ନୂଆ ପୁଲିସ ଡିଜି ଚୟନ ପ୍ରକ୍ରିୟା ଆରମ୍ଭ: ତାଲିକାରେ ୧୨ ଆଇପିଏସ୍, ଦୌଡ଼ରେ ସନ୍ତୋଷ ଉପାଧ୍ୟାୟ ଆଗରେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ପରବର୍ତ୍ତୀ ଡିଜି ଚୟନ ପାଇଁ ବିଧିବଦ୍ଧ ପ୍ରକ୍ରିୟା ଆରମ୍ଭ ହୋଇଛି। ରାଜ୍ୟ ସରକାର ୧୨ଜଣ ବରିଷ୍ଠ ଆଇପିଏସ ଅଫିସରଙ୍କ ତାଲିକା କେନ୍ଦ୍ରୀୟ ଲୋକସେବା ଆୟୋଗ(ୟୁପିଏସସି)ଙ୍କୁ ପଠାଇବା ପରେ ନୂଆବର୍ଷରୁ ରାଜ୍ୟ ପୁଲିସ ଫୋର୍ସକୁ ନୂଆ ମୁଖିଆ ମିଳିବେ ବୋଲି ସ୍ପଷ୍ଟ ହୋଇଛି। ରାଜ୍ୟର ପରବର୍ତ୍ତୀ ପୁଲିସ ଡିଜି କିଏ ହେବେ ତାକୁ ନେଇ ପାୱାର କରିଡରରେ ଅଙ୍କକଷା ଜାରି ଥିବାବେଳେ ଜେଲ୍ ବିଭାଗର ଡିଜି ସନ୍ତୋଷ କୁମାର ଉପାଧ୍ୟାୟ ଏହି ରେସରେ ଆଗରେ […]

lokseva-bhawan-1

lokseva-bhawan-1

Ordigital Desk
  • Published: Friday, 29 October 2021
  • Updated: 30 October 2021, 09:08 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ପରବର୍ତ୍ତୀ ଡିଜି ଚୟନ ପାଇଁ ବିଧିବଦ୍ଧ ପ୍ରକ୍ରିୟା ଆରମ୍ଭ ହୋଇଛି। ରାଜ୍ୟ ସରକାର ୧୨ଜଣ ବରିଷ୍ଠ ଆଇପିଏସ ଅଫିସରଙ୍କ ତାଲିକା କେନ୍ଦ୍ରୀୟ ଲୋକସେବା ଆୟୋଗ(ୟୁପିଏସସି)ଙ୍କୁ ପଠାଇବା ପରେ ନୂଆବର୍ଷରୁ ରାଜ୍ୟ ପୁଲିସ ଫୋର୍ସକୁ ନୂଆ ମୁଖିଆ ମିଳିବେ ବୋଲି ସ୍ପଷ୍ଟ ହୋଇଛି। ରାଜ୍ୟର ପରବର୍ତ୍ତୀ ପୁଲିସ ଡିଜି କିଏ ହେବେ ତାକୁ ନେଇ ପାୱାର କରିଡରରେ ଅଙ୍କକଷା ଜାରି ଥିବାବେଳେ ଜେଲ୍ ବିଭାଗର ଡିଜି ସନ୍ତୋଷ କୁମାର ଉପାଧ୍ୟାୟ ଏହି ରେସରେ ଆଗରେ ରହିଥିବା ଜଣାପଡ଼ିଛି।

ନିର୍ଭରଯୋଗ୍ୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଆସନ୍ତା ଡିସେମ୍ବର ୩୧ତାରିଖରେ ବର୍ତ୍ତମାନର ପୁଲିସ ଡିଜି ଅଭୟ ଅବସର ନେଉଥିବାରୁ ୨୦୨୨ ନୂଆ ବର୍ଷ ଆରମ୍ଭରୁ ରାଜ୍ୟ ପୁଲିସ ଫୋର୍ସକୁ ନୂଆ ମୁଖିଆ ମିଳିବେ। ତେବେ ସୁପ୍ରିମକୋର୍ଟଙ୍କ ୨୦୦୬ ମସିହା ପ୍ରକାଶ ସିଂ ମାମଲାରେ ରାୟ ଆଧାରରେ ରାଜ୍ୟ ସରକାର ପରବର୍ତ୍ତୀ ଡିଜିପି ଚୟନ ପ୍ରକ୍ରିୟା ନିମନ୍ତେ ୧୨ଜଣ ବରିଷ୍ଠ ଆଇପିଏସଙ୍କ ତାଲିକା ୟୁପିଏସସି କର୍ତ୍ତୃପକ୍ଷଙ୍କ ନିକଟକୁ ପଠାଇଛନ୍ତି। ପୁଲିସ ବିଭାଗରେ ୩୦ବର୍ଷର ଚାକିରି କାଳ ସମାପ୍ତ କରିଥିବା ୧୯୮୬ରୁ ୧୯୯୦ ମସିହା ବ୍ୟାଚର ୧୨ଜଣ ବରିଷ୍ଠ ଆଇପିଏସଙ୍କ ନାଁ ତାଲିକାରେ ରହିଛି। ସେମାନେ ହେଲେ ୧୯୮୬ ବ୍ୟାଚର ପ୍ରଦୀପ କାପୁର, ୧୯୮୭ ବ୍ୟାଚର ସୁନୀଲ କୁମାର ବନସଲ, ୧୯୮୮ ବ୍ୟାଚର ମନୋଜ କୁମାର ଛାବ୍ରା, ସନ୍ତୋଷ କୁମାର ଉପାଧ୍ୟାୟ ଓ ଅରୁଣ କୁମାର ରାୟ, ୧୯୮୯ ବ୍ୟାଚର ପ୍ରଣବିନ୍ଦୁ ଆଚାର୍ଯ୍ୟ, ଅମ୍ରିତମୋହନ ପ୍ରସାଦ,ବି ରାଧିକା, ସିଦ୍ଧାର୍ଥ ଏମ୍ ନରୱଣେ, ୧୯୯୦ ବ୍ୟାଚର ୱାଇବି ଖୁରାନିଆ, ସୁଧାଂଶୁ ଷଡ଼ଙ୍ଗୀ ଓ ଅରୁଣ କୁମାର ଷଡ଼ଙ୍ଗୀଙ୍କ ନାଁ ରହିଛି ।

