ଫୁଲବାଣୀ(ତ୍ରୀନାଥ ସାହୁ): କନ୍ଧମାଳ ଜିଲ୍ଲା ଚକାପାଦ ଥାନା ଲେଙ୍ଗେରିମୁଣ୍ଡା ଜଙ୍ଗଲରେ ଗତକାଲି ଏକ ନକ୍ସଲ କ୍ୟାମ୍ପ ଧ୍ୱଂସ କଲେ ସୁରକ୍ଷା କର୍ମୀ । SOG ଓ DVF ମିଳିତ ଚଢ଼ାଉ ପରେ ଏପରି ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ନିଆଯାଇଛି।
ପ୍ରଥମେ ସୁରକ୍ଷାକର୍ମୀଙ୍କ ଉପରକୁ ମାଓବାଦୀ ଗ୍ରେନେଡ୍ ମାଡ଼ ଓ ଗୁଳି ଚଳାଇଥିଲେ । ଫଳରେ ସୁରକ୍ଷା କର୍ମୀଙ୍କ ପାଲଟା ଆକ୍ରମଣରେ ମାଓବାଦୀମାନେ ଛତ୍ରଭଙ୍ଗ ଦେଇଛନ୍ତି । ଘଟଣାସ୍ଥଳରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରାଯାଇଛି।
ଏ ସମ୍ପର୍କରେ ଏସ୍ପି କହିଛନ୍ତି, ଗତ ୭ ତାରିଖ ସକାଳେ ଟିମ୍ ସେଠାରେ ସର୍ଚ୍ଚ ଅପରେସନ କରୁଥିଲା। ଉକ୍ତ ସମୟରେ ନକ୍ସଲମାନେ ଗୁଳି ଚାଳନା କରିଥିଲା। ଏହାପରେ ଆତ୍ମସମର୍ପଣ ନିମନ୍ତେ ସୁରକ୍ଷାକର୍ମୀ ସେମାନଙ୍କୁ ପ୍ରସ୍ତାବ ଦେଇଥିଲେ ମଧ୍ୟ ସେମାନେ ଗୁଳିଚାଳନା ଜାରି ରଖିଥିଲେ। ଏହାପରେ ସୁରକ୍ଷାକର୍ମୀଙ୍କ ପାଲଟା ଗୁଳି ଚାଳନାରେ ସେମାନେ ଛତ୍ରଭଙ୍ଗ ଦେଇ ପଳାଇଲେ। ଘଟଣାସ୍ଥଳରୁ ଡେଟୋନେଟର, ହ୍ୟାଣ୍ଡ ଗ୍ରେନେଣ୍ଡ ଆଦି ବହୁ ମାରଣାସ୍ତ୍ର ଓ ଏଥିରେ ବ୍ୟବହୃତ ସରଞ୍ଜାମ ଜବତ ହୋଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Accident
ଜଳିଗଲା ଧାନ ଗଦା, ୧୦ ଏକର ଜମିର ଧାନ ଫସଲ ଭସ୍ମ
ଗତକାଲି କିଛି ଦୁର୍ବୃତ୍ତମାନେ ଧାନ ଗଦାରେ ନିଆଁ ଲଗାଇ ଦେଇଥିଲେ।
Miscellaneous
ଖୋଲିଲା ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍; ଏଣିକି ମଣ୍ଡି ଜଗୁଛି ସିସିଟିଭି
ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏହି ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍କୁ ଉଦ୍ଘାଟନ କରିଛନ୍ତି। ମଣ୍ଡି ସଂପର୍କିତ ଅସୁବିଧା ନେଇ ଟୋଲ୍ ଫ୍ରି ନମ୍ବର ୧୯୬୭ରେ କଲ୍ କରିପାରିବେ ଚାଷୀ।
Accident
ଡମ୍ଫରକୁ ପିଟିଲା ଆମ୍ବୁଲାନ୍ସ; ଜଣେ ମୃତ, ୩ ଆହତ
ଗତକାଲି ରାତିରେ ପଶ୍ଚିମବଙ୍ଗରୁ ଏକ ଆମ୍ବୁଲାନ୍ସଟି ରୋଗୀ ନେଇ ଭୁବନେଶ୍ୱର ଅଭିମୁଖେ ଆସୁଥିଲା।
Accident
ଟ୍ରାକ୍ରେ ଦୌଡ଼ୁଥିଲା ଟ୍ରେନ୍, ତଳେ ଲାଗିଲା ନିଆଁ
କୋରାପୁଟ ଜିଲ୍ଲା ମାଛକୁଣ୍ଡ ଷ୍ଟେଶନ ନିକଟରେ ଗତକାଲି ବିଶାଖାପାଟଣା-କିରାଣ୍ଡୁଳକୁ ସଂଯୋଗ କରୁଥିବା କେକେ ରେଳପଥରେ ଏକ ମାଲବାହୀ ଟ୍ରେନରେ ନିଆଁ ଲାଗି ଯାଇଥିଲା। ଏଥିଯୋଗୁ ମାଲବାହୀ ଟ୍ରେନ୍ର ପ୍ରାୟ ୮ଟି ବଗି କ୍ଷତିଗ୍ରସ୍ତ ହୋଇଛି।