୫୦ କିମିରୁ ଅଧିକ ବେଗରେ ଗଲେ ୭ ହଜାର ଜରିମାନା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଏଣିକି ଗାଡ଼ିର ବେଗରେ ଲାଗିବ ବ୍ରେକ୍।  ଦ୍ରୁତ ଗତିରେ ଗାଡ଼ି ଚଳାଇଲେ ଗଣିବେ ମୋଟା ଅଙ୍କର ଫାଇନ୍। ଘଣ୍ଟା ପ୍ରତି ୫୦ କିଲୋମିଟର ବେଗରୁ ଅଧିକ ଚଳାଉଥିଲେ ୭ ହଜାର ଟଙ୍କାର ଜରିମାନା ଗଣିବାକୁ ପଡ଼ିବ। ଏପରିକି ଆବଶ୍ୟକ ପଡ଼ିଲେ ଡ୍ରାଇଭିଂ ଲାଇସେନ୍ସ ମଧ୍ୟ ବାତିଲ କରାଯାଇପାରେ। ରାଜଧାନୀରେ ବଢୁଥିବା ଦୁର୍ଘଟଣାକୁ ଦୃଷ୍ଟିରେ ଏମିତି କିଛି କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଇଛି। ଏପରିକି ୩ ଥର ଦ୍ରୁତ ଗତିରେ ଗାଡ଼ି ଚଳାଇ ଧରା […]

Traffic rule

Ordigital Desk
  • Published: Tuesday, 22 February 2022
  • , Updated: 22 February 2022, 06:27 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଏଣିକି ଗାଡ଼ିର ବେଗରେ ଲାଗିବ ବ୍ରେକ୍।  ଦ୍ରୁତ ଗତିରେ ଗାଡ଼ି ଚଳାଇଲେ ଗଣିବେ ମୋଟା ଅଙ୍କର ଫାଇନ୍। ଘଣ୍ଟା ପ୍ରତି ୫୦ କିଲୋମିଟର ବେଗରୁ ଅଧିକ ଚଳାଉଥିଲେ ୭ ହଜାର ଟଙ୍କାର ଜରିମାନା ଗଣିବାକୁ ପଡ଼ିବ। ଏପରିକି ଆବଶ୍ୟକ ପଡ଼ିଲେ ଡ୍ରାଇଭିଂ ଲାଇସେନ୍ସ ମଧ୍ୟ ବାତିଲ କରାଯାଇପାରେ। ରାଜଧାନୀରେ ବଢୁଥିବା ଦୁର୍ଘଟଣାକୁ ଦୃଷ୍ଟିରେ ଏମିତି କିଛି କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଇଛି। ଏପରିକି ୩ ଥର ଦ୍ରୁତ ଗତିରେ ଗାଡ଼ି ଚଳାଇ ଧରା ପଡିଲେ ଲାଇସେନ୍ସକୁ ସବୁ ଦିନ ପାଇଁ ରଦ୍ଦ କରାଯିବ।

ଦ୍ରୁତଗାଡ଼ି ଚାଳକଙ୍କୁ ଧରିବା ପାଇଁ ରାଜଧାନୀର ୧୩ଟି ପ୍ରମୁଖ ଛକରେ ଅତ୍ୟାଧୁନିକ ଏନଏନପିଆର ସିସିଟିଭି କ୍ୟାମେରା ଖଞ୍ଜା ଯାଇଛି। ସ୍ମାର୍ଟସିଟି ଲିମିଟେଡ୍ ପକ୍ଷରୁ ଏହି କ୍ୟାମେରା ବିଭିନ୍ନ ଛକରେ ଲାଗିଛି। କ୍ୟାମେରା ଫଟୋ ଉଠାଇବ, ଆଉ ଆପଣଙ୍କ ମୋବାଇଲକୁ ଚାଲାଣ ଯିବ। କୌଣସି ପରିସ୍ଥିତିରେ ମଧ୍ୟ ନିୟମ ଉଲଙ୍ଘନକାରୀ ଆଉ ବର୍ତ୍ତି ପାରିବେ ନାହିଁ । ପଟିଆ, କିଟ୍ ଛକ, ପାୱାର ହାଉସ ଛକ, ଶିଶୁ ଭବନ ଛକ, କ୍ୟାପିଟାଲ ହସ୍‌ପିଟାଲ୍‌ ଛକ, ରାଜମହଲ, ନାକା ଗେଟ୍, ଟ୍ରାଇଡେଣ୍ଟ ହୋଟେଲ, ବାଣୀବିହାର ଠାରୁ ଶିଶୁଭବନ, କିଟ୍ କ୍ୟାମ୍ପସ ନମ୍ବର ୩, କଳିଙ୍ଗ ଷ୍ଟାଡିୟମ ଓ ଶାସ୍ତ୍ରୀ ନଗର ଛକ ଆଦି ସ୍ଥାନରେ ଏହି ହାଇପାୱାର କ୍ୟାମେରା ଲାଗିଛି ।

ଏମିକି କିଛି ନୂଆ ଟ୍ରାଫିକ ନିୟମକୁ ନେଇ କିନ୍ତୁ ସାଧାରଣ ଲୋକଙ୍କୁ ମିଶ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି । କିଛି ଏହାକୁ ସ୍ୱାଗତ କରିଛନ୍ତି । “ଏହା ଦ୍ୱାରା ଦ୍ରୁତି ଗତିରେ ଗାଡି ଚଳାଉଥିବା ଲୋକଙ୍କ ଉପରେ ରୋକ୍ ଲାଗି ପାରିବ ଏବଂ ଦୁର୍ଘଟଣାକୁ ଏଡ଼ା ଯାଇ ପାରିବ ବୋଲି କହିଛନ୍ତି ।“ ଅପର ପକ୍ଷେ କିଛି ଚାଳକଙ୍କ କହିବା କଥା, ”୭ ହଜାର ଟଙ୍କାର ଫାଇନ୍ ବହୁତ ଅଧିକ ହେଉଛି । କାହାର କିଛି ସୁବିଧା ଅସୁବିଧା ଥାଇ ପାରେ। ସାଧାରଣ ଲୋକଙ୍କ ଉପରେ ଏମିତି ବୋଝ ଲଦିଲେ, ଲୋକ ଖାଇବାକୁ ପାଇବେନି । ଶେଷରେ ପେଟରେ ଓଦା କପଡା ଦେଇ ଶୋଇବେ।“ ଜଣେ କାର ଚାଳକ କହିଛନ୍ତି, “ସିସିଟିଭି କ୍ୟାମେରାରେ କେମିତି ସ୍ପିଡ୍‌ ମାପିବେ ସରକାର ? କେତେ ସ୍ଥାନରେ ଏମିତି ସୁବିଧା ରହିଛି? ପ୍ରକୃତ ଦୋଷୀତ ଧରା ପଡିବେନି। ଅଯଥାରେ ସାଧାରଣ ଗରିବ ଲୋକ ହଇରାଣ ହେବେ।”

ତେବେ ଡ୍ରାଇଭିଂ ଲାଇସେନ୍ସଧାରୀଙ୍କ ପାଇଁ ଜରିମାନାରେ ସାମନ୍ୟ କୋହଳ କରାଯାଇଛି । ନିୟମ ଉଲଙ୍ଘନକାରୀ ଲାଇସେନ୍ସ ଦେଖାଇଲେ, ଜରିମାନା ୨ ହଜାର ଟଙ୍କାକୁ କମାଇ ଦିଆଯିବ । କିନ୍ତୁ ଲାଇସେନ୍ସକୁ ୩ ମାସ ପାଇଁ ବାତିଲ କରାଯିବ । ପୂର୍ବରୁ ମଧ୍ୟ ନୂଆ ପରିବହନ ନିୟମକୁ ରାଜ୍ୟରେ କଡା କଡି ଭାବେ ଲାଗୁ କରିଥିଲା ବିଭାଗ ଏବଂ ମୋଟ ଅଙ୍କର ଜୋରିମାନା ଗଣିଥିଲେ ଜନତା। ଏବେ ପୁଣି ଦୁର୍ଘଟଣା କମାଇବାକୁ ଯାଇ ଯେଉଁ ନୂଆ ଥିଓରୀ ଆପଣାଇଛି ବିଭାଗ, ଆଗାମୀ ଦିନରେ ଏହାକୁ ନେଇ ମଧ୍ୟ ଜନ ଅସନ୍ତୋଷ ତେଜିପାରେ। କାରଣ ପ୍ରତିଟି ନିୟମରେ କେବଳ ସାଧାରଣ ଲୋକ ହଇରାଣ ହେଉଛନ୍ତି।

ଟ୍ରାଫିକ ନିୟନ୍ତ୍ରଣ ପାଇଁ ରାଜଧାନୀର ୬୫ଟି ସ୍ଥାନରେ ୨୯୨ଟି ସିସିଟିଭି ଲଗାଇଥିଲା କମିଶନରେଟ୍ ପୁଲିସ । କିନ୍ତୁ ସମୟ କ୍ରମେ ଏଥିରୁ ୫୦ ପ୍ରତିଶତ କ୍ୟାମେରା ଅଚଳ ହୋଇଗଲା । ଏବେ ପୁଣି ସ୍କାର୍ଟ ସିଟି ପ୍ରୋଜେକ୍ଟରେ ରାଜଧାନୀରେ ପ୍ରଥମ ପର୍ଯ୍ୟାୟରେ ୧୩ଟି ଛକରେ ଲାଗିଛି କ୍ୟାମେରା। ତେବେ ୧୫୯ ଟି ସ୍ଥାନରେ ୫୯୨ଟି ସିସିଟିଭି ଲାଇବାକୁ ଲକ୍ଷ୍ୟ ରଖିଛି ସ୍ମାର୍ଟସିଟି ଲିମିଟେଡ୍।

Related story