ଓଡ଼ିଶା ଆସୁଛନ୍ତି ନେପାଳ ରାଜା

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ଆଜି ଓଡ଼ିଶା ଆସିବେ ନେପାଳ ରାଜା ଜ୍ଞାନେନ୍ଦ୍ର ବୀର ବିକ୍ରମ ଶାହ ଦେବ। ୯ତାରିଖରେ ସେ ପୁରୀ ଯାଇ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କ ପଟ୍ଟାଭିଷେକର ୨୫ ବର୍ଷ ପୂର୍ତ୍ତି ଉତ୍ସବରେ ଯୋଗ ଦେବେ। ଏହି ଅବସରରେ ଦୁଇଦିନ ଧରି ହେବାକୁ ଥିବା ଅନ୍ତର୍ଜାତୀୟ ବିଦ୍ୱତ୍ ସଂଗୋଷ୍ଠୀ ଆଲୋଚନା ଚକ୍ରରେ ମଧ୍ୟ ସେ ଉଦଘାଟନ କରିବେ। ଏଥିରେ ନେପାଳ ରାଜା ଏକ ସନ୍ଦର୍ଭ ଉପସ୍ଥାପନ କରିବେ। ଶ୍ରୀମନ୍ଦିର ସହିତ ନେପାଳ ରାଜାଙ୍କ ନିବିଡ଼ ସଂପର୍କ ରହିଛି। ଏପରିକି ରତ୍ନସିଂହାସନ ଉପରେ ଚଢ଼ି ସେ ଆରତୀ ଓ ବନ୍ଦାପନା କରିବାର ବିଧି ରହିଛି। ଶ୍ରୀଜଗନ୍ନାଥଙ୍କ ଶ୍ରୀଅଙ୍ଗକୁ ସ୍ପର୍ଶ କରି ସେ ଭେଟ ଦେବାର ପରମ୍ପରା ମଧ୍ୟ ରହିଛି। ୧୧ ତାରିଖରେ ନେପାଳ ରାଜା ଶ୍ରୀଜିଉଙ୍କୁ ଦର୍ଶନ କରିବେ।

ସେହି ଦିନ ନୀତିକାନ୍ତିକୁ ଶୃଙ୍ଖଳିତ କରିବାକୁ ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ହୋଇଛି। ରାତି ୩ଟାରୁ ଦ୍ୱାରଫିଟା ହେବ। ଦିନ ସାଢ଼େ ୯ଟା ସୁଦ୍ଧା ଭୋଗମଣ୍ଡପ ଶେଷ ହେବା ପରେ ଶ୍ରୀମନ୍ଦିରକୁ ଶୋଧ କରାଯିବ।  ସକାଳ ସାଢ଼େ ୯ଟାରୁ ସାଢ଼େ ୧୨ଟା ଯାଏ ସାଧାରଣ ଭକ୍ତଙ୍କ ଦର୍ଶନ ବନ୍ଦ ରହିବ।

Ordigital Desk
• Published: Wednesday, 07 February 2018
• Updated: 07 February 2018, 09:59 AM IST

Sports

Latest News

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ଆଜି ଓଡ଼ିଶା ଆସିବେ ନେପାଳ ରାଜା ଜ୍ଞାନେନ୍ଦ୍ର ବୀର ବିକ୍ରମ ଶାହ ଦେବ। ୯ତାରିଖରେ ସେ ପୁରୀ ଯାଇ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କ ପଟ୍ଟାଭିଷେକର ୨୫ ବର୍ଷ ପୂର୍ତ୍ତି ଉତ୍ସବରେ ଯୋଗ ଦେବେ। ଏହି ଅବସରରେ ଦୁଇଦିନ ଧରି ହେବାକୁ ଥିବା ଅନ୍ତର୍ଜାତୀୟ ବିଦ୍ୱତ୍ ସଂଗୋଷ୍ଠୀ ଆଲୋଚନା ଚକ୍ରରେ ମଧ୍ୟ ସେ ଉଦଘାଟନ କରିବେ। ଏଥିରେ ନେପାଳ ରାଜା ଏକ ସନ୍ଦର୍ଭ ଉପସ୍ଥାପନ କରିବେ। ଶ୍ରୀମନ୍ଦିର ସହିତ ନେପାଳ ରାଜାଙ୍କ ନିବିଡ଼ ସଂପର୍କ ରହିଛି। ଏପରିକି ରତ୍ନସିଂହାସନ ଉପରେ ଚଢ଼ି ସେ ଆରତୀ ଓ ବନ୍ଦାପନା କରିବାର ବିଧି ରହିଛି। ଶ୍ରୀଜଗନ୍ନାଥଙ୍କ ଶ୍ରୀଅଙ୍ଗକୁ ସ୍ପର୍ଶ କରି ସେ ଭେଟ ଦେବାର ପରମ୍ପରା ମଧ୍ୟ ରହିଛି। ୧୧ ତାରିଖରେ ନେପାଳ ରାଜା ଶ୍ରୀଜିଉଙ୍କୁ ଦର୍ଶନ କରିବେ।

ସେହି ଦିନ ନୀତିକାନ୍ତିକୁ ଶୃଙ୍ଖଳିତ କରିବାକୁ ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ହୋଇଛି। ରାତି ୩ଟାରୁ ଦ୍ୱାରଫିଟା ହେବ। ଦିନ ସାଢ଼େ ୯ଟା ସୁଦ୍ଧା ଭୋଗମଣ୍ଡପ ଶେଷ ହେବା ପରେ ଶ୍ରୀମନ୍ଦିରକୁ ଶୋଧ କରାଯିବ।  ସକାଳ ସାଢ଼େ ୯ଟାରୁ ସାଢ଼େ ୧୨ଟା ଯାଏ ସାଧାରଣ ଭକ୍ତଙ୍କ ଦର୍ଶନ ବନ୍ଦ ରହିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos