ରାଜ୍ୟ ଅଗ୍ନିଶମ ବାହିନୀ ପାଇଁ ନୂଆ ମାନୁଆଲ୍ ଖୁବଶୀଘ୍ର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ଅଗ୍ନିଶମ ବାହିନୀ ଖୁବଶୀଘ୍ର ନୂଆ ମାନୁଆଲରେ କାର୍ଯ୍ୟ କରିବ ବୋଲି ଅଗ୍ନିଶମ ଡିଜି ସତ୍ୟଜିତ୍ ମହାନ୍ତି କହିଛନ୍ତି। ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ମହାନ୍ତି କହିଛନ୍ତି ଯେ, ରାଜ୍ୟ ଅଗ୍ନିଶମ ବାହିନୀ ଏପର୍ଯ୍ୟନ୍ତ ଓଡ଼ିଶା ପୁଲିସ୍ ମାନୁଆଲ-୧୯୪୦ରେ କାମ କରୁଥିଲା। ମାନୁଆଲ କାର୍ଯ୍ୟକାରୀ କରିବାକୁ ଅଗ୍ନିଶମ ଓ ହୋମଗାର୍ଡ ଅତିରିକ୍ତ ଡିଜିଙ୍କ ଅଧୀନରେ କମିଟି ଗଠନ ହୋଇଛି। ନୂଆ ମାନୁଆଲରେ ଅଗ୍ନିଶମ ବାହିନୀର କର୍ମଚାରୀ ଓ ଅଫିସରଙ୍କ ଦାୟିତ୍ୱ ଓ […]

satyajit-mohanty

Manoranjan Sial
  • Published: Tuesday, 11 August 2020
  • , Updated: 11 August 2020, 09:30 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ଅଗ୍ନିଶମ ବାହିନୀ ଖୁବଶୀଘ୍ର ନୂଆ ମାନୁଆଲରେ କାର୍ଯ୍ୟ କରିବ ବୋଲି ଅଗ୍ନିଶମ ଡିଜି ସତ୍ୟଜିତ୍ ମହାନ୍ତି କହିଛନ୍ତି।

ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ମହାନ୍ତି କହିଛନ୍ତି ଯେ, ରାଜ୍ୟ ଅଗ୍ନିଶମ ବାହିନୀ ଏପର୍ଯ୍ୟନ୍ତ ଓଡ଼ିଶା ପୁଲିସ୍ ମାନୁଆଲ-୧୯୪୦ରେ କାମ କରୁଥିଲା। ମାନୁଆଲ କାର୍ଯ୍ୟକାରୀ କରିବାକୁ ଅଗ୍ନିଶମ ଓ ହୋମଗାର୍ଡ ଅତିରିକ୍ତ ଡିଜିଙ୍କ ଅଧୀନରେ କମିଟି ଗଠନ ହୋଇଛି। ନୂଆ ମାନୁଆଲରେ ଅଗ୍ନିଶମ ବାହିନୀର କର୍ମଚାରୀ ଓ ଅଫିସରଙ୍କ ଦାୟିତ୍ୱ ଓ କାର୍ଯ୍ୟଶୈଳୀରେ ପରିବର୍ତ୍ତନ ହୋଇଛି। ନିଯୁକ୍ତି, ପଦୋନ୍ନତି, ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନରେ ପରିବର୍ତ୍ତନ ମଧ୍ୟ ହୋଛି ବୋଲି ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି।

Related story