ମନ୍ତ୍ରୀଙ୍କୁ ବହିଷ୍କାର କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ NCW ଅଧ୍ୟକ୍ଷା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ନିଜ ଆଡୁ ହସ୍ତକ୍ଷେପ କଲେ ଜାତୀୟ ମହିଳା କମିଶନ(NCW)। ଏନେଇ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଲେ NCW ଅଧ୍ୟକ୍ଷା ରେଖା ଶର୍ମା। ନିରପେକ୍ଷ ତଦନ୍ତ ପାଇଁ ଅଭିଯୁକ୍ତ ମନ୍ତ୍ରୀଙ୍କୁ ବହିଷ୍କାର କରିବାକୁ କହିଲେ। ଓଡ଼ିଶା ଡିଜିପି ଅଭୟଙ୍କୁ ମଧ୍ୟ ନିର୍ଦ୍ଦେଶ ଦେଲେ ଜାତୀୟ ମହିଳା କମିଶନ। ତୁରନ୍ତ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଡିଜିପିଙ୍କୁ ନିର୍ଦ୍ଦେଶ ଦେଲେ। ମମିତାଙ୍କ […]

CM Naveen and Rekha Sharma

CM Naveen and Rekha Sharma

Manoranjan Sial
  • Published: Wednesday, 20 October 2021
  • Updated: 20 October 2021, 08:04 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ନିଜ ଆଡୁ ହସ୍ତକ୍ଷେପ କଲେ ଜାତୀୟ ମହିଳା କମିଶନ(NCW)। ଏନେଇ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଲେ NCW ଅଧ୍ୟକ୍ଷା ରେଖା ଶର୍ମା। ନିରପେକ୍ଷ ତଦନ୍ତ ପାଇଁ ଅଭିଯୁକ୍ତ ମନ୍ତ୍ରୀଙ୍କୁ ବହିଷ୍କାର କରିବାକୁ କହିଲେ। ଓଡ଼ିଶା ଡିଜିପି ଅଭୟଙ୍କୁ ମଧ୍ୟ ନିର୍ଦ୍ଦେଶ ଦେଲେ ଜାତୀୟ ମହିଳା କମିଶନ। ତୁରନ୍ତ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଡିଜିପିଙ୍କୁ ନିର୍ଦ୍ଦେଶ ଦେଲେ। ମମିତାଙ୍କ ପରିବାରକୁ ଆବଶ୍ୟକ ସୁରକ୍ଷା ଦେବାକୁ କହିଲେ NCW ଅଧ୍ୟକ୍ଷା। ନିର୍ଦ୍ଦିଷ୍ଟ ସମୟରେ ତଦନ୍ତ ସାରି ଆକ୍ସନ ଟେକେନ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଲେ ଜାତୀୟ ମହିଳା କମିଶନ ଅଧ୍ୟକ୍ଷା।

ମହାଲିଙ୍ଗ ସନସାଇନ୍‌ ପବ୍ଲିକ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେରଙ୍କୁ ହତ୍ୟା କରାଯାଇଛି। ସ୍କୁଲର ଅଧ୍ୟକ୍ଷ ଗୋବିନ୍ଦ ସାହୁ ତାଙ୍କ କାର୍‌ ଭିତରେ ମମିତାଙ୍କୁ ହତ୍ୟା କରିଛନ୍ତି। ନିଜର ପରକୀୟା ପ୍ରୀତି ପ୍ରଘଟ ହୋଇଯିବା ଆଶଙ୍କା କରି ମମିତାଙ୍କୁ ଗୋବିନ୍ଦ ହତ୍ୟା କରି ପୋଡ଼ି ଦେଇଥିଲା। ଏବେ ଏହି ଘଟଣା ଉପରୁ ପର୍ଦ୍ଦା ହଟିବା ପରେ ପୁଲିସ ଗୋବିନ୍ଦଙ୍କୁ ଗିରଫ କରିଛି। ତେବେ ଏଥିରେ ଆଉ କେଉଁମାନଙ୍କ ସମ୍ପୃକ୍ତି ରହିଛି, ତାହା ଉପରେ ତଦନ୍ତ କରିବା ପାଇଁ ପୁଲିସ ଗୋବିନ୍ଦଙ୍କୁ ୫ ଦିନିଆ ରିମାଣ୍ଡରେ ଆଣିଛି।

ସେପଟେ ଗିରଫ ହୋଇଥିବା ଗୋବିନ୍ଦଙ୍କ ସହିତ ଶାସକ ବିଜେଡିର ବଡ଼ ବଡ଼ ନେତାଙ୍କ ଫଟୋ ସାମ୍ନାକୁ ଆସିଛି। ଯାହାକୁ ନେଇ ଅଡ଼ୁଆରେ ପଡ଼ିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ର। ସେ ନିୟମିତି ଗୋବିନ୍ଦଙ୍କୁ ସ୍କୁଲକୁ ଯାଉଥିଲେ ଓ ରାତ୍ର ଯାପନ କରୁଥିଲେ ବୋଲି ବିଜେପି ଏବଂ କଂଗ୍ରେସ ଦାବି କରିଛନ୍ତି। ତେଣୁ ତାଙ୍କୁ ମନ୍ତ୍ରିମଣ୍ଡଳରୁ ବିଦା କରିବା ସହିତ ଘଟଣାର ସିବିଆଇ ତଦନ୍ତ ଦାବି କରିଛି ବିଜେପି ଏବଂ କଂଗ୍ରେସ। ଦିନକୁ ଦିନ ପ୍ରତିବାଦର ସ୍ୱର ତୀବ୍ର ହେଉଥିବାରୁ ଚିନ୍ତାରେ ରାଜ୍ୟ ସରକାର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos