ଶ୍ରୀକ୍ଷେତ୍ରରୁ ଆଜ୍ଞାମାଳ ଗଲା ନୟାଗଡ଼ ବନଖଣ୍ଡ

ପୁରୀ(ଓଡ଼ିଶା ରିପୋର୍ଟର): ଚଳିତବର୍ଷ ଜୁନ୍‌ ୨୩ ତାରିଖରେ ପଡ଼ିବ ମହାପ୍ରଭୁଙ୍କ ଘୋଷଯାତ୍ରା। ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ରଥ କାଠ ଅନୁକୂଳ ପାଇଁ ନୟାଗଡ଼ରେ ପହଞ୍ଚିଛି ମହାପ୍ରଭୁଙ୍କ ଆଜ୍ଞାମାଳ। ନନ୍ଦିଘୋଷ ରଥର ମୁଖ୍ୟ ମହାରଣା ବିଜୟ ମହାରଣା ଶ୍ରୀକ୍ଷେତ୍ରରୁ ଆଜ୍ଞାମାଳ ଧରି ନୟାଗଡ଼ ବନଖଣ୍ଡ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି। ତାଙ୍କ ସହ ମେକାପ ଓ ରଥ ଅମିନ ମଧ୍ୟ ଯାଇଛନ୍ତି। ଭକ୍ତିମୟ ପରିବେଶରେ ଆଜ୍ଞାମାଳକୁ ସ୍ୱାଗତ କରିଥିଲେ ବନଖଣ୍ଡ ଅଧିକାରୀ ଧନରାଜ ଏଚ.ଡି। ଚଳିତ ବର୍ଷ ତିନି ରଥ […]

puri

Manoranjan Sial
  • Published: Wednesday, 08 January 2020
  • , Updated: 08 January 2020, 08:15 PM IST

ପୁରୀ(ଓଡ଼ିଶା ରିପୋର୍ଟର): ଚଳିତବର୍ଷ ଜୁନ୍‌ ୨୩ ତାରିଖରେ ପଡ଼ିବ ମହାପ୍ରଭୁଙ୍କ ଘୋଷଯାତ୍ରା। ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ରଥ କାଠ ଅନୁକୂଳ ପାଇଁ ନୟାଗଡ଼ରେ ପହଞ୍ଚିଛି ମହାପ୍ରଭୁଙ୍କ ଆଜ୍ଞାମାଳ। ନନ୍ଦିଘୋଷ ରଥର ମୁଖ୍ୟ ମହାରଣା ବିଜୟ ମହାରଣା ଶ୍ରୀକ୍ଷେତ୍ରରୁ ଆଜ୍ଞାମାଳ ଧରି ନୟାଗଡ଼ ବନଖଣ୍ଡ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି। ତାଙ୍କ ସହ ମେକାପ ଓ ରଥ ଅମିନ ମଧ୍ୟ ଯାଇଛନ୍ତି।

ଭକ୍ତିମୟ ପରିବେଶରେ ଆଜ୍ଞାମାଳକୁ ସ୍ୱାଗତ କରିଥିଲେ ବନଖଣ୍ଡ ଅଧିକାରୀ ଧନରାଜ ଏଚ.ଡି। ଚଳିତ ବର୍ଷ ତିନି ରଥ ନିର୍ମାଣ ପାଇଁ ଶ୍ରୀମନ୍ଦିର ପ୍ରଶାସନ ୬୭୨ ଖଣ୍ଡ କାଠ ଆବଶ୍ୟକ କରୁଥିବା ବେଳେ ନୟାଗଡ଼ ବନଖଣ୍ଡ ପକ୍ଷରୁ ୩୬୭ ଖଣ୍ଡ କାଠ ଯୋଗାଇ ଦେବାକୁ ନିଷ୍ପତ୍ତି ହୋଇଛି। ଏଥିରେ ୫୫ ଖଣ୍ଡ ଅସନ, ୭୭ ଖଣ୍ଡ ଧଉରା, ୫୫ ଖଣ୍ଡ ଫାସି ଓ ୩ ଖଣ୍ଡ ଶିମିଳି ରହିଛି।

Related story