୫ ଦିନ ଭିତରେ ରିପୋର୍ଟ ଦେବାକୁ ବଲାଙ୍ଗିର ଏସ୍‌ପିଙ୍କୁ ଏନ୍‌ସିପିସିଆର୍‌ର ନୋଟିସ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବଲାଙ୍ଗିରରେ ଏକ ସ୍କୁଲରେ ନାବାଳିକାଙ୍କୁ ଯୌନ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହୋଇଥିଲା। ଏହି ମାମଲାରେ ବଲାଙ୍ଗିର ଏସ୍‌ପିଙ୍କୁ ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ(ଏନ୍‌ସିପିସିଆର୍‌) ନୋଟିସ୍‌ କରିଛନ୍ତି। ୫ ଦିନ ଭିତରେ ତଦନ୍ତ ସାରି ରିପୋର୍ଟ ଦେବାକୁ ଏନ୍‌ସିପିସିଆର୍‌ ନିର୍ଦ୍ଦେଶ ଦେଇଛନ୍ତି। ନିଜ ଆଡୁ ମାମଲା ଗ୍ରହଣ କରି ନୋଟିସ୍‌ କଲେ ଏନ୍‌ସିପିସିଆର୍‌। ସ୍କୁଲର ସ୍ୱତନ୍ତ୍ର ରୁମ୍‌ରେ ଯୌନ ନିର୍ଯାତନା ଦିଆଯାଉଥିଲା। ପରୀକ୍ଷାରେ ଭଲ ମାର୍କ ଦେବାକୁ କହି ଗୋବିନ୍ଦ ସାହୁ ନିର୍ଯାତନା ଦେଉଥିଲା। […]

NCPCR

NCPCR

Manoranjan Sial
  • Published: Saturday, 23 October 2021
  • Updated: 23 October 2021, 08:42 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବଲାଙ୍ଗିରରେ ଏକ ସ୍କୁଲରେ ନାବାଳିକାଙ୍କୁ ଯୌନ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହୋଇଥିଲା। ଏହି ମାମଲାରେ ବଲାଙ୍ଗିର ଏସ୍‌ପିଙ୍କୁ ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ(ଏନ୍‌ସିପିସିଆର୍‌) ନୋଟିସ୍‌ କରିଛନ୍ତି। ୫ ଦିନ ଭିତରେ ତଦନ୍ତ ସାରି ରିପୋର୍ଟ ଦେବାକୁ ଏନ୍‌ସିପିସିଆର୍‌ ନିର୍ଦ୍ଦେଶ ଦେଇଛନ୍ତି। ନିଜ ଆଡୁ ମାମଲା ଗ୍ରହଣ କରି ନୋଟିସ୍‌ କଲେ ଏନ୍‌ସିପିସିଆର୍‌। ସ୍କୁଲର ସ୍ୱତନ୍ତ୍ର ରୁମ୍‌ରେ ଯୌନ ନିର୍ଯାତନା ଦିଆଯାଉଥିଲା। ପରୀକ୍ଷାରେ ଭଲ ମାର୍କ ଦେବାକୁ କହି ଗୋବିନ୍ଦ ସାହୁ ନିର୍ଯାତନା ଦେଉଥିଲା। ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ମଧ୍ୟ ନିୟମିତ ସ୍କୁଲକୁ ଯାଉଥିଲେ। ପୋକ୍ସୋ ଆଇନ୍‌ରେ ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଏନ୍‌ସିପିସିଆର୍‌।

ଏହା ପୂର୍ବରୁ ଏହି ମାମଲାରେ ଜାତୀୟ ମହିଳା କମିଶନ(NCW) ଅଧ୍ୟକ୍ଷା ରେଖା ଶର୍ମା, ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଥିଲେ। ନିରପେକ୍ଷ ତଦନ୍ତ ପାଇଁ ଅଭିଯୁକ୍ତ ମନ୍ତ୍ରୀଙ୍କୁ ବହିଷ୍କାର କରିବାକୁ ଚିଠିରେ ଲେଖିଥିଲେ। ଏଥିସହ ଅଭିଯୁକ୍ତକୁ ତୁରନ୍ତ ଗିରଫ କରିବା ପାଇଁ ଓଡ଼ିଶା ଡିଜିପି ଅଭୟଙ୍କୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ ଜାତୀୟ ମହିଳା କମିଶନ।

ମହାଲିଙ୍ଗ ସନସାଇନ୍‌ ପବ୍ଲିକ ସ୍କୁଲ ଶିକ୍ଷୟିତ୍ରୀଙ୍କୁ ହତ୍ୟା କରାଯାଇଥିଲା। କଲେଜ ସଭାପତି ଗୋବିନ୍ଦ ସାହୁ ତାଙ୍କ କାର୍‌ ଭିତରେ ତାଙ୍କୁ ହତ୍ୟା କରିଥିଲେ। ନିଜର ପରକୀୟା ପ୍ରୀତି ପ୍ରଘଟ ହୋଇଯିବା ଆଶଙ୍କା କରି ଅଧ୍ୟକ୍ଷାଙ୍କୁ ଗୋବିନ୍ଦ ହତ୍ୟା କରି ପୋଡ଼ି ଦେଇଥିଲା। ଏବେ ଏହି ଘଟଣା ଉପରୁ ପର୍ଦ୍ଦା ହଟିବା ପରେ ପୁଲିସ ଗୋବିନ୍ଦଙ୍କୁ ଗିରଫ କରିଛି। ଏବେ ଗୋବିନ୍ଦକୁ ରିମାଣ୍ଡରେ ଆଣି ପୁଲିସ ପଚରାଉତରା କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos