ଚିନ୍ମୟୀଙ୍କ ସଫେଇ ‘ବିବାହ ପରଠୁ ଆଦିତ୍ୟଙ୍କ ସହ କୌଣସି ସମ୍ପର୍କ ନ ଥିଲା’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ଘଟଣାକୁ ନେଇ ସସ୍‌ପେନ୍ସ ଲାଗି ରହିଥିବା ବେଳେ ଏବେ ସମସ୍ତଙ୍କ ନଜର କେନ୍ଦ୍ରୀଭୂତ ହୋଇଛି ଚିନ୍ମୟୀ ମହାପାତ୍ରଙ୍କ ଉପରେ। ପୁଅର ମୃତ୍ୟୁ ପାଇଁ  ଆଦିତ୍ୟଙ୍କ ପରିବାର ଚିନ୍ମୟୀଙ୍କୁ ଦୋଷ ଦେଉଥିବା ବେଳେ ସେ ଏନେଇ ଗଣମାଧ୍ୟମକୁ ଦେଇଛନ୍ତି ନୂଆ  ସୂଚନା।   ଆଦିତ୍ୟ ଓ ତାଙ୍କ ଭିତରେ ପ୍ରେମ ସଂପର୍କ ଥିବା ଘଟଣାକୁ ସ୍ୱୀକାର କରୁଥିବା ଚିନ୍ମୟୀ କିନ୍ତୁ ତାଙ୍କ ପରିବାର ଲୋକଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି । […]

chun-a

chun-a

Niharika Rout
  • Published: Saturday, 05 September 2020
  • Updated: 05 September 2020, 10:21 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ଘଟଣାକୁ ନେଇ ସସ୍‌ପେନ୍ସ ଲାଗି ରହିଥିବା ବେଳେ ଏବେ ସମସ୍ତଙ୍କ ନଜର କେନ୍ଦ୍ରୀଭୂତ ହୋଇଛି ଚିନ୍ମୟୀ ମହାପାତ୍ରଙ୍କ ଉପରେ। ପୁଅର ମୃତ୍ୟୁ ପାଇଁ  ଆଦିତ୍ୟଙ୍କ ପରିବାର ଚିନ୍ମୟୀଙ୍କୁ ଦୋଷ ଦେଉଥିବା ବେଳେ ସେ ଏନେଇ ଗଣମାଧ୍ୟମକୁ ଦେଇଛନ୍ତି ନୂଆ  ସୂଚନା।

 

ଆଦିତ୍ୟ ଓ ତାଙ୍କ ଭିତରେ ପ୍ରେମ ସଂପର୍କ ଥିବା ଘଟଣାକୁ ସ୍ୱୀକାର କରୁଥିବା ଚିନ୍ମୟୀ କିନ୍ତୁ ତାଙ୍କ ପରିବାର ଲୋକଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି । ଚିନ୍ମୟୀଙ୍କ କହିବାନୁଯାୟୀ, ପ୍ରଥମେ ଫେସବୁକ୍ରୁ ବନ୍ଧୁତା ଆଉ ତାପରେ ପ୍ରେମିକା ହୋଇଥିଲେ ଚିନ୍ମୟୀ । ଆଦିତ୍ୟଙ୍କ ଆଶ୍ରମକୁ ବି ସେ ଏକାଧିକ ଥର ଯାଇଛନ୍ତି।  ୨୦୧୯ ଡିସେମ୍ବର ଯାଏ ଆଦିତ୍ୟ ତାଙ୍କୁ ବିବାହ କରିବା ଲାଗି ରାଜିଥିଲେ। ହେଲେ