ଓଡ଼ିଶା ଆସିବେ ନେପାଳ ରାଜା

<p>ଭୁବନେଶ୍ୱର: ଓଡ଼ିଶା ଗସ୍ତରେ ଆସିବେ ନେପାଳ ରାଜା ଜ୍ଞାନେନ୍ଦ୍ର ବୀର ବିକ୍ରମ ସାହା ଦେବ। ଆସନ୍ତା ୭ ତାରିଖରେ ରାଜା ଜ୍ଞାନେନ୍ଦ୍ର ଓଡ଼ିଶାରେ ପହଞ୍ଚିବେ। ନିଜର ବ୍ୟକ୍ତିଗତ କାର୍ଯ୍ୟ ତଥା ତୀର୍ଥଯାତ୍ରା ଲାଗି ଆସୁଥିବା ନେପାଳ ରାଜା ୧୨ ତାରିଖ ଯାଏଁ ଓଡ଼ିଶାରେ ରହିବେ। ୭ ତାରିଖରେ ସେ ଜଟଣୀସ୍ଥିତ ମିଶନ ୱାଓ କାଓ ଗୋଶାଳା ଉଦ୍&zwnj;ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଏହାପରେ ସେ ଗୋ ବନ୍ଦାଣ ସହ ଗୋମାତା ଉପାସନା ଓ ପରେ ଏକ ସାଧାରଣ ସଭାକୁ ଉଦ୍&zwnj;ବୋଧନ କରିବେ। ୮ ତାରିଖରେ ଲିଙ୍ଗରାଜ ମନ୍ଦିର ଓ ପରେ ସାକ୍ଷୀଗୋପାଳ ମନ୍ଦିର ଯାଇ ଠାକୁରଙ୍କ ଦର୍ଶନ କରିବେ। ୯ ଓ ୧୦ ତାରିଖରେ ସେ ପୁରୀ ଯାଇ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ପାଟଭିଷେକର ରୌପ୍ୟ ଜୟନ୍ତୀ ଉତ୍ସବରେ ଯୋଗ ଦେବା କାର୍ଯ୍ୟକ୍ରମ ରହିଛି। ସେହିଭଳି ୧୧ ତାରିଖରେ ସେ ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରି ୧୨ ତାରିଖରେ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିବେ।</p>

Ordigital Desk
  • Published: Monday, 05 February 2018
  • Updated: 05 February 2018, 09:13 AM IST

Sports

Latest News

<p>ଭୁବନେଶ୍ୱର: ଓଡ଼ିଶା ଗସ୍ତରେ ଆସିବେ ନେପାଳ ରାଜା ଜ୍ଞାନେନ୍ଦ୍ର ବୀର ବିକ୍ରମ ସାହା ଦେବ। ଆସନ୍ତା ୭ ତାରିଖରେ ରାଜା ଜ୍ଞାନେନ୍ଦ୍ର ଓଡ଼ିଶାରେ ପହଞ୍ଚିବେ। ନିଜର ବ୍ୟକ୍ତିଗତ କାର୍ଯ୍ୟ ତଥା ତୀର୍ଥଯାତ୍ରା ଲାଗି ଆସୁଥିବା ନେପାଳ ରାଜା ୧୨ ତାରିଖ ଯାଏଁ ଓଡ଼ିଶାରେ ରହିବେ। ୭ ତାରିଖରେ ସେ ଜଟଣୀସ୍ଥିତ ମିଶନ ୱାଓ କାଓ ଗୋଶାଳା ଉଦ୍&zwnj;ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଏହାପରେ ସେ ଗୋ ବନ୍ଦାଣ ସହ ଗୋମାତା ଉପାସନା ଓ ପରେ ଏକ ସାଧାରଣ ସଭାକୁ ଉଦ୍&zwnj;ବୋଧନ କରିବେ। ୮ ତାରିଖରେ ଲିଙ୍ଗରାଜ ମନ୍ଦିର ଓ ପରେ ସାକ୍ଷୀଗୋପାଳ ମନ୍ଦିର ଯାଇ ଠାକୁରଙ୍କ ଦର୍ଶନ କରିବେ। ୯ ଓ ୧୦ ତାରିଖରେ ସେ ପୁରୀ ଯାଇ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ପାଟଭିଷେକର ରୌପ୍ୟ ଜୟନ୍ତୀ ଉତ୍ସବରେ ଯୋଗ ଦେବା କାର୍ଯ୍ୟକ୍ରମ ରହିଛି। ସେହିଭଳି ୧୧ ତାରିଖରେ ସେ ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରି ୧୨ ତାରିଖରେ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିବେ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos