ନୟାଗଡ଼(ଓଡ଼ିଶା ରିପୋର୍ଟର) ନୟାଗଡ଼ ଛାତ୍ରଛାତ୍ରୀଙ୍କ ଦ୍ଵାରା ପ୍ରସ୍ତୁତ ଏକ ଟ୍ରାଫିକ ସଚେତନତା ଭିଡ଼ିଓକୁ ପସନ୍ଦ କରିଛନ୍ତି କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏହାକୁ ପସନ୍ଦ କରିଛନ୍ତି । ଉଭୟେ ଏନେଇ ଟୁଇଟ କରି ପ୍ରଶଂସା କରିଛନ୍ତି । ଖାଲି ସେତିକି ନୁହେଁ ଲକ୍ଷ ଲକ୍ଷ ଲୋକେ ଏହି ଭିଡିଓକୁ ଦେଖି ପ୍ରଶଂସା କରିଛନ୍ତି। ଗତବର୍ଷ ଟ୍ରାଫିକ ସଚେତନତାକୁ ନେଇ ନୟାଗଡ଼ ନୋତର ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀ ଏକ ସୁନ୍ଦର ଭିଡ଼ିଓ ପ୍ରସ୍ତୁତ କରିଥିଲେ ।
ଏହି ଭିଡ଼ିଓକୁ ବହୁ ଲୋକେ ସେ ସମୟରେ ପସନ୍ଦ ବି କରିଥିଲେ । ତେବେ ଚଳିତ ବର୍ଷ ସମ୍ପ୍ରତି ଟ୍ରାଫିକ ସଚେତନତା ସପ୍ତାହ ଚାଲିଥିବା ବେଳେ ଏହି ଭିଡ଼ିଓଟି ପୁଣି ଭାଇରାଲ ହେଉଛି ।ଯାହାକୁ ଗତକାଲି ଟୁଇଟ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ରକ୍ୟାବିନେଟର ସଡକ ପରିବହନ ମନ୍ତ୍ରୀ ନିତିନ ଗଡକରୀ । ତେବେ ଛାତ୍ରଛାତ୍ରୀ ଙ୍କ ଦ୍ଵାରା ପ୍ରସ୍ତୁତ ଏହି ଭିଡ଼ିଓଟିକୁ ବହୁତ ଲୋକଙ୍କ ମନକୁ ଛୁଇଁ ପାରିଛି। ଗତବର୍ଷ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଏହି ଭିଡ଼ିଓ ପ୍ରସ୍ତୁତ ପାଇଁ ଏହି ସ୍କୁଲ ର ସଙ୍ଗୀତ ଶିକ୍ଷକ ଏବଂ ଛାତ୍ରଛାତ୍ରୀଙ୍କୁ ୧ ଲକ୍ଷ ଟଙ୍କାର ଚେକ ପୁରସ୍କାର ମିଳିଥିଲା ।
https://twitter.com/nitin_gadkari/status/1351540345385832448?s=20
ଏହି ଆଦର୍ଶ ବିଦ୍ୟାଳୟ ର ସଙ୍ଗୀତ ଶିକ୍ଷକ କୁରେଶ ଚନ୍ଦ୍ର ସାହୁ ଗୀତଟର ସଙ୍ଗୀତ ନିର୍ଦେଶକ ଥିବା ବେଳେ ଭିଡ଼ିଓର ନିର୍ଦେଶନା ମଧ୍ୟ ଦେଇଛନ୍ତି । ବିଦ୍ୟାଳୟର ଶିକ୍ଷକ ବିଭୁ ପ୍ରସାଦ ସାହୁ ଏହି ଗୀତଟି ରଚନା କରିଛନ୍ତି ।ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନେ ଗୀତ ଗାଇବା ସହ ଅଭିନୟ ମଧ୍ୟ କରିଛନ୍ତି । ଗୀତ ମାଧ୍ୟମରେ ସଡକ ସୁରକ୍ଷା ବିଷୟରେ ସମସ୍ତ ନିୟମ ବିଷୟରେ ସୂଚନା ଦେଇ ସଚେତନତା କରିଛନ୍ତି ଛାତ୍ରଛାତ୍ରୀ । ତେବେ ଏଥିପାଇଁ ଅଭିଭାବକ ଏବଂ ସମଗ୍ର ଦେଶରୁ ଛୁଟି ଆସୁଛି ସାବାସିର ସୁଅ ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।