ନେହେରୁଙ୍କ ପ୍ରତି ଅରୁଚିକର ମନ୍ତବ୍ୟ ପ୍ରସଙ୍ଗ: ଥାନାରେ ହାଜର ହେଲେ ଅଭିଯୁକ୍ତ

କଟକ: କଟକସ୍ଥିତ ନେତାଜୀଙ୍କ ସଂଗ୍ରହାଳୟର ଭିଜିଟର୍ସ ବୁକ୍‌ରେ ନେହେରୁଙ୍କ ବିରୋଧରେ ଆପତ୍ତିଜନକ ଟିପ୍ପଣୀ ଲେଖାଯିବା ଘଟଣାରେ ଅଭିଯୁକ୍ତ ପ୍ରମୋଦ ରଞ୍ଜନ ଦେ ମଙ୍ଗଳବାର ଦରଘାବଜାର ଥାନାରେ ହାଜର ହୋଇଥିଲେ। ସେ ଏହି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। ପୋଲିସ୍ ତାଙ୍କ ବୟାନ ରେକର୍ଡ କରିଛି। ପ୍ରମୋଦ ଜଣେ ଆୟକର ବିଭାଗ ଅଧିକାରୀ ବୋଲି ଜଣାପଡ଼ିଛି। ନେହେରୁଙ୍କ ସଂପର୍କରେ ଭିଜିଟର୍ସ ବୁକ୍‌ରେ ସେ ଅରୁଚିକର ମନ୍ତବ୍ୟ ଲେଖିଥିବା ଜଣାପଡ଼ିବା ପରେ କମିଶନରେଟ୍ ପୋଲିସ୍ ପକ୍ଷରୁ ମାର୍ଚ୍ଚ ୮ […]

netaji

Rakesh Mallick
  • Published: Tuesday, 15 March 2016
  • , Updated: 15 March 2016, 05:48 PM IST

କଟକ: କଟକସ୍ଥିତ ନେତାଜୀଙ୍କ ସଂଗ୍ରହାଳୟର ଭିଜିଟର୍ସ ବୁକ୍‌ରେ ନେହେରୁଙ୍କ ବିରୋଧରେ ଆପତ୍ତିଜନକ ଟିପ୍ପଣୀ ଲେଖାଯିବା ଘଟଣାରେ ଅଭିଯୁକ୍ତ ପ୍ରମୋଦ ରଞ୍ଜନ ଦେ ମଙ୍ଗଳବାର ଦରଘାବଜାର ଥାନାରେ ହାଜର ହୋଇଥିଲେ। ସେ ଏହି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। ପୋଲିସ୍ ତାଙ୍କ ବୟାନ ରେକର୍ଡ କରିଛି।

ପ୍ରମୋଦ ଜଣେ ଆୟକର ବିଭାଗ ଅଧିକାରୀ ବୋଲି ଜଣାପଡ଼ିଛି।

ନେହେରୁଙ୍କ ସଂପର୍କରେ ଭିଜିଟର୍ସ ବୁକ୍‌ରେ ସେ ଅରୁଚିକର ମନ୍ତବ୍ୟ ଲେଖିଥିବା ଜଣାପଡ଼ିବା ପରେ କମିଶନରେଟ୍ ପୋଲିସ୍ ପକ୍ଷରୁ ମାର୍ଚ୍ଚ ୮ ତାରିଖରେ ତାଙ୍କୁ ଏକ ନୋଟିସ୍ ଜାରି କରାଯାଇଥିଲା ଏବଂ ୭ ଦିନ ମଧ୍ୟରେ ଥାନାରେ ହାଜର ହେବା ଲାଗି ନିର୍ଦ୍ଦେଶ ଦିଆଯାଇଥିଲା। ସେହି ଅନୁସାରେ ସେ ଆଜି ଥାନାରେ ହାଜର ହୋଇଥିଲେ।

ନେହେରୁଙ୍କ ସଂପର୍କରେ ନେତାଜୀଙ୍କ ଜନ୍ମସ୍ଥାନ ସଂଗ୍ରହାଳୟ ଭିଜିଟର୍ସ ବୁକ୍‌ରେ ଆପତ୍ତିଜନକ ଟିପ୍ପଣୀ ଲେଖାଯାଇଥିବା ନେଇ ପ୍ରଥମେ କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଥିଲା। ଏ ନେଇ ନଗର କଂଗ୍ରେସ ପକ୍ଷରୁ ପ୍ରତିବାଦ କରାଯିବା ସହ ଦରଘାବଜାର ଥାନାରେ ଏତଲା ଦିଆଯାଇଥିଲା।

ରାଜ୍ୟସଭା ସଦସ୍ୟ ତଥା ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ ମ୍ୟୁଜିୟମର ଭିଜିଟର୍ସ ବୁକରେ ହସ୍ତାକ୍ଷର କରିବା ସମୟରେ ଏହି ବିବାଦୀୟ ଲେଖା ନଜରକୁ ଆସିଥିଲା। ଜୟରାମଙ୍କ ପୂର୍ବରୁ ଭିଜିଟର୍ସ ବୁକ୍‌ରେ ହସ୍ତାକ୍ଷର କରିଥିଲେ ଭୁବନେଶ୍ୱରର ପ୍ରମୋଦ ରଞ୍ଜନ ଦେ ଓ ତାଙ୍କ ପତ୍ନୀ ଲୋପାମୁଦ୍ରା ଦେ।

Related story