୭ ଟ୍ରକ୍‌ ଜାଳିଦେଲେ ମାଓବାଦୀ

ରାଉରକେଲା (ଓଡ଼ିଶା ରିପୋର୍ଟର): ଓଡ଼ିଶା ସୀମାନ୍ତରେ ଲାଲବାହିନୀର ଲଙ୍କାକାଣ୍ଡ। ଝାଡ଼ଖଣ୍ଡ ଲୋହରଦଗା ଜିଲ୍ଲାରେ ୭ଟି ବକ୍‌ସାଇଟ୍‌ ବୋଝେଇ ଟ୍ରକ୍‌ ଜାଳିଦେଇଛନ୍ତି ମାଓବାଦୀ। ଲୋହରଦଗା ଜିଲ୍ଲାର କିସୋକୋ-ଚିରୁଗୁଟା ରୋଡ୍‌ରେ ମାଓବାଦୀମାନେ ଏହି ହିଂସାକାଣ୍ଡ ଭିଆଇଛନ୍ତି। ଗତ ଦୁଇ ଦିନ ଧରି ବିହାର ଓ ଝାଡ଼ଖଣ୍ଡର କିଛି ଜିଲ୍ଲାରେ ପୂର୍ବ ବିହାର-ପୂର୍ବୋତ୍ତର ଝାଡ଼ଖଣ୍ଡ ସ୍ପେଶାଲ ଏରିଆ କମିଟି ମାଓ ସଂଗଠନ ପକ୍ଷରୁ ବନ୍ଦ ଡାକରା ଦିଆଯାଇଥିଲା। ଆଉ ଏହି ବନ୍ଦ ପାଳନ ସମୟରେ ମାଓବାଦୀମାନେ ଏଭଳି ହିଂସାକାଣ୍ଡ ଭିଆଇଛନ୍ତି। ସଂପୃକ୍ତ […]

truck-fire-naxal

Manoranjan Sial
  • Published: Tuesday, 16 October 2018
  • , Updated: 16 October 2018, 09:52 PM IST

ରାଉରକେଲା (ଓଡ଼ିଶା ରିପୋର୍ଟର): ଓଡ଼ିଶା ସୀମାନ୍ତରେ ଲାଲବାହିନୀର ଲଙ୍କାକାଣ୍ଡ। ଝାଡ଼ଖଣ୍ଡ ଲୋହରଦଗା ଜିଲ୍ଲାରେ ୭ଟି ବକ୍‌ସାଇଟ୍‌ ବୋଝେଇ ଟ୍ରକ୍‌ ଜାଳିଦେଇଛନ୍ତି ମାଓବାଦୀ। ଲୋହରଦଗା ଜିଲ୍ଲାର କିସୋକୋ-ଚିରୁଗୁଟା ରୋଡ୍‌ରେ ମାଓବାଦୀମାନେ ଏହି ହିଂସାକାଣ୍ଡ ଭିଆଇଛନ୍ତି।

ଗତ ଦୁଇ ଦିନ ଧରି ବିହାର ଓ ଝାଡ଼ଖଣ୍ଡର କିଛି ଜିଲ୍ଲାରେ ପୂର୍ବ ବିହାର-ପୂର୍ବୋତ୍ତର ଝାଡ଼ଖଣ୍ଡ ସ୍ପେଶାଲ ଏରିଆ କମିଟି ମାଓ ସଂଗଠନ ପକ୍ଷରୁ ବନ୍ଦ ଡାକରା ଦିଆଯାଇଥିଲା। ଆଉ ଏହି ବନ୍ଦ ପାଳନ ସମୟରେ ମାଓବାଦୀମାନେ ଏଭଳି ହିଂସାକାଣ୍ଡ ଭିଆଇଛନ୍ତି।

ସଂପୃକ୍ତ ଅଞ୍ଚଳରେ ଏବେ କମ୍ବିଂ ଅପରେସନକୁ ଜୋରଦାର କରାଯାଇଛି।

Related story