ଶ୍ରୀଜିଉଙ୍କ ଦର୍ଶନ ସହ ସ୍ୱତନ୍ତ୍ର ପୂଜାର୍ଚ୍ଚନା କଲେ ନେପାଳ ନରେଶ

<p>ପୁରୀ (ଓଡ଼ିଶା ରିପୋର୍ଟର): ଆଜି ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କ ଦର୍ଶନ ସହ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରିଛନ୍ତି ନେପାଳ ନରେଶ ଜ୍ଞାନେନ୍ଦ୍ର ବୀର ବିକ୍ରମ ଶାହା ଦେବ। ନେପାଳ ନରେଶ ରତ୍ନ ସିଂହାସନରେ ଶ୍ରୀଜିଉଙ୍କୁ ସ୍ୱର୍ଣ୍ଣ ଅଳଙ୍କାର ଭୂଷିତ କରିବା ସହ କର୍ପୂର ଆଳତୀ ଓ ନୈବେଦ୍ୟ ଅର୍ପଣ କରିଛନ୍ତି। ପ୍ରଥମେ ଗଜପତି ମହାରାଜା ଓ ପରେ ନେପାଳ ନରେଶ ଦକ୍ଷିଣ ଦ୍ୱାର ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରିଥିଲେ। ନେପାଳ ନରେଶ ବଟ ଗଣେଶଙ୍କୁ ପୂଜାର୍ଚ୍ଚନା ପରେ ମା&rsquo; ମଙ୍ଗଳାଙ୍କୁ ଦର୍ଶନ ଦେଇଥିଲେ। ଏହାପରେ ଗରୁଡ଼ ସ୍ତମ୍ଭ ନିକଟକୁ ଯିବା ସହ ମନ୍ଦିର ଭିତରକୁ ପ୍ରବେଶ କରିଥିଲେ। ସେଠାରେ ଆଳତୀ ଦେବା ସହ ମନ୍ଦିର ଭିତର ବେଢ଼ା ପରିକ୍ରମା କରିଥିଲେ। ନେପାଳ ନରେଶ ୩ଟି ଶାଳଗ୍ରାମ ଭେଟି ଦେବା ସହ ବଡ଼ ଠାକୁର ବଳଭଦ୍ରଙ୍କ ବାଡ଼ରେ ସ୍ୱର୍ଣ୍ଣମୁଦ୍ରା ପ୍ରଦାନ କରିଥିବା ଜଣାପଡ଼ିଛି।</p> <p>ନେପାଳ ନରେଶଙ୍କ ଏହି ସ୍ୱତନ୍ତ୍ର ପୂଜାର୍ଚ୍ଚନା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା ସହ ଠାକୁରଙ୍କ ନୀତିକାନ୍ତିରେ ମଧ୍ୟ ପରିବର୍ତ୍ତନ କରାଯାଇଥିଲା। ସକାଳ ସାଢ଼େ ୯ଟାରୁ ୧୨ଟା ୩୦ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରଖାଯାଇଥିଲା।</p>

Ordigital Desk
  • Published: Sunday, 11 February 2018
  • Updated: 11 February 2018, 05:16 PM IST

Sports

Latest News

<p>ପୁରୀ (ଓଡ଼ିଶା ରିପୋର୍ଟର): ଆଜି ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କ ଦର୍ଶନ ସହ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରିଛନ୍ତି ନେପାଳ ନରେଶ ଜ୍ଞାନେନ୍ଦ୍ର ବୀର ବିକ୍ରମ ଶାହା ଦେବ। ନେପାଳ ନରେଶ ରତ୍ନ ସିଂହାସନରେ ଶ୍ରୀଜିଉଙ୍କୁ ସ୍ୱର୍ଣ୍ଣ ଅଳଙ୍କାର ଭୂଷିତ କରିବା ସହ କର୍ପୂର ଆଳତୀ ଓ ନୈବେଦ୍ୟ ଅର୍ପଣ କରିଛନ୍ତି। ପ୍ରଥମେ ଗଜପତି ମହାରାଜା ଓ ପରେ ନେପାଳ ନରେଶ ଦକ୍ଷିଣ ଦ୍ୱାର ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରିଥିଲେ। ନେପାଳ ନରେଶ ବଟ ଗଣେଶଙ୍କୁ ପୂଜାର୍ଚ୍ଚନା ପରେ ମା&rsquo; ମଙ୍ଗଳାଙ୍କୁ ଦର୍ଶନ ଦେଇଥିଲେ। ଏହାପରେ ଗରୁଡ଼ ସ୍ତମ୍ଭ ନିକଟକୁ ଯିବା ସହ ମନ୍ଦିର ଭିତରକୁ ପ୍ରବେଶ କରିଥିଲେ। ସେଠାରେ ଆଳତୀ ଦେବା ସହ ମନ୍ଦିର ଭିତର ବେଢ଼ା ପରିକ୍ରମା କରିଥିଲେ। ନେପାଳ ନରେଶ ୩ଟି ଶାଳଗ୍ରାମ ଭେଟି ଦେବା ସହ ବଡ଼ ଠାକୁର ବଳଭଦ୍ରଙ୍କ ବାଡ଼ରେ ସ୍ୱର୍ଣ୍ଣମୁଦ୍ରା ପ୍ରଦାନ କରିଥିବା ଜଣାପଡ଼ିଛି।</p><p>ନେପାଳ ନରେଶଙ୍କ ଏହି ସ୍ୱତନ୍ତ୍ର ପୂଜାର୍ଚ୍ଚନା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା ସହ ଠାକୁରଙ୍କ ନୀତିକାନ୍ତିରେ ମଧ୍ୟ ପରିବର୍ତ୍ତନ କରାଯାଇଥିଲା। ସକାଳ ସାଢ଼େ ୯ଟାରୁ ୧୨ଟା ୩୦ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରଖାଯାଇଥିଲା।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos