ନୟାଗଡ ଏସଡିଜେଏମ କୋର୍ଟରେ ହାଜର ହେଲେ ମାଓନେତା ସବ୍ୟସାଚୀ ପଣ୍ଡା

ନୟାଗଡ: ବହୁଚର୍ଚ୍ଚିତ ନୟାଗଡ଼ ମାଓ ଆକ୍ରମଣ ଘଟଣାରେ ମାଓନେତା ସବ୍ୟସାଚୀ ପଣ୍ଡାଙ୍କୁ ବୁଧବାର ନୟାଗଡ଼ ଏସଡ଼ିଜେଏମଙ୍କ କୋର୍ଟରେ ହାଜର କରାଯାଇଥିଲା । କୋର୍ଟ, ସବ୍ୟସାଚୀଙ୍କ ନାଁରେ ଥିବା ସମସ୍ତ ୫ଟି ମାମଲାକୁ ନୟାଗଡ଼ ଜିଲ୍ଲା ଓ ଦୌରାଜଜଙ୍କ କୋର୍ଟକୁ କମିଟମେଣ୍ଟ୍ କରି ବିଚାର ପାଇଁ ପଠାଇଦେଇଛନ୍ତି । ସେପଟେ ପୋଲିସ୍ ରିମାଣ୍ଡ ସମୟରେ ସବ୍ୟସାଚୀ ଅସୁସ୍ଥ ଥିବା ସତ୍ତ୍ୱେ କ୍ରାଇମବ୍ରାଞ୍ଚ ତାଙ୍କୁ ଠିକ୍ ଚିକିତ୍ସା ସେବା ଯୋଗାଇ ନ ଥିବା ଦର୍ଶାଇ ଦାୟର ଏକ ପିଟିସନକୁ କୋର୍ଟ […]

sabyasachi

Rakesh Mallick
  • Published: Thursday, 25 June 2015
  • , Updated: 25 June 2015, 02:40 AM IST

ନୟାଗଡ: ବହୁଚର୍ଚ୍ଚିତ ନୟାଗଡ଼ ମାଓ ଆକ୍ରମଣ ଘଟଣାରେ ମାଓନେତା ସବ୍ୟସାଚୀ ପଣ୍ଡାଙ୍କୁ ବୁଧବାର ନୟାଗଡ଼ ଏସଡ଼ିଜେଏମଙ୍କ କୋର୍ଟରେ ହାଜର କରାଯାଇଥିଲା । କୋର୍ଟ, ସବ୍ୟସାଚୀଙ୍କ ନାଁରେ ଥିବା ସମସ୍ତ ୫ଟି ମାମଲାକୁ ନୟାଗଡ଼ ଜିଲ୍ଲା ଓ ଦୌରାଜଜଙ୍କ କୋର୍ଟକୁ କମିଟମେଣ୍ଟ୍ କରି ବିଚାର ପାଇଁ ପଠାଇଦେଇଛନ୍ତି । ସେପଟେ ପୋଲିସ୍ ରିମାଣ୍ଡ ସମୟରେ ସବ୍ୟସାଚୀ ଅସୁସ୍ଥ ଥିବା ସତ୍ତ୍ୱେ କ୍ରାଇମବ୍ରାଞ୍ଚ ତାଙ୍କୁ ଠିକ୍ ଚିକିତ୍ସା ସେବା ଯୋଗାଇ ନ ଥିବା ଦର୍ଶାଇ ଦାୟର ଏକ ପିଟିସନକୁ କୋର୍ଟ ଖାରଜ କରିଦେଇଛନ୍ତି । ଏହାକୁ ଚାଲେଞ୍ଜ କରି ସବ୍ୟସାଚୀ ଉପର କୋର୍ଟକୁ ଯିବେ ବୋଲି କହିଛନ୍ତି ।

Related story