ପ୍ଲାଜମା ଦେଲେ ଏନଡିଆରଏଫ୍ ଯବାନ

କଟକ(ଓଡ଼ିଶା ରିପୋର୍ଟର): କରୋନା ସଂକ୍ରମଣରୁ ଆରୋଗ୍ୟ ଲାଭ କରିଥିବା ଏନଡିଆରଏଫ୍ ଯବାନ ପ୍ଲାଜମା ଦାନ କରିଛନ୍ତି।  ଆଜି କଟକ ଏସସିବି ମେଡିକାଲରେ ପହଞ୍ଚି ସେମାନେ ପ୍ଲାଜମା ଦାନ କରିଛନ୍ତି । ମହାମାରୀ କରୋନା ଯନ୍ତ୍ରଣାରେ ରାଜ୍ୟବାସୀ ଛଟପଟ ହେଉଥିବା ବେଳେ ଏପରି ସମୟରେ ନୂଆ ଆଶା ସଞ୍ଜାର କରିଛି ପ୍ଲାଜମା ଥେରାପି। ପ୍ଲାଜମା ଥେରାପି ଦ୍ୱାରା ରାଜ୍ୟରେ କିଛି ଗୁରୁତର ରୋଗୀ ସୁସ୍ଥ ହେଉଥିବା ବେଳେ ଏହା କରୋନା ବିରୋଧୀ ଲଢ଼େଇରେ ଉପାଦେୟ ଅସ୍ତ୍ର ହେବ ବୋଲି […]

PLAZMA-1-1

Niharika Rout
  • Published: Monday, 20 July 2020
  • , Updated: 20 July 2020, 02:33 PM IST

କଟକ(ଓଡ଼ିଶା ରିପୋର୍ଟର): କରୋନା ସଂକ୍ରମଣରୁ ଆରୋଗ୍ୟ ଲାଭ କରିଥିବା ଏନଡିଆରଏଫ୍ ଯବାନ ପ୍ଲାଜମା ଦାନ କରିଛନ୍ତି।  ଆଜି କଟକ ଏସସିବି ମେଡିକାଲରେ ପହଞ୍ଚି ସେମାନେ ପ୍ଲାଜମା ଦାନ କରିଛନ୍ତି ।

ମହାମାରୀ କରୋନା ଯନ୍ତ୍ରଣାରେ ରାଜ୍ୟବାସୀ ଛଟପଟ ହେଉଥିବା ବେଳେ ଏପରି ସମୟରେ ନୂଆ ଆଶା ସଞ୍ଜାର କରିଛି ପ୍ଲାଜମା ଥେରାପି। ପ୍ଲାଜମା ଥେରାପି ଦ୍ୱାରା ରାଜ୍ୟରେ କିଛି ଗୁରୁତର ରୋଗୀ ସୁସ୍ଥ ହେଉଥିବା ବେଳେ ଏହା କରୋନା ବିରୋଧୀ ଲଢ଼େଇରେ ଉପାଦେୟ ଅସ୍ତ୍ର ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

କରୋନା ସଂକ୍ରମଣରୁ ଆରୋଗ୍ୟ ଲାଭ କରିଥିବା ଆକ୍ରାନ୍ତମାନେ ପ୍ଲାଜମା ଦାନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅପିଲ୍‌ କରିଛନ୍ତି। ଏହା ଦ୍ୱାରା ମୂଲ୍ୟବାନ ଜୀବନ ରକ୍ଷା କରାଯାଇପାରିବ ବୋଲି ମୁଖ୍ୟମନ୍ତ୍ରୀ  ଟ୍ୱିଟ୍ କରିଛନ୍ତି । ପ୍ରାଥମିକ ପର୍ଯ୍ୟାୟରେ ପ୍ଲାଜମା ଥେରାପି ଦ୍ୱାରା ଉତ୍ସାହଜନକ ଫଳାଫଳ ମିଳୁଛି। ତେଣୁ ଗୁରୁତର କରୋନା ଆକ୍ରାନଙ୍କ ଚିକିତ୍ସା ପାଇଁ ଏହା ସହାୟକ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ସୂଚନାଯୋଗ୍ୟ, କୋଲକାତାର ଅମ୍ଫାନ ପୁନରୁଦ୍ଧାର କାର୍ଯ୍ୟରେ ସାମିଲ ହୋଇ ବହୁ ଏନଡିଆରଏଫ୍ ଯବାନ କରୋନାରେ ଆକ୍ରାନ୍ତ ହୋଇଥିଲେ। ସେମାନେ ସୁସ୍ଥ ହେବା ପରେ ଆଜି ପ୍ଲାଜମା ଦାନ କରିଛନ୍ତି । ସୁସ୍ଥ ହୋଇଥିବା ସମସ୍ତ ଏନଡିଆରଏଫ୍ ଯବାନ୍ ପ୍ଲାଜମା ଦାନ କରିବାକୁ ଇଚ୍ଛୁକ ବୋଲି ଏନଡିଆରଏଫ୍ ଇନ୍ସପେକ୍ଟର କହିଛନ୍ତି ।

ପ୍ଲାଜମା ଥେରାପି ବର୍ତ୍ତମାନ କୋଭିଡ୍‌ ମୁକାବିଲାରେ ବଡ଼ ଭୂମିକା ତୁଲାଉଛି। ଏଥିରେ ନିର୍ଦ୍ଦିଷ୍ଟ ସଂକ୍ରାମକ ରୋଗରୁ ଆରୋଗ୍ୟ ଲାଭ କରିଥିବା ବ୍ୟକ୍ତିଙ୍କ ରକ୍ତରେ ସେହି ରୋଗର ମୁକାବିଲା ପାଇଁ ପ୍ରତିରୋଧକ ଶକ୍ତି ଆଣ୍ଟିବଡି ତିଆରି ହୋଇଥାଏ। ଏହି ଆଣ୍ଟିବଡିକୁ ଗୁରୁତର ଅସୁସ୍ଥ ଅନ୍ୟ ରୋଗୀଙ୍କୁ ଦିଆଗଲେ ତାହା ରୋଗ ବିରୋଧରେ ଲଢ଼ିବାକୁ ସହାୟକ ହୁଏ। ତେଣୁ କରୋନାରୁ ସୁସ୍ଥ ଲୋକେ ପ୍ଲାଜମା ଦେବାକୁ ନିଜଆଡ଼ୁ ଆଗେଇ ଆସିବାକୁ ସରକାର ଆହ୍ୱାନ କରୁଛନ୍ତି।

Related story