ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚୋରି ବାଇକ୍ରେ ହେଉଥିଲା ରାଜଧାନୀ ଉପକଣ୍ଠରେ ଛିନ୍ତାଇ। ଆଜି ଭୁବନେଶ୍ୱର କମିଶନରେଟ ପୁଲିସ ଏପରି ଏକ ଗ୍ୟାଙ୍ଗର ୫ ଜଣଙ୍କୁ ଗିରଫ କରିଛି। ଏଥିସହ ୪୬ଟି ଚୋରି ବାଇକ୍ ଓ ୭ଟି ମୋବାଇଲ ଜବତ କରିଛି ପୁଲିସ।
ଚୋରି ବାଇକ୍ ଗୁଡ଼ିକୁ ଗୋଟିଏ ଗ୍ୟାଙ୍ଗ ଖୋର୍ଦ୍ଧା ଜଙ୍କିୟା ଅଞ୍ଚଳରେ ବିକ୍ରି କରୁଥିଲେ। ଏହି ଗାଡ଼ି ଗୁଡ଼ିକ ମୋରମ୍ ଖଣି ଅଞ୍ଚଳରେ ବ୍ୟବହାର ହେଉଥିବା ଜଣାପଡ଼ିଛି। ଅନ୍ୟ ଗ୍ୟାଙ୍ଗଟି ଚୋରି ଦାମୀ ସ୍ପିଡ୍ ବାଇକ୍ ଗୁଡ଼ିକୁ ସହର ଉପକଣ୍ଠରେ ହେଉଥିବା ଛିନତାଇରେ ବ୍ୟବହାର କରୁଥିଲେ।
ଗିରଫ ଗୋଟିଏ ଗ୍ୟାଙ୍ଗର ଜଣେ ସଦସ୍ୟ ପୂର୍ବରୁ ପୁଲିସ ଦ୍ୱାରା ଧରାପଡ଼ି ଚକ୍ମା ଦେଇ ଖସି ପଳାଇଥିଲେ। ସେ ଓଡ଼ିଆ ଚଳଚ୍ଚିତ୍ର ଓ ଆଲବମ୍ ଗୁଡ଼ିକରେ ବେକ୍ଗ୍ରାଉଣ୍ଡ ଡ୍ୟାନ୍ସିଂ କରୁଥିବା ପୁଲିସ କହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଉଦୟଗିରି ଓ ରତ୍ନଗିରିରେ ଏକାଠୀ ହେଲେ ୧୭ ଦେଶର ୧୫୦୦ ବୌଦ୍ଧ ଧର୍ମାବଲମ୍ବୀ
ଆସନ୍ତା ୧୬ ତାରିଖରେ ଏହି କାର୍ଯ୍ୟକ୍ରମ ଉଦ୍ଯାପିତ ହେବ। ଏଥିରେ ବାଚସ୍ପତି ସୁରମା ପାଢୀ ଓ ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
Entertainment
ମଞ୍ଚରେ ଚଢ଼ିବେନି ସାହୁ ଭାଉଜ, ନିଶା ମହାରଣାଙ୍କ ଭଳି ନୃତ୍ୟାଙ୍ଗନା
ଯାତ୍ରା ମହାକୁମ୍ଭରେ ହେବନି ଅଶ୍ଲୀଳ ନୃତ୍ୟ। ଆଜି ଖଣ୍ଡଗିରି ଥାନା ପରିସରରେ ବସିଥିବା ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ବାରମ୍ବାର ଅଭିଯୋଗ ପରେ ମଧ୍ୟ ଯାତ୍ରା ଜଗତକୁ କଳଙ୍କିତ କରୁଥିଲେ କିଛି ନୃତ୍ୟଶିଳ୍ପୀ।
Miscellaneous
ଭାରତ ସରକାରଙ୍କ କ୍ୟାଲେଣ୍ଡରରେ ମୋଦିଙ୍କ ସହ ତୁଳା ମାଉସୀଙ୍କ ଫଟୋ
କ୍ୟାଲେଣ୍ଡରରେ ଫଟୋ ଆସିବା ପରେ ତୁଳା ମାଉସୀ ବହୁତ ଖୁସି ପ୍ରକାଶ କରିଛନ୍ତି। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି।