ଦିଲ୍ଲୀପ ତିର୍କୀଙ୍କୁ ନୂଆ ଦାୟିତ୍ୱ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦିଲ୍ଲୀପ ତିର୍କୀଙ୍କୁ ମିଳିଲା ନୂଆ ଦାୟିତ୍ୱ। ତାଙ୍କୁ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମର ଅଧ୍ୟକ୍ଷ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଏହି ଦାୟିତ୍ୱ ଦେଇଛନ୍ତି। ଭାରତୀୟ ହକି ଟିମ୍‌ର ପୂର୍ବତନ ଅଧିନାୟକ ଦିଲ୍ଲୀପ ତିର୍କୀ ୨୦୧୨ ମସିହାରେ ବିଜେଡି ଟିକେଟରେ ରାଜ୍ୟସଭାକୁ ଯାଇଥିଲେ। ସେ ଚଳିତ ବର୍ଷ ଏପ୍ରିଲ ମାସରେ ରାଜ୍ୟସଭାରୁ ଅବସର ନେଇଥିଲେ। ୧୯୯୫ ମସିହାରେ ଇଂଲଣ୍ଡ ବିପକ୍ଷରେ ଡେବ୍ୟୁ ମ୍ୟାଚ୍ ଖେଳିଥିବା ଦିଲ୍ଲୀପ ମୋଟ ୪୧୨ଟି ମ୍ୟାଚ୍ ଖେଳିଛନ୍ତି। […]

dilip

Rakesh Mallick
  • Published: Friday, 18 May 2018
  • , Updated: 18 May 2018, 02:35 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦିଲ୍ଲୀପ ତିର୍କୀଙ୍କୁ ମିଳିଲା ନୂଆ ଦାୟିତ୍ୱ। ତାଙ୍କୁ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମର ଅଧ୍ୟକ୍ଷ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଏହି ଦାୟିତ୍ୱ ଦେଇଛନ୍ତି।

ଭାରତୀୟ ହକି ଟିମ୍‌ର ପୂର୍ବତନ ଅଧିନାୟକ ଦିଲ୍ଲୀପ ତିର୍କୀ ୨୦୧୨ ମସିହାରେ ବିଜେଡି ଟିକେଟରେ ରାଜ୍ୟସଭାକୁ ଯାଇଥିଲେ। ସେ ଚଳିତ ବର୍ଷ ଏପ୍ରିଲ ମାସରେ ରାଜ୍ୟସଭାରୁ ଅବସର ନେଇଥିଲେ।

୧୯୯୫ ମସିହାରେ ଇଂଲଣ୍ଡ ବିପକ୍ଷରେ ଡେବ୍ୟୁ ମ୍ୟାଚ୍ ଖେଳିଥିବା ଦିଲ୍ଲୀପ ମୋଟ ୪୧୨ଟି ମ୍ୟାଚ୍ ଖେଳିଛନ୍ତି। ସେ ୧୯୯୬, ୨୦୦୦ ଓ ୨୦୦୪ ଅଲିମ୍ପିକରେ ଭାରତୀୟ ହକି ଦଳରେ ସାମିଲ ଥିଲେ।

Related story