ସପରିବାରେ ସୂର୍ଯ୍ୟମନ୍ଦିର ପରିଦର୍ଶନ କଲେ ନେପାଳ ସ୍ଥଳସେନା ମୁଖ୍ୟ

କୋଣାର୍କ (ସଞ୍ଜୟ ପତି): ନେପାଳର ସ୍ଥଳସେନା ମୁଖ୍ୟ ଜେନେରାଲ ରାଜେନ୍ଦ୍ର ଛେତ୍ରୀ ପରିବାର ସହ ବିଶ୍ୱପ୍ରସିଦ୍ଧ ସୂର୍ଯ୍ୟମନ୍ଦିର ପରିଦର୍ଶନ କରିଛନ୍ତି।  ଆଜି ସକାଳ ୯ଟା ୨୦ ମିନିଟରେ ସେ ସୂର୍ଯ୍ୟମନ୍ଦିରରେ ପହଞ୍ଚିବା ପରେ ପର୍ଯ୍ୟଟନ ଓ ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ତାଙ୍କୁ ସ୍ୱାଗତ କରାଯାଇଥିଲା। ୪୫ ମିନିଟ ଧରି ସେ ସୂର୍ଯ୍ୟମନ୍ଦିର ବୁଲି ଦେଖିଥିଲେ। ସ୍ଥାନୀୟ ଗାଇଡ୍ ତାଙ୍କୁ ସୂର୍ଯ୍ୟମନ୍ଦିରର ଐତିହାସିକ ପୃଷ୍ଠଭୂମି ସଂପର୍କରେ ଅବଗତ କରାଇଥିଲେ। ଜେନେରାଲ ଛେତ୍ରୀଙ୍କ ଗସ୍ତ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।