ଆଜି ପୁରୀ ଯିବେ ନେପାଳ ରାଜା

Ordigital Desk
  • Published: Friday, 09 February 2018
  • , Updated: 09 February 2018, 07:59 AM IST
<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡିଶା ଆସିଥିବା ନେପାଳ ରାଜା ନରେଶ ଜ୍ଞାନେନ୍ଦ୍ର ବୀର ବିକ୍ରମ ଶାହ ଦେବ ଆଜି ଶ୍ରୀକ୍ଷେତ୍ର ପୁରୀ ଗସ୍ତ କରିବେ। ସେଠାରେ ସେ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ମହାରାଜାଙ୍କ ପଟ୍ଟାଭିଷେକର ୨୫ବର୍ଷ ପୂର୍ତ୍ତି ଅବସରରେ ହେବାକୁ ଥିବା ଅନ୍ତର୍ଜାତୀୟ ବିଦ୍ୱତ ସଂଗୋଷ୍ଠୀ ଆଲୋଚନା ଚକ୍ରର ଉଦଘାଟନ କରିବେ। ଦୁଇ ଦିନ ଧରି ଏହି କାର୍ଯ୍ୟକ୍ରମ ଚାଲିବ। ନେପାଳ ନରେଶ ଏହି କାର୍ଯ୍ୟକ୍ରମରେ ତାଙ୍କ ସର୍ନ୍ଧଭ ରଖିବେ ଏବଂ ଶେଷ ଦିନର କାର୍ଯ୍ୟକ୍ରମକୁ ଉଦଯାପିତ କରିବେ।</p> <p>ଗୋବର୍ନ୍ଧନ ପୀଠର ପୀଠାଧୀଶ ଶଙ୍କରାଚାର୍ଯ୍ୟଙ୍କ ସମେତ ଅନେକ ସାଧୁ ,ସନ୍ଥ, ପଣ୍ଡିତ ଓ ବୁଦ୍ଧିଜୀବୀ ମାନେ ଏହି ଉତ୍ସବରେ ଯୋଗଦେବେ। ଶେଷରେ ନେପାଳ ନରେଶ&nbsp; ୧୧ତାରିଖରେ ଶ୍ରୀମନ୍ଦିରକୁ ଯାଇ ଶ୍ରୀଜିଉଙ୍କର ସେବାପୂଜା କରିବାର କାର୍ଯ୍ୟକ୍ରମ ରହିଛି।</p>

Related story