ତେବେ ଏମାନଙ୍କ ମଧ୍ୟରୁ ଶ୍ରୀ କାପୁର, ଶ୍ରୀ ବନସଲ, ଅମ୍ରିତ ପ୍ରସାଦ, ବି.ରାଧିକା ଓ ଶ୍ରୀ ଖୁରାନିଆ ଏବେ କେନ୍ଦ୍ରୀୟ ଡେପୁଟେସନରେ ରହିଥିବାବେଳେ ଅନ୍ୟମାନେ ଓଡ଼ିଶାରେ କାର୍ଯ୍ୟ କରୁଛନ୍ତି। ଏହି ତାଲିକାରେ ବରିଷ୍ଠତା ଭିତ୍ତିରେ ଥିବା ୧୯୮୬ ବ୍ୟାଚର ଆଇପିଏସ ବିଜୟ କୁମାର ଶର୍ମା ଓ ୧୯୮୮ ବ୍ୟାଚର ଏମ.ଅକ୍ଷୟ ଓ ବିନୟାନନ୍ଦ ଝା’ଙ୍କ ନାଁ ବାଦ୍ ଦିଆଯାଇଛି। ଆଇପିଏସ୍ ଶ୍ରୀ ଶର୍ମା ଓ ଶ୍ରୀ ଝା’ଙ୍କ ନାଁରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଚାଲିଥିବା ଦର୍ଶାଯାଇଥିବାବେଳେ ଏମ. ଅକ୍ଷୟ ଆସନ୍ତା ନଭେମ୍ବର ମାସରେ ଅବସର ନେଉଥିବାରୁ ତାଙ୍କୁ ତାଲିକାରେ ସାମିଲ କରାଯାଇନଥିବା ଏହି ସୂତ୍ରରୁ ସୂଚନା ମିଳିଛି।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ, ରାଜ୍ୟ ସରକାର ଯେଉଁ ଆଇପିଏସଙ୍କ ତାଲିକା ପଠାଇବେ ସେଥିରୁ ୩ ଜଣ ଅଫିସରଙ୍କ ନାଁକୁ ମେରିଟ୍ ଓ ବରିଷ୍ଠତା ଆଧାରରେ ୟୁପିଏସସି କର୍ତ୍ତୃପକ୍ଷ ଚୟନ କରିବେ। ରାଜ୍ୟ ସରକାର ମଧ୍ୟ ୟୁପିଏଏସିଙ୍କୁ ତାଲିକା ପଠାଇବା ବେଳେ ୩୦ ବର୍ଷର ଚାକିରି କାଳ ପୂରଣ କରିଥିବା, ଭଲ ସର୍ଭିସ୍ ରେକର୍ଡ ଓ ଅଭିଜ୍ଞତା ଥିବା, କୌଣସି ବିଭାଗୀୟ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହୋଇନଥିବା ଅଫିସରଙ୍କ ତାଲିକା ପଠାଇବେ।

