ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଟ୍ୱିନ୍ ସିଟିର ନୂଆ ପୁଲିସ୍ କମିଶନର ଭାବେ ଆଜି ସତ୍ୟଜିତ୍ ମହାନ୍ତି ଦାୟିତ୍ୱ ଗ୍ରହଣ କରିଛନ୍ତି।
ଓ୍ୱାଇ.ବି. ଖୁରାନିଆଙ୍କ ସ୍ଥାନରେ ସତ୍ୟଜିତ୍ ମହାନ୍ତି ନୂଆ ପୁଲିସ୍ କମିଶନର ହୋଇଛନ୍ତି।
୧୯୮୮ ବ୍ୟାଚ୍ର ଆଇପିଏସ୍ ହେଉଛନ୍ତି ସତ୍ୟଜିତ୍। ପୂର୍ବରୁ ସେ କୋରାପୁଟ, ରାଉରକେଲା, କଟକ ଓ ବାଲେଶ୍ୱରରେ ଏସ୍ପି ଭାବେ କାର୍ଯ୍ୟ କରିଛନ୍ତି। ପୁରୀରେ ଆଡିସନାଲ୍ ଏସ୍ପି ଭାବେ ମଧ୍ୟ ଦାୟିତ୍ୱ ନିର୍ବାହ କରିଥିଲେ।
[caption id="attachment_259604" align="alignnone" width="840"] ପୂର୍ବତନ କମିଶନରଙ୍କ ସହ ନୂଆ କମିଶନର[/caption]
୨୦୦୪ ମସିହାରେ ପୋଲିସ୍ ବିଭାଗକୁ ଉଲ୍ଲେଖନୀୟ ସେବା ପାଇଁ ତାଙ୍କୁ ପୁଲିସ୍ ପଦକ ଏବଂ ୨୦୧୨ରେ ‘ରାଷ୍ଟ୍ରପତି ପୁଲିସ୍ ପଦକ’ ମଧ୍ୟ ପ୍ରଦାନ କାରଯାଇଥିଲା।
ଆଇପିଏସ୍ ସ୍ତରରେ ଅଦଳବଦଳ ପରେ ଓ୍ୱାଇ.ବି. ଖୁରାନିଆଙ୍କୁ ଏଡିଜି ପ୍ରୋଭିଜନିଂ ଦାୟିତ୍ୱ ଦିଆଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଉଦୟଗିରି ଓ ରତ୍ନଗିରିରେ ଏକାଠୀ ହେଲେ ୧୭ ଦେଶର ୧୫୦୦ ବୌଦ୍ଧ ଧର୍ମାବଲମ୍ବୀ
ଆସନ୍ତା ୧୬ ତାରିଖରେ ଏହି କାର୍ଯ୍ୟକ୍ରମ ଉଦ୍ଯାପିତ ହେବ। ଏଥିରେ ବାଚସ୍ପତି ସୁରମା ପାଢୀ ଓ ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
Entertainment
ମଞ୍ଚରେ ଚଢ଼ିବେନି ସାହୁ ଭାଉଜ, ନିଶା ମହାରଣାଙ୍କ ଭଳି ନୃତ୍ୟାଙ୍ଗନା
ଯାତ୍ରା ମହାକୁମ୍ଭରେ ହେବନି ଅଶ୍ଲୀଳ ନୃତ୍ୟ। ଆଜି ଖଣ୍ଡଗିରି ଥାନା ପରିସରରେ ବସିଥିବା ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ବାରମ୍ବାର ଅଭିଯୋଗ ପରେ ମଧ୍ୟ ଯାତ୍ରା ଜଗତକୁ କଳଙ୍କିତ କରୁଥିଲେ କିଛି ନୃତ୍ୟଶିଳ୍ପୀ।
Miscellaneous
ଭାରତ ସରକାରଙ୍କ କ୍ୟାଲେଣ୍ଡରରେ ମୋଦିଙ୍କ ସହ ତୁଳା ମାଉସୀଙ୍କ ଫଟୋ
କ୍ୟାଲେଣ୍ଡରରେ ଫଟୋ ଆସିବା ପରେ ତୁଳା ମାଉସୀ ବହୁତ ଖୁସି ପ୍ରକାଶ କରିଛନ୍ତି। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି।