ନୟାଗଡ଼: ପୋଲ ନିର୍ମାଣ ଦାବିରେ ସ୍କୁଲ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ

ନୟାଗଡ଼:  ନୟାଗଡ଼ ଜିଲ୍ଲା ନଡ଼ିଆଳି ପଞ୍ଚାୟତ ଅନ୍ତର୍ଗତ ବଗନଳ ଗାଁରେ ବହୁ ଛାତ୍ରଛାତ୍ରୀ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ପୋଲ ନିର୍ମାଣ ଦାବିରେ ଧାରଣାରେ ବସିଛନ୍ତି। ବଗନଳ ଗାଁରେ ସ୍କୁଲ ନଥିବାରୁ ଏହି ଗାଁର ବହୁ ପିଲା ଅଶ୍ୱତ୍ଥପଡ଼ା ଉନ୍ନୀତ ବିଦ୍ୟାଳୟରେ ପାଠ ପଢୁଥିବାବେଳେ ଏମାନଙ୍କୁ ଦୈନିକ ନଦୀ ପାର ହେବାକୁ ପଡୁଛି। ବର୍ଷା ଦିନେ ଶୁଳିଆ ନଦୀରେ ପାଣି ବଢ଼ିଯାଉଥିବାରୁ ପିଲାମାନେ ସ୍କୁଲ ଯିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ଗତବର୍ଷ ଆଇଏପି ଯୋଜନାରେ […]

student

Rakesh Mallick
  • Published: Saturday, 11 July 2015
  • , Updated: 11 July 2015, 05:06 AM IST

ନୟାଗଡ଼:  ନୟାଗଡ଼ ଜିଲ୍ଲା ନଡ଼ିଆଳି ପଞ୍ଚାୟତ ଅନ୍ତର୍ଗତ ବଗନଳ ଗାଁରେ ବହୁ ଛାତ୍ରଛାତ୍ରୀ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ପୋଲ ନିର୍ମାଣ ଦାବିରେ ଧାରଣାରେ ବସିଛନ୍ତି। ବଗନଳ ଗାଁରେ ସ୍କୁଲ ନଥିବାରୁ ଏହି ଗାଁର ବହୁ ପିଲା ଅଶ୍ୱତ୍ଥପଡ଼ା ଉନ୍ନୀତ ବିଦ୍ୟାଳୟରେ ପାଠ ପଢୁଥିବାବେଳେ ଏମାନଙ୍କୁ ଦୈନିକ ନଦୀ ପାର ହେବାକୁ ପଡୁଛି। ବର୍ଷା ଦିନେ ଶୁଳିଆ ନଦୀରେ ପାଣି ବଢ଼ିଯାଉଥିବାରୁ ପିଲାମାନେ ସ୍କୁଲ ଯିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ଗତବର୍ଷ ଆଇଏପି ଯୋଜନାରେ ଏକ ପୋଲ ନିର୍ମାଣ ପାଇଁ ଭିର୍ଭିପ୍ରସ୍ତର ସ୍ଥାପନ କରାଯାଇଥିଲା। ଶିଳାନ୍ୟାସର ବର୍ଷେ ପରେ ବି ପୋଲ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇପାରିନି। ଜିଲ୍ଲା ପ୍ରଶାସନ ସମସ୍ୟା ସମ୍ପର୍କରେ ଅବଗତ ଥିବାବେଳେ ପୋଲ ନିର୍ମାଣ ନେଇ ଉଦ୍ୟମ କରାଯାଉଥିବା ଜିଲ୍ଲାପାଳ କହିଛନ୍ତି।

Related story