ବର୍ଷାରେ ତିନ୍ତିତିନ୍ତି ରାସ୍ତାରେ ପିଲା ଜନ୍ମ ଦେଲେ ମହିଳା

କଲ୍ୟାଣସିଂହପୁର(ମାଉଡି ବାରିକ): ବାହାରେ ଢ଼ୋ ଢ଼ୋ ବର୍ଷା ଗାଜୁଛି। ଆଉ ଘର ଭିତରେ ମାଆଟିଏଗର୍ଭ ଯନ୍ତ୍ରଣାରେ ଛଟପଟ। ପତ୍ନୀଙ୍କର ଏପରି ଅବସ୍ଥା ଦେଖି ସହିପାରିଲେ ନାହିଁ ସ୍ୱାମୀ ବୋକ କାଡ୍ରାକା। ଗର୍ଭ ଯନ୍ତ୍ରଣା ପାଉଥିବା ପତ୍ନୀଙ୍କୁ ମେଡ଼ିକାଲ ନେବା ପାଇଁ ୧୦୮ ଆମ୍ୱୁଲାନ୍ସକୁ ଫୋନ୍‌ କରିଥିଲେ। ମାତ୍ର ଆମ୍ୱୁଲାନ୍ସ ଆସିଲାନି। ଶେଷରେ କିଛି ଉପାୟ ନପାଇ ବର୍ଷାରେ ଭିଜି ଭିଜି ଗର୍ଭବତୀ ପତ୍ନୀଙ୍କୁ  ଭାରରେ ବୋହି ନେଇଥିଲେ ମେଡ଼ିକାଲ। କିନ୍ତୁ ଯନ୍ତ୍ରଣା ଅସହ୍ୟ ହେବାରୁ ଅଧା ରାସ୍ତାରେ […]

asdf

Rakesh Mallick
  • Published: Thursday, 03 May 2018
  • , Updated: 03 May 2018, 08:04 PM IST

କଲ୍ୟାଣସିଂହପୁର(ମାଉଡି ବାରିକ): ବାହାରେ ଢ଼ୋ ଢ଼ୋ ବର୍ଷା ଗାଜୁଛି। ଆଉ ଘର ଭିତରେ ମାଆଟିଏଗର୍ଭ ଯନ୍ତ୍ରଣାରେ ଛଟପଟ। ପତ୍ନୀଙ୍କର ଏପରି ଅବସ୍ଥା ଦେଖି ସହିପାରିଲେ ନାହିଁ ସ୍ୱାମୀ ବୋକ କାଡ୍ରାକା। ଗର୍ଭ ଯନ୍ତ୍ରଣା ପାଉଥିବା ପତ୍ନୀଙ୍କୁ ମେଡ଼ିକାଲ ନେବା ପାଇଁ ୧୦୮ ଆମ୍ୱୁଲାନ୍ସକୁ ଫୋନ୍‌ କରିଥିଲେ। ମାତ୍ର ଆମ୍ୱୁଲାନ୍ସ ଆସିଲାନି। ଶେଷରେ କିଛି ଉପାୟ ନପାଇ ବର୍ଷାରେ ଭିଜି ଭିଜି ଗର୍ଭବତୀ ପତ୍ନୀଙ୍କୁ  ଭାରରେ ବୋହି ନେଇଥିଲେ ମେଡ଼ିକାଲ। କିନ୍ତୁ ଯନ୍ତ୍ରଣା ଅସହ୍ୟ ହେବାରୁ ଅଧା ରାସ୍ତାରେ ହିଁ କନ୍ୟା ସନ୍ତାନଟିଏ ଜନ୍ମ ଦେଇଥିଲେ ପତ୍ନୀ ନିଲାଇ। ଏପରି ଜନନୀ ଯନ୍ତ୍ରଣାର କରୁଣ ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅଞ୍ଚଳରେ।

ଗତକାଲି ରାତି ପାଖାପାଖି ଦୁଇଟା ହେବ। ଏହି ସମୟରେ ପରପାଲି ପଞ୍ଚାୟତ ଟାମକଶୀଲା ଗାଁର ଗର୍ଭବତୀ ନିଲାଇ କାଡ୍ରାକା ଗର୍ଭ ଯନ୍ତ୍ରଣା ପାଇଲେ। ବର୍ଷା ହେଉଥିବାରୁ ମେଡ଼ିକାଲ ନେବା ସମ୍ଭବ ପର ହୋଇନଥିଲା। କଷ୍ଟମଷ୍ଟେ ରାତି ପାହିଲା। ଆଜି ସକାଳେ ଗର୍ଭବତୀଙ୍କ ସ୍ୱାମୀ ବୋକ କାଡ୍ରାକା ପ୍ରଥମେ ୧୦୨ ଆମ୍ୱୁଲାନ୍ସକୁ ଫୋନ୍‌ କରିଥିଲେ। ମାତ୍ର ଫୋନ୍‌ ଲାଗି ନଥିଲା। ପରେ ୧୦୮ ଆମ୍ୱୁଲାନ୍ସକୁ ଫୋନ୍‌ ଲାଗିଲା। ମାତ୍ର ଆମ୍ୱୁଲାନ୍ସ ଆସିପାରିନଥିବା ବୋକ କହିଛନ୍ତି। ଶେଷରେ ଉପାୟଶୂନ୍ୟ ହୋଇ ଢ଼ୋ ଢ଼ୋ ବର୍ଷାରେ ଓଦା ହୋଇ ଭାରରେ ନିଜ ପତ୍ନୀଙ୍କୁ ୧୦ କିମି ଦୂର କଲ୍ୟାଣସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଉଥିଲେ। ତେବେ ଜମ୍ୱୁଗୁଡ଼ା ଛକ ନୂଆସାହି ପାଖରେ ପ୍ରବଳ ବର୍ଷା ହେଲା ଓ ଯନ୍ତ୍ରଣା ବି ଅସହ୍ୟ ହେଲା। ଶେଷରେ ରାସ୍ତାରେ କନ୍ୟାସନ୍ତାନ ଜନ୍ମ ଦେଲେ ନିଲାଇ। ଏ ସମ୍ପର୍କରେ ଖବର ପାଇ କଲ୍ୟାଣସିଂହପୁର ମେଡ଼ିକାଲ କର୍ତ୍ତୃପକ୍ଷ ଗାଡ଼ି ପଠାଇ ମାଆ ଓ ଛୁଆଙ୍କୁ ମେଡ଼ିକାଲରେ ଭର୍ତ୍ତି କରିଛନ୍ତି। ଏବେ ମାଆ ଓ ଛୁଆଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ୍‌ ଥିବା ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି।

Related story