ନୟାଗଡ ଜିଲ୍ଲାକୁ ମରୁଡ଼ି ଘୋଷଣା ଦାବିରେ ସିପିଏମ ପକ୍ଷରୁ ଜିଲ୍ଲାପାଳ କାର୍ଯ୍ୟାଳୟ ଆଗରେ ଧାରଣ
ନୟାଗଡ: ନୟାଗଡ଼ରେ ଜୁଲାଇ ମାସରେ ୪୫ ପ୍ରତିଶତ କମ ବର୍ଷା ଓ ଅଗଷ୍ଟରେ ମଧ୍ୟ ବର୍ଷା କମ ରହିବା ଫଳରେ ଧାନ ଚାଷ କ୍ଷତିଗ୍ରସ୍ତ ହୋଇଛି। ସ୍ୱଳ୍ପ ବୃଷ୍ଟି ଯୋଗୁ ଅଧିକାଂଶ ଜମିରେ ଚାଷ ହୋଇପାରୁନାହିଁ। ଆଉ ଏହାକୁ ନେଇ ସିପିଏମ ପକ୍ଷରୁ ନୟାଗଡ଼ ଜିଲ୍ଲାପାଳ କାର୍ଯ୍ୟାଳୟ ଆଗରେ ଧାରଣ ଓ ପ୍ରତିବାଦ ସଭା କରାଯାଇଛି। ତୁରନ୍ତ ନୟାଗଡ଼ ଜିଲ୍ଲାକୁ ମରୁଡ଼ି ଘୋଷଣା କରାଯାଇ ଚାଷୀମାନଙ୍କୁ ସହାୟତା ରାଶି ଯୋଗାଇ ଦେବାକୁ ଦାବି କରାଯାଇଛି। ସେପଟେ ଜିଲ୍ଲାପାଳ […]
ନୟାଗଡ: ନୟାଗଡ଼ରେ ଜୁଲାଇ ମାସରେ ୪୫ ପ୍ରତିଶତ କମ ବର୍ଷା ଓ ଅଗଷ୍ଟରେ ମଧ୍ୟ ବର୍ଷା କମ ରହିବା ଫଳରେ ଧାନ ଚାଷ କ୍ଷତିଗ୍ରସ୍ତ ହୋଇଛି। ସ୍ୱଳ୍ପ ବୃଷ୍ଟି ଯୋଗୁ ଅଧିକାଂଶ ଜମିରେ ଚାଷ ହୋଇପାରୁନାହିଁ। ଆଉ ଏହାକୁ ନେଇ ସିପିଏମ ପକ୍ଷରୁ ନୟାଗଡ଼ ଜିଲ୍ଲାପାଳ କାର୍ଯ୍ୟାଳୟ ଆଗରେ ଧାରଣ ଓ ପ୍ରତିବାଦ ସଭା କରାଯାଇଛି। ତୁରନ୍ତ ନୟାଗଡ଼ ଜିଲ୍ଲାକୁ ମରୁଡ଼ି ଘୋଷଣା କରାଯାଇ ଚାଷୀମାନଙ୍କୁ ସହାୟତା ରାଶି ଯୋଗାଇ ଦେବାକୁ ଦାବି କରାଯାଇଛି। ସେପଟେ ଜିଲ୍ଲାପାଳ କହିଛନ୍ତି ଉପଯୁକ୍ତ ସମୟରେ ପଦକ୍ଷେପ ନିଆଯିବ।