ଭୁବନେଶ୍ୱରରେ ନେପାଳ ରାଜା

Ordigital Desk
  • Published: Wednesday, 07 February 2018
  • , Updated: 07 February 2018, 12:43 PM IST
<p>ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରରେ ପହଞ୍ଚିଛନ୍ତି ନେପାଳ ରାଜା ଜ୍ଞାନେନ୍ଦ୍ର ବୀର ବିକ୍ରମ ଶାହ ଦେବ। ସେ ୬ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ଆଜି ଜଟଣୀରେ ଏକ ଗୋଶାଳାର ଉଦଘାଟନ କାର୍ଯ୍ୟକ୍ରମରେ ଯୋଗଦେବେ ନେପାଳ ରାଜା। ଆସନ୍ତା ୯ତାରିଖରେ ପୁରୀ ଯାଇ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କ ପଟ୍ଟାଭିଷେକର ୨୫ ବର୍ଷ ପୂର୍ତ୍ତି ଉତ୍ସବରେ ଯୋଗ ଦେବେ। ଏହି ଅବସରରେ ଦୁଇ ଦିନ ଧରି ହେବାକୁ ଥିବା ଅନ୍ତର୍ଜାତୀୟ ବିଦ୍ୱତ୍ ସଂଗୋଷ୍ଠୀ ଆଲୋଚନା ଚକ୍ରରେ ମଧ୍ୟ ସେ ଉଦଘାଟନ କରିବେ। ଏଥିରେ ନେପାଳ ରାଜା ଏକ ସନ୍ଦର୍ଭ ଉପସ୍ଥାପନ କରିବେ।</p> <p>ଶ୍ରୀମନ୍ଦିର ସହିତ ନେପାଳ ରାଜାଙ୍କ ନିବିଡ଼ ସଂପର୍କ ରହିଛି। ଏପରିକି ରତ୍ନସିଂହାସନ ଉପରେ ଚଢ଼ି ସେ ଆରତି ଓ ବନ୍ଦାପନା କରିବାର ବିଧି ରହିଛି। ଶ୍ରୀଜଗନ୍ନାଥଙ୍କ ଶ୍ରୀଅଙ୍ଗକୁ ସ୍ପର୍ଶ କରି ସେ ଭେଟ ଦେବାର ପରମ୍ପରା ମଧ୍ୟ ରହିଛି। ୧୧ ତାରିଖରେ ନେପାଳ ରାଜା ଶ୍ରୀଜିଉଙ୍କୁ ଦର୍ଶନ କରିବେ। ସେହି ଦିନ ନୀତିକାନ୍ତିକୁ ଶୃଙ୍ଖଳିତ କରିବାକୁ ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ହୋଇଛି। ରାତ୍ରି ୩ଟାରୁ ଦ୍ୱାରଫିଟା ହେବ। ଦିନ ସାଢ଼େ ୯ଟା ସୁଦ୍ଧା ଭୋଗମଣ୍ଡପ ଶେଷ ହେବା ପରେ ଶ୍ରୀମନ୍ଦିରକୁ ଶୋଧ କରାଯିବ।&nbsp; ସକାଳ ସାଢ଼େ ୯ଟାରୁ ସାଢ଼େ ୧୨ଟା ଯାଏ ସାଧାରଣ ଭକ୍ତଙ୍କ ଦର୍ଶନ ବନ୍ଦ ରହିବ।</p> <p>&amp;nbsp;</p> <p>&amp;nbsp;</p>

Related story