ଆଉ ଏହି ତାଲିକା ଆଧାରରେ ଅଫିସରମାନଙ୍କର ମେରିଟକୁ ୟୁପିଏସସି କର୍ତ୍ତୃପକ୍ଷ ଯାଞ୍ଚ କରିବା ପରେ ରାଜ୍ୟ ସରକାରଙ୍କ ନିକଟକୁ ୩ ଜଣ ଆଇପିଏସଙ୍କ ନାଁ ପରବର୍ତ୍ତୀ ଡିଜି ପାଇଁ ସୁପାରିଶ କରିବେ। ରାଜ୍ୟ ସରକାର ଏହି ୩ ଜଣଙ୍କ ମଧ୍ୟରୁ ଯାହାକୁ ନିଜ ଇଚ୍ଛା ଅନୁସାରେ ପରବର୍ତ୍ତୀ ଡିଜି ଭାବେ ଚୟନ କରିପାରିବେ। ନିୟମ ଅନୁସାରେ ଡିଜି ଚୟନ ନିମନ୍ତେ ୟୁପିଏସସି କର୍ତ୍ତୃପକ୍ଷ ଏକ ବୈଠକ ଡାକିବେ। ଯେଉଁଥିରେ ୟୁପିଏସସି ଅଧ୍ୟକ୍ଷ କିମ୍ବା ସଭ୍ୟଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ ଓ କେନ୍ଦ୍ର ସ୍ୱରାଷ୍ଟ୍ର ସଚିବ କିମ୍ବା ତାଙ୍କ ପ୍ରତିନିଧି, ରାଜ୍ୟର ମୁଖ୍ୟ ସଚିବ, ପୁଲିସ୍‌ ଡିଜି, କେନ୍ଦ୍ରୀୟ ପୁଲିସ ଫୋର୍ସର ମୁଖ୍ୟଙ୍କୁ ନେଇ ଗଠିତ କମିଟି ଦ୍ୱାରା ୩ ଜଣିଆ ଅଫିସରଙ୍କ ନାଁ ସର୍ଟଲିଷ୍ଟ କରାଯିବ।

ସୂଚନା ଅନୁସାରେ, ରାଜ୍ୟ ସରକାର ଡିଜିପି ପଦ ନିମନ୍ତେ ୟୁପିଏସସି କର୍ତ୍ତୃପକ୍ଷଙ୍କୁ ୧୨ଜଣିଆ ଆଇପିଏସ ତାଲିକା ପଠାଇଥିଲେ ମଧ୍ୟ ନିଜ ପସନ୍ଦର ଜଣେ ଆଇପିଏସଙ୍କୁ ପୁଳିସ ଡିଜି ପଦରେ ଅବସ୍ଥାପିତ କରାଇବା ନିମନ୍ତେ କେନ୍ଦ୍ରୀୟ ଡେପୁଟେସନରେ ଥିବା ୧୯୮୭ ବ୍ୟାଚର ଆଇପିଏସ୍ ସୁନୀଲ କୁମାର ବନସଲଙ୍କ ନାଁ ଉପରେ ଆପତ୍ତି ଉଠାଇବାର ସମ୍ଭାବନା ରହିଛି।

ଶ୍ରୀ ବନସଲଙ୍କ କାର୍ଯ୍ୟକାଳ ୨୦୨୨ ଜୁନ୍ ମାସରେ ଶେଷ ହେଉଥିବା ଓ ବର୍ତ୍ତମାନ ଡିଜିଙ୍କ କାର୍ଯ୍ୟକାଳ ଶେଷ ବେଳକୁ ତାଙ୍କ ଚାକିରି କାଳ ମାତ୍ର ୬ ମାସ ରହିଥିବାରୁ ତାଙ୍କର ବରିଷ୍ଠତାକୁ ବିବେଚନା ନକରିବାକୁ ଅନୁରୋଧ କରିପାରନ୍ତି। ଯାହାଫଳରେ ବରିଷ୍ଠତା ଓ ମେରିଟ୍ ଭିତ୍ତିରେ ୟୁପିଏସସି କର୍ତ୍ତୃପକ୍ଷ ଆଇପିଏସ ପ୍ରଦୀପ କାପୁର, ମନୋଜ କୁମାର ଛାବ୍ରା ଓ ସନ୍ତୋଷ କୁମାର ଉପାଧ୍ୟାୟ ନାଁ ରାଜ୍ୟ ସରକାରଙ୍କୁ ସୁପାରିଶ କରିବେ। ଆଉ ରାଜ୍ୟ ସରକାର ଏହି ଅଫିସରଙ୍କ ମଧ୍ୟରୁ ନିଜର ଜଣେ ଅନୁଗତ ଅଫିସରଙ୍କୁ ଡିଜି ପଦରେ ବସାଇ ଆଗାମୀ ପଂଚାୟତ ଓ ପୌର ନିର୍ବାଚନକୁ ସହଜରେ ପରିଚାଳନା କରିପାରିବେ ବୋଲି ଲକ୍ଷ୍ୟ ରଖିଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ଡିଜିଙ୍କ କାର୍ଯ୍ୟକାଳ ଶେଷ ହେବାର ଅତିକମ୍‌ରେ ତିନି ମାସ ପୂର୍ବରୁ ନୂଆ ଡିଜି ଚୟନ ପ୍ରକିୟା ଆରମ୍ଭ କରିବାକୁ ସୁପ୍ରିମୋକୋର୍ଟଙ୍କ ନିର୍ଦ୍ଦେଶ ରହିଛି ଓ  ଡିଜି ସର୍ବନିମ୍ନ ଦୁଇ ବର୍ଷ ନିଜ ପଦବୀରେ ରହିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story