ଓଡ଼ିଶା ଫେରନ୍ତାଙ୍କ ପାଇଁ କାଲିଠାରୁ ରେଜିଷ୍ଟ୍ରେସନ, ଫର୍ମରେ କ’ଣ ରହିଛି ପ୍ରାବଧାନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମେ ୩ରେ ଲକ୍‌ଡାଉନ୍ ସରିବା ପରେ ଓଡ଼ିଶା ଫେରନ୍ତାଙ୍କ ପାଇଁ ଆସନ୍ତାକାଲିଠୁ ଆରମ୍ଭ ହେବ ରେଜିଷ୍ଟ୍ରେସନ। ଏଥିପାଇଁ ସରକାରଙ୍କ ପକ୍ଷରୁ ଜାରି ହୋଇଛି ସ୍ୱତନ୍ତ୍ର ଫର୍ମ । ଓଡ଼ିଶା ଫେରିଲେ ସେମାନଙ୍କ ରହିବା ବ୍ୟବସ୍ଥା ହୋଇଥିବା ପଞ୍ଚାୟତ ସ୍ତରୀୟ କ୍ୱାରେଣ୍ଟାଇନ୍ ସେଣ୍ଟର କାମ ବି ଜୋରସରରେ ଚାଲିଛି । ଯାହାର ତଦାରଖ ପାଇଁ ସବୁଠି ସରପଞ୍ଚଙ୍କ ନେତୃତ୍ୱରେ ୫ ଜଣିଆ ଟିମ୍ ଗଠନ ହେବ ବୋଲି ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ । ସେପଟେ […]

8790

Tapas Behera
  • Published: Thursday, 23 April 2020
  • , Updated: 23 April 2020, 08:34 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମେ ୩ରେ ଲକ୍‌ଡାଉନ୍ ସରିବା ପରେ ଓଡ଼ିଶା ଫେରନ୍ତାଙ୍କ ପାଇଁ ଆସନ୍ତାକାଲିଠୁ ଆରମ୍ଭ ହେବ ରେଜିଷ୍ଟ୍ରେସନ। ଏଥିପାଇଁ ସରକାରଙ୍କ ପକ୍ଷରୁ ଜାରି ହୋଇଛି ସ୍ୱତନ୍ତ୍ର ଫର୍ମ । ଓଡ଼ିଶା ଫେରିଲେ ସେମାନଙ୍କ ରହିବା ବ୍ୟବସ୍ଥା ହୋଇଥିବା ପଞ୍ଚାୟତ ସ୍ତରୀୟ କ୍ୱାରେଣ୍ଟାଇନ୍ ସେଣ୍ଟର କାମ ବି ଜୋରସରରେ ଚାଲିଛି । ଯାହାର ତଦାରଖ ପାଇଁ ସବୁଠି ସରପଞ୍ଚଙ୍କ ନେତୃତ୍ୱରେ ୫ ଜଣିଆ ଟିମ୍ ଗଠନ ହେବ ବୋଲି ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ । ସେପଟେ ବର୍ତ୍ତମାନ ସମୟରେ ବାହାର ରାଜ୍ୟରୁ ଓଡ଼ିଆଙ୍କୁ ଫେରାଇ ଆଣିବା ନିଷ୍ପତ୍ତି ସାଂଘାତିକ ବୋଲି କହିଛନ୍ତି ପିସିସି ସଭାପତି।

ମଝିରେ ମାତ୍ର ୧୦ ଦିନ ମେ ୩ରେ ଲକ୍ଡାଉନ୍ ସରିଲେ ଓଡ଼ିଶା ଫେରିପାରନ୍ତି ବିଭିନ୍ନ ରାଜ୍ୟରେ ଫସିଥିବା ପ୍ରାୟ ୫ଲକ୍ଷ ଓଡ଼ିଆ। ହେଲେ ଗାଁକୁ ଫେରିଲେ ଘରକୁ ନୁହେଁ ସିଧା ଯିବେ ପଞ୍ଚାୟତ କ୍ୱାରେଣ୍ଟାଇନ୍ ସେଣ୍ଟରକୁ । ଯେଉଁଠି ୧୪ଦିନ ସଂଗରୋଧ ଭାବେ ରହିବେ। କରୋନା ଲକ୍ଷଣ ଦେଖାଦେଲେ ଟେଷ୍ଟିଂ ପାଇଁ ନମୁନା ପଠାଯିବ। ରିପୋର୍ଟ ପଜିଟିଭ୍ ଆସିଲେ ଯିବେ କୋଭିଡ୍ ମେଡିକାଲ ।

ସେପଟେ ଓଡ଼ିଶା ଫେରିବାକୁ ଚାହୁଁଥିବା ଲୋକଙ୍କର ଆସନ୍ତାକାଲିଠୁ ଆରମ୍ଭ ହେବ ନାଁ ପଞ୍ଜିକରଣ । ଉଭୟ ଅନ୍‌ଲାଇନ୍ ଓ ଅଫଲାଇନ୍‌ରେ ରେଜିଷ୍ଟ୍ରେସନ ପାଇଁ ହୋଇଛି ବ୍ୟବସ୍ଥା । ଇଏ ସେହି ଫର୍ମ ଯେଉଁଥିରେ ସ୍ପଷ୍ଟ ଉଲ୍ଲେଖ ରହିବ ଓଡ଼ିଶା ଫେରନ୍ତାଙ୍କ ନାଁ, ଗାଁ ଓ ଠିକଣା ସହ ସମ୍ପୂର୍ଣ୍ଣ ଯାତ୍ରା ବିବରଣୀ।  ତାସହ ସେ ଦାଦନ ଶ୍ରମିକ, ଛାତ୍ର, ପର୍ଯ୍ୟଟକ ନା ଅନ୍ୟ କେଉଁ ଶ୍ରେଣୀର ସେ କଥା ବି ଜଣାଇବାକୁ ହେବ । ପଞ୍ଜିକରଣ ପରେ ଜିଲ୍ଲା ନୋଡାଲ ଅଧିକାରୀ ଅନଲାଇନ୍ ପୋର୍ଟାଲରେ ସବିଶେଷ ତଥ୍ୟ ଅପଲୋଡ୍ କରିବେ।

ଏନେଇ ଆଜି ରାଜ୍ୟ ଆନ୍ତଃ ମନ୍ତ୍ରୀସ୍ତରୀୟ ବୈଠକରେ ସବିଶେଷ ଆଲୋଚନା ହୋଇଛି।  ପଞ୍ଜିକରଣ ତଦାରଖ ପାଇଁ ସରପଞ୍ଚଙ୍କ ନେତୃତ୍ୱରେ ଏକ ୫ଜଣିଆ କମିଟି ରହିବ । ଯେଉଁଥିରେ ସରପଞ୍ଚଙ୍କ ସହ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ, ଗ୍ରାମ ରୋଜଗାର ସେବକ ଓ ୨ଜଣ ଶିକ୍ଷକ ରହିବେ ବୋଲି ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ। ସେପଟେ ଓଡ଼ିଶା ଫେରିବା ପୂର୍ବରୁ ସବୁ ଓଡ଼ିଆମାନଙ୍କୁ ଆଗୁଆ କୋଭିଡ୍ ଟେଷ୍ଟ ବ୍ୟବସ୍ଥା କରିବାକୁ କେନ୍ଦ୍ରକୁ ପ୍ରସ୍ତାବ ଦିଆଯିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ।

Related story