ଦାୟିତ୍ୱ ନେଲେ ନୂଆ ଡିଜିପି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶାର ନୂଆ ପୁଲିସ୍ ମହାନିର୍ଦ୍ଦେଶକ (ଡିଜିପି) ଭାବେ ନିଯୁକ୍ତି ପାଇଥିବା ସୁନୀଲ ବଂଶଲ ଦାୟିତ୍ୱ ଗ୍ରହଣ କରିଛନ୍ତି। ଆଜି ଅପରାହ୍ନରେ ସେ କଟକ ସ୍ଥିତ ପୁଲିସ୍ ମୁଖ୍ୟାଳୟରେ ବିଦାୟୀ ଡିଜିପି ଅଭୟଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି। ରାଜ୍ୟ ପୁଲିସ୍‌ର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ତାଙ୍କୁ ସ୍ୱାଗତ କରିଥିଲେ। ଦାୟିତ୍ୱ ଗ୍ରହଣ କରିବା ପରେ ନୂଆ ଡିଜିପି ସୁନୀଲ ବଂଶଲ କହିଛନ୍ତି, ଲୋକଙ୍କ ସୁରକ୍ଷା ଓ ସେବାକୁ ପ୍ରାଥମିକ ଗୁରୁତ୍ୱ ଦେବି। […]

DGP

DGP

Jitendra Garnayak
  • Published: Friday, 31 December 2021
  • Updated: 31 December 2021, 06:59 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶାର ନୂଆ ପୁଲିସ୍ ମହାନିର୍ଦ୍ଦେଶକ (ଡିଜିପି) ଭାବେ ନିଯୁକ୍ତି ପାଇଥିବା ସୁନୀଲ ବଂଶଲ ଦାୟିତ୍ୱ ଗ୍ରହଣ କରିଛନ୍ତି। ଆଜି ଅପରାହ୍ନରେ ସେ କଟକ ସ୍ଥିତ ପୁଲିସ୍ ମୁଖ୍ୟାଳୟରେ ବିଦାୟୀ ଡିଜିପି ଅଭୟଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି। ରାଜ୍ୟ ପୁଲିସ୍‌ର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ତାଙ୍କୁ ସ୍ୱାଗତ କରିଥିଲେ।

ଦାୟିତ୍ୱ ଗ୍ରହଣ କରିବା ପରେ ନୂଆ ଡିଜିପି ସୁନୀଲ ବଂଶଲ କହିଛନ୍ତି, ଲୋକଙ୍କ ସୁରକ୍ଷା ଓ ସେବାକୁ ପ୍ରାଥମିକ ଗୁରୁତ୍ୱ ଦେବି। ମାଓ ଦମନ କ୍ଷେତ୍ରରେ ଓଡ଼ିଶା ଅର୍ଜନ କରିଥିବା ସୁନାମକୁ ବଜାୟ ରଖାଯିବ। ମୁଖ୍ୟମନ୍ତ୍ରୀ ମୋ ଉପରେ ରଖିଥିବା ଭରସା ଭଲ ଭାବେ ତୁଲାଇବି। ମହିଳା ଓ ବରିଷ୍ଠ ନାଗରିକଙ୍କୁ ବନ୍ଧୁଭାବାପନ୍ନ ବ୍ୟବହାର ଉପରେ ଗୁରୁତ୍ୱ ଦେବି।

ଓଡ଼ିଶାର ଡିଜିପି ଭାବେ ନିଯୁକ୍ତି ପାଇବା ପରେ ଇଣ୍ଟେଲିଜେନ୍ସ ବ୍ୟୁରୋ (ଆଇବି)ର ସ୍ୱତନ୍ତ୍ର ନିର୍ଦ୍ଦେଶକ ଥିବା ସୁନୀଲଙ୍କୁ ଓଡ଼ିଶା ଫେରିବା ପାଇଁ ଅନୁମତି ଦେଇଥିଲେ କେନ୍ଦ୍ର ସରକାର। ଗତକାଲି ସେ ଓଡ଼ିଶା ଆସିଥିଲେ।

ସୁନୀଲ ବଂଶଲ ହେଉଛନ୍ତି ୧୯୮୭ ବ୍ୟାଚ୍‌ର ଓଡ଼ିଶା କ୍ୟାଡରର ଆଇପିଏସ୍ ଅଫିସର। ସେ ମୟୂରଭଞ୍ଜ ଏସ୍‌ପି ଥିଲେ। ତେବେ ୨୭ ବର୍ଷ ଧରି ସେ କେନ୍ଦ୍ରୀୟ ଡେପୁଟେସନ୍‌ରେ ଯାଇଥିଲେ।

ଡିଜିପି ଦୌଡ଼ରେ ସୁନୀଲ ବଂଶଲଙ୍କ ସହିତ ୧୯୮୬ ବ୍ୟାଚ୍‌ର ଆଇପିଏସ୍‌ ପ୍ରଦୀପ କପୁର ଓ ୧୯୮୮ ବ୍ୟାଚ୍‌ର ମନୋଜ ଛାବ୍ରାଙ୍କ ନାଁ ସର୍ଟଲିଷ୍ଟ ହୋଇଥିଲା। ଶେଷରେ ସୁନୀଲଙ୍କ ନାଁରେ ମୋହର ମାରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
https://youtu.be/Ft7rHyEgzC4

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos