ଫାଷ୍ଟ ଇୟର୍‌ ଫେଲ ହେଲେ ସେକେଣ୍ଡ ଇୟର୍‌ ମନା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଯୁକ୍ତ ୨ ପିଲାଙ୍କ ପାଇଁ କଡ଼ାକଡ଼ି ହେଲା ପରୀକ୍ଷା ନିୟମ। ପ୍ରଥମ ବର୍ଷ ପରୀକ୍ଷାରେ ପାସ୍ ନକଲେ ଦ୍ୱିତୀୟ ବର୍ଷ ଦେଇପାରିବେନି ଛାତ୍ରଛାତ୍ରୀ। ଦ୍ୱିତୀୟ ବର୍ଷକୁ ଯିବା ଲାଗି ପ୍ରଥମ ବର୍ଷରେ ୩୩% ମାର୍କ ଜରୁରୀ ହେବ। ପରୀକ୍ଷା ପାସ୍ ପାଇଁ ପ୍ରଥମ ବର୍ଷ ପିଲାଙ୍କୁ ମିଳିବ ୨ଟି ସୁଯୋଗ। ଫେବ୍ରୁଆରୀ ୧୫ରୁ ୨୯ ମଧ୍ୟରେ ପ୍ରଥମ ପରୀକ୍ଷା ପାଇଁ ସୁଯୋଗ ମିଳିବ। ୩୩%ରୁ କମ୍ ରଖିଥିବା ପିଲାଙ୍କ ପାଇଁ ହେବ ରିମେଡିଆଲ କ୍ଲାସ୍। ଦ୍ୱିତୀୟ […]

mm

Tapas Behera
  • Published: Tuesday, 14 January 2020
  • , Updated: 15 January 2020, 08:56 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଯୁକ୍ତ ୨ ପିଲାଙ୍କ ପାଇଁ କଡ଼ାକଡ଼ି ହେଲା ପରୀକ୍ଷା ନିୟମ। ପ୍ରଥମ ବର୍ଷ ପରୀକ୍ଷାରେ ପାସ୍ ନକଲେ ଦ୍ୱିତୀୟ ବର୍ଷ ଦେଇପାରିବେନି ଛାତ୍ରଛାତ୍ରୀ। ଦ୍ୱିତୀୟ ବର୍ଷକୁ ଯିବା ଲାଗି ପ୍ରଥମ ବର୍ଷରେ ୩୩% ମାର୍କ ଜରୁରୀ ହେବ। ପରୀକ୍ଷା ପାସ୍ ପାଇଁ ପ୍ରଥମ ବର୍ଷ ପିଲାଙ୍କୁ ମିଳିବ ୨ଟି ସୁଯୋଗ।

ଫେବ୍ରୁଆରୀ ୧୫ରୁ ୨୯ ମଧ୍ୟରେ ପ୍ରଥମ ପରୀକ୍ଷା ପାଇଁ ସୁଯୋଗ ମିଳିବ। ୩୩%ରୁ କମ୍ ରଖିଥିବା ପିଲାଙ୍କ ପାଇଁ ହେବ ରିମେଡିଆଲ କ୍ଲାସ୍। ଦ୍ୱିତୀୟ ସୁଯୋଗ ଭାବେ ମେ ଶେଷ ସପ୍ତାହରେ ପରୀକ୍ଷା କରାଯିବ। ଦ୍ୱିତୀୟ ବର୍ଷ ଢାଞ୍ଚାରେ ପ୍ରଥମ ବର୍ଷ ପରୀକ୍ଷା ହେବ। କଲେଜଗୁଡ଼ିକ ପ୍ରଥମ ବର୍ଷ ରେଜଲ୍ଟ ନିର୍ଦ୍ଦେଶାଳୟକୁ ଜଣାଇ ପାରିବେ । ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ।

Related story