ମାଲକାନଗିରି (ଓଡ଼ିଶା ରିପୋର୍ଟର): ଭଉଣୀର ରାକ୍ଷୀ ଆଗରେ ହାର ମାନିଲା ହିଂସାର ରାସ୍ତା। ଭଉଣୀକୁ ରାକ୍ଷୀ ପୂର୍ଣ୍ଣିମାରେ ନିଆରା ଉପହାର ହେଇଛି ଭାଇ। ଉଭଣୀର କଥା ମାନି ରକ୍ତପାତର ରାସ୍ତା ଛାଡ଼ି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ନିଷ୍ପତ୍ତି ନେଇଛି ଜଣେ ଦୁର୍ଦ୍ଦାନ୍ତ ନକ୍ସଲ। ଏହି ଘଟଣା ହେଉଛି ଛତିଶଗଡ଼ ଦାନ୍ତେଓ୍ୱାଡ଼ା ଅଞ୍ଚଳର।
ଦୁର୍ଦ୍ଦାନ୍ତ ନକ୍ସଲ ମାଲା। ତାଙ୍କ ନାଁରେ ଅନେକ ମାମଲା ରହିଛି। ଆଜି ରକ୍ଷା ବନ୍ଧନ ଥିବାରୁ ସେ ତାଙ୍କ ଭଉଣୀଙ୍କ ପାଖକୁ ଆସିଥିଲେ। ରାକ୍ଷୀ ବାନ୍ଧିବା ପରେ ଉପହାର ମାଗିବାକୁ କହିଥିଲା ମାଲା। ଭଉଣୀ କହିଥିଲେ, “ଭାଇ ଯଦି ଉପହାର ଦେବାକୁ ଚାହୁଁଛୁ, ତେବେ ଏହି ହିଂସାର ବାଟ ଛାଡ଼ି ଦେ’। କଣ ମିଳୁଛି ସେହି ରକ୍ତପାତରୁ।” ଉଭଣୀର ସ୍ନେହ ଆଗରେ ହାର ମାନିଥିଲା ଲାଲ୍ ହିଂସା। ଶେଷରେ ମାଲା ଦାନ୍ତେଓ୍ୱାଡ଼ା ଏସ୍ପିଙ୍କ ପାଖରେ ଆତ୍ମସମର୍ପଣ କରିଛନ୍ତି ମାଲା।
ବିଭିନ୍ନ ହିଂସା ପାଇଁ ମାଲା ନାଁରେ ୮ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥିଲେ ସରକାର। ଏସ୍ ଅଭିଷେକ ପଲ୍ଲବ କହିଛନ୍ତି, ମାଲା ପାଇଁ ପୁନର୍ବାସ ଓ ଥଇଥାନ ଯୋଜନାରେ ସବୁ ସୁବିଧା ଯୋଗାଇ ଦିଆଯିବ।