ଶିକ୍ଷା ସଚିବଙ୍କ ନାଁରେ ଜାମିନ ବିହୀନ ଗିରଫ ପରଓ୍ୱାନା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗଣଶିକ୍ଷା ସଚିବ ରଞ୍ଜନା ଚୋପ୍ରାଙ୍କ ନାଁରେ ଜାମିନ ବିହୀନ ଗିରଫ ପରଓ୍ୱାନା(NBW)। ରାଜ୍ୟ ପ୍ରଶାସନିକ ଟ୍ରିନ୍ୟୁନାଲ(ସ୍ୟାଟ୍) ନିକଟରେ ହାଜର ନିର୍ଦ୍ଦେଶକୁ ଅମାନ୍ୟ କରିବାରୁ ଆଜି ରଞ୍ଜନା ଚୋପ୍ରା ଓ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ଚୂଡ଼ାମଣୀ ସେଠଙ୍କ ବିରୋଧରେ NBW ଜାରି ହୋଇଛି। ୨୦୧୧ରେ ୨୬ ଜଣ ଶିକ୍ଷାକର୍ମୀଙ୍କୁ ନିୟମିତ କରିବା ଓ ସେମାନଙ୍କ ବକେୟା ପ୍ରାପ୍ୟ ଦେବାକୁ ସ୍ୟାଟ୍ ନିର୍ଦ୍ଦେଶ ଦେଇଥିଲେ। ତେବେ ଉଭୟ ଅଧିକାରୀ ଏହି ନିର୍ଦ୍ଦେଶ ପାଳନ ନକରିବାରୁ ଉଭୟଙ୍କୁ ବ୍ୟକ୍ତିଗତ […]

Ranjana_Chopra

Rakesh Mallick
  • Published: Wednesday, 23 August 2017
  • , Updated: 23 August 2017, 09:43 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗଣଶିକ୍ଷା ସଚିବ ରଞ୍ଜନା ଚୋପ୍ରାଙ୍କ ନାଁରେ ଜାମିନ ବିହୀନ ଗିରଫ ପରଓ୍ୱାନା(NBW)। ରାଜ୍ୟ ପ୍ରଶାସନିକ ଟ୍ରିନ୍ୟୁନାଲ(ସ୍ୟାଟ୍) ନିକଟରେ ହାଜର ନିର୍ଦ୍ଦେଶକୁ ଅମାନ୍ୟ କରିବାରୁ ଆଜି ରଞ୍ଜନା ଚୋପ୍ରା ଓ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ଚୂଡ଼ାମଣୀ ସେଠଙ୍କ ବିରୋଧରେ NBW ଜାରି ହୋଇଛି।
୨୦୧୧ରେ ୨୬ ଜଣ ଶିକ୍ଷାକର୍ମୀଙ୍କୁ ନିୟମିତ କରିବା ଓ ସେମାନଙ୍କ ବକେୟା ପ୍ରାପ୍ୟ ଦେବାକୁ ସ୍ୟାଟ୍ ନିର୍ଦ୍ଦେଶ ଦେଇଥିଲେ। ତେବେ ଉଭୟ ଅଧିକାରୀ ଏହି ନିର୍ଦ୍ଦେଶ ପାଳନ ନକରିବାରୁ ଉଭୟଙ୍କୁ ବ୍ୟକ୍ତିଗତ ହାଜିରା ପାଇଁ ସ୍ୟାଟ୍ ନିର୍ଦ୍ଦେଶ ଦେଇଥିଲେ। ବାରମ୍ବାର ନିର୍ଦ୍ଦେଶ ସତ୍ତ୍ୱେ ଉଭୟ ରଞ୍ଜନା ଚୋପ୍ରା ଓ ଚୂଡ଼ାମଣୀ ସେଠ୍ ହାଜର ନହେବାରୁ ସେମାନଙ୍କ ବିରୋଧରେ ଗତ ମେ’ ୩ ତାରିଖରେ ଓ୍ୱାରେଣ୍ଟ ଜାରି ହୋଇଥିଲା। ଓ୍ୱାରେଣ୍ଟ ସତ୍ତ୍ୱେ ଦୁଇ ଅଧିକାରୀ ସ୍ୟାଟଙ୍କ ଅଦାଲତରେ ହାଜର ନ ହେବାରୁ ଆଜି ଉଭୟଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରଓ୍ୱାନା ଜାରି କରିଛନ୍ତି। ସ୍ୟାଟ୍ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଅକ୍ଟୋବର ପ୍ରଥମ ସପ୍ତାହରେ କରାଯିବାକୁ ଦିନ ଧାର୍ଯ୍ୟ କରିଛନ୍ତି।

Related story