ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାର ଆଜି ବରିଷ୍ଠ ଓପିଏସ୍ ସ୍ତରରେ ଛୋଟଧରଣର ଅଦଳବଦଳ କରିଥିବା ବେଳେ ଖୋର୍ଦ୍ଧା ଓ ସୋନପୁରରେ ନୂଆ ପୁଲିସ୍ ଏସପିଙ୍କୁ ଅବସ୍ଥାପିତ କରାଯାଇଛି। ଏହାସହିତ ୩ ଜଣ ବରିଷ୍ଠ ଓପିଏସଙ୍କୁ ମଧ୍ୟ ଏସପି ପାହ୍ୟାକୁ ପଦୋନ୍ନତି ମିଳିଛି।
ଗୃହ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ଅତିରିକ୍ତ ପୁଲିସ ଏସପି ପାହ୍ୟାରେ କାର୍ଯ୍ୟରତ ବରିଷ୍ଠ ଓପିଏସ୍ ରମେଶ ଚନ୍ଦ୍ର ପାଣିଗ୍ରାହୀ, ସୁବ୍ରତ ମହାନ୍ତି ଓ ବିନୟକୃଷ୍ଣ କାମିଲାଙ୍କୁ ପଦୋନ୍ନତି ମିଳିଥିବାବେଳେ କ୍ରାଇମବ୍ରାଂଚ ଏସପି ଆରକେ ଦୋରାଙ୍କୁ ଖୋର୍ଦ୍ଧା ଜିଲ୍ଲା ଏସପି, ଗଜପତିରେ ଅତିରିକ୍ତ ଏସପି ଥିବା ସୀତାରାମ ଶତପଥୀଙ୍କୁ ସୋନପୁର ଜିଲ୍ଲା ଏସପି(ଇନଚାର୍ଜ) ଭାବେ ବଦଳି କରାଯାଇଛି।
ସେହିପରି ଓପିଏସ୍ ସୁବ୍ରତ ମହାନ୍ତିଙ୍କୁ ଭୁବନେଶ୍ୱର ଏସଆଇଡବ୍ଲ୍ୟୁ ଏସପି, ବିନୟକୃଷ୍ଣ କାମିଲାଙ୍କୁ କ୍ରାଇମବ୍ରାଂଚ ଏସପି ଏବଂ ଏକେ ଜେନାଙ୍କୁ ରାଉରକେଲା ରେଳବାଇ ଏସପି(ଇନଚାର୍ଜ) ଭାବେ ବଦଳି କରାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ମନ୍ତ୍ରୀ ନବ ଦାସ ହତ୍ୟା ମାମଲା: ଅଡ଼ୁଆରେ ମୋହନ ସରକାର, ଆଗରେ ୯ଟି ପ୍ରଶ୍ନ
ପୁଲିସ ଜରିଆରେ ତାଙ୍କ ପିତାଙ୍କୁ ହତ୍ୟା କରାଯାଇଛି ବୋଲି ଦୀପାଳି ଗତ ୩ ଦିନ ତଳେ କହିଲେ, କିନ୍ତୁ ସେତେବେଳେ କିଏ ସେ ତୃତୀୟ ମହଲାର ଆଇପିଏସ୍ ଅଫିସର ଯିଏ ପୁଲିସକୁ ନିୟନ୍ତ୍ରଣରେ ରଖିଥିଲେ ଓ ତାଙ୍କ ଭୂମିକା ଏହି ହତ୍ୟାକାଣ୍ଡରେ କ’ଣ ଥିଲା କାହିଁକି ତାହା ଯାଂଚ କ୍ରାଇମବ୍ରାଂଚ କଲାନି କି ବର୍ତ୍ତମାନର ବିଜେପି ସରକାର କରୁନାହାନ୍ତି?
Miscellaneous
ଉଦୟଗିରି ଓ ରତ୍ନଗିରିରେ ଏକାଠୀ ହେଲେ ୧୭ ଦେଶର ୧୫୦୦ ବୌଦ୍ଧ ଧର୍ମାବଲମ୍ବୀ
ଆସନ୍ତା ୧୬ ତାରିଖରେ ଏହି କାର୍ଯ୍ୟକ୍ରମ ଉଦ୍ଯାପିତ ହେବ। ଏଥିରେ ବାଚସ୍ପତି ସୁରମା ପାଢୀ ଓ ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
Entertainment
ମଞ୍ଚରେ ଚଢ଼ିବେନି ସାହୁ ଭାଉଜ, ନିଶା ମହାରଣାଙ୍କ ଭଳି ନୃତ୍ୟାଙ୍ଗନା
ଯାତ୍ରା ମହାକୁମ୍ଭରେ ହେବନି ଅଶ୍ଲୀଳ ନୃତ୍ୟ। ଆଜି ଖଣ୍ଡଗିରି ଥାନା ପରିସରରେ ବସିଥିବା ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ବାରମ୍ବାର ଅଭିଯୋଗ ପରେ ମଧ୍ୟ ଯାତ୍ରା ଜଗତକୁ କଳଙ୍କିତ କରୁଥିଲେ କିଛି ନୃତ୍ୟଶିଳ୍ପୀ।