ମାମୁ ଘର ବାଡିପଟୁ ମିଳିଲା ଭଣଜାର ମୃତଦେହ

ବଲାଙ୍ଗିର(ଓଡ଼ିଶା ରିପୋର୍ଟର):  ମାମୁ ଘର ବାଡିପଟୁ ଉଦ୍ଧାର ହେଲା ଭଣଜାର ଝୁଲନ୍ତା ମୃତଦେହ। ଏପରି ଏକ ଦୁଃଖଦ ଘଟଣା ଘଟିଛି ବଲାଙ୍ଗିର ଟାଉନଥାନା ଅର୍ନ୍ତଗତ ଚଟିଆପାଲି ଗାଁରେ । ମୃତକ ହେଲେ ୨୨ ବର୍ଷୀୟ ନାରାୟଣ ମଲ୍ଲିକ। କୁସମେଲ ଗାଁର ନାରାୟଣ  ଦୁଇମାସ ହେବ ଚଟିଆପାଲିସ୍ଥିତ ନିଜ ମାମୁଁ ଅଫୁଆଙ୍କ ଘରେ ରହୁଥିଲେ । ଆଜି ସକାଳୁ ମାମୁଁ  ଘର ବାଡିପଟେ ଥିବା ଏକ ଗଛରେ ନାରାୟଣଙ୍କ ଝୁଲନ୍ତା ଶବ ଦେଖିବାକୁ ପାଇଲେ ମାମୁ ଘର ଲୋକେ […]

deadbody

Niharika Rout
  • Published: Wednesday, 30 September 2020
  • , Updated: 30 September 2020, 09:48 AM IST

ବଲାଙ୍ଗିର(ଓଡ଼ିଶା ରିପୋର୍ଟର):  ମାମୁ ଘର ବାଡିପଟୁ ଉଦ୍ଧାର ହେଲା ଭଣଜାର ଝୁଲନ୍ତା ମୃତଦେହ। ଏପରି ଏକ ଦୁଃଖଦ ଘଟଣା ଘଟିଛି ବଲାଙ୍ଗିର ଟାଉନଥାନା ଅର୍ନ୍ତଗତ ଚଟିଆପାଲି ଗାଁରେ । ମୃତକ ହେଲେ ୨୨ ବର୍ଷୀୟ ନାରାୟଣ ମଲ୍ଲିକ।

କୁସମେଲ ଗାଁର ନାରାୟଣ  ଦୁଇମାସ ହେବ ଚଟିଆପାଲିସ୍ଥିତ ନିଜ ମାମୁଁ ଅଫୁଆଙ୍କ ଘରେ ରହୁଥିଲେ । ଆଜି ସକାଳୁ ମାମୁଁ  ଘର ବାଡିପଟେ ଥିବା ଏକ ଗଛରେ ନାରାୟଣଙ୍କ ଝୁଲନ୍ତା ଶବ ଦେଖିବାକୁ ପାଇଲେ ମାମୁ ଘର ଲୋକେ ।  ଏ ନେଇ ଖବର  ପାଇ ଟାଉନ ପୁଲିସ୍‌ ପହଞ୍ଚି  ଶବକୁ ଉଦ୍ଧାର କରିବା ସହିତ ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ବ୍ୟବଚ୍ଛେଦ ପାଇଁ ପଠାଇଦେଇଛି । ନାରାୟଣ ଆତ୍ମହତ୍ୟା କରିଥିବା ପରିବାର ଏବଂ ସଂର୍ପକୀୟ କହୁଛନ୍ତି । କିନ୍ତୁ ମାମୁଁ ଘରେ କାହିଁକି ଭଣଜା ଆତ୍ମହତ୍ୟା କଲେ ତାହା ଜଣା ପଡିନାହିଁ ।

ନାରାୟଣ  ଜଣେ ଦିନଜୁରିଆ ହୋଇଥିବା  ବେଳେ ସେ କ’ଣ ପାଇଁ ଏପରି ଚରମ ପଦକ୍ଷେପ ନେଲେ ସେ ସମ୍ପର୍କରେ ପୁଲିସ୍‌ ତନାଘନା  ଜାରୀ ରଖିଛି ।

Related story