଳରେ ପୂର୍ବରୁ  ପିଏଲ୍‌ଏଫ୍‌ଆଇ ସଦସ୍ୟ ନିଜ ଉପସ୍ଥିତି ଜାହିର କରିଛନ୍ତି। ଏହି କାଣ୍ଡ କେଉଁ ସଙ୍ଗଠନ ଘଟାଇଛି, ତାହା ସ୍ପଷ୍ଟ ହୋଇନାହିଁ।

Related story