ବାଲିଗୁଡ଼ା (ଅଜିତ ନାୟକ): ପୁଲିସ୍ର ଜୋରଦାର କମ୍ବିଂ ଅପରେସନ ଯୋଗୁ ଦୀର୍ଘ ଦିନ ହେଲା ଚୁପ୍ ହୋଇ ରହିଥିବା ନକ୍ସଲ ପୁଣିଥରେ ଆରମ୍ଭ କରି ଦେଇଛନ୍ତି ବର୍ବର କାଣ୍ଡ। କନ୍ଧମାଳ ଜିଲ୍ଲା ବେଲଘର ଥାନା ଅଞ୍ଚଳରେ ବିଳମ୍ବିତ ରାତିରେ ୨ ଜଣଙ୍କୁ ଘରୁ ଡାକିନେଇ ହତ୍ୟା କରି ଫୋପାଡ଼ି ଦେଇଛନ୍ତି ନକ୍ସଲ । ମୃତକଦ୍ୱୟ ହେଲେ ଭବାନି ପାତ୍ର ଓ ହେମନ୍ତ ପାତ୍ର। ନକ୍ସଲମାନେ କୌଣସି ଲେଖା ଛାଡ଼ି ଯାଇ ନ ଥିଲେ ବି ଏହା ସେମାନଙ୍କ କାଣ୍ଡ ବୋଲି ଅନୁମାନ କରିଛନ୍ତି ଅଞ୍ଚଳବାସୀ।
ସୂଚନାଯୋଗ୍ୟ, ଗତ ରାତିରେ କେତେକ ନକ୍ସଲ ଗାଁରେ ପହଞ୍ଚି ଉଭୟ ଭବାନି ଓ ହେମନ୍ତଙ୍କୁ ଘରୁ ଡାକି ନେଇଥିଲେ। ଏହାପରେ ଆଜି ସକାଳୁ ଜଣଙ୍କ ମୃତଦେହ ଭଣ୍ଡରଙ୍ଗି ପଞ୍ଚାୟତ ଅଫିସ ନିକଟରେ ପଡ଼ିଥିବା ବେଳେ ଅନ୍ୟଟି ଗୁଛାଗୁଡ଼ା ଗାଁ ନିକଟରେ ପଡ଼ିଥିବା ଜଣାଯାଇଛି।
ଦୁର୍ଗମ ଅଞ୍ଚଳରେ ନକ୍ସଲମାନେ ଏହି ନୃଶଂସ କାଣ୍ଡ ଘଟାଇଥିବାରୁ ପୁଲିସ୍ ବି ପହଞ୍ଚିବାରେ ବିଳମ୍ବ ହେଉଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଉଦୟଗିରି ଓ ରତ୍ନଗିରିରେ ଏକାଠୀ ହେଲେ ୧୭ ଦେଶର ୧୫୦୦ ବୌଦ୍ଧ ଧର୍ମାବଲମ୍ବୀ
ଆସନ୍ତା ୧୬ ତାରିଖରେ ଏହି କାର୍ଯ୍ୟକ୍ରମ ଉଦ୍ଯାପିତ ହେବ। ଏଥିରେ ବାଚସ୍ପତି ସୁରମା ପାଢୀ ଓ ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
Entertainment
ମଞ୍ଚରେ ଚଢ଼ିବେନି ସାହୁ ଭାଉଜ, ନିଶା ମହାରଣାଙ୍କ ଭଳି ନୃତ୍ୟାଙ୍ଗନା
ଯାତ୍ରା ମହାକୁମ୍ଭରେ ହେବନି ଅଶ୍ଲୀଳ ନୃତ୍ୟ। ଆଜି ଖଣ୍ଡଗିରି ଥାନା ପରିସରରେ ବସିଥିବା ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ବାରମ୍ବାର ଅଭିଯୋଗ ପରେ ମଧ୍ୟ ଯାତ୍ରା ଜଗତକୁ କଳଙ୍କିତ କରୁଥିଲେ କିଛି ନୃତ୍ୟଶିଳ୍ପୀ।
Miscellaneous
ଭାରତ ସରକାରଙ୍କ କ୍ୟାଲେଣ୍ଡରରେ ମୋଦିଙ୍କ ସହ ତୁଳା ମାଉସୀଙ୍କ ଫଟୋ
କ୍ୟାଲେଣ୍ଡରରେ ଫଟୋ ଆସିବା ପରେ ତୁଳା ମାଉସୀ ବହୁତ ଖୁସି ପ୍ରକାଶ କରିଛନ୍ତି। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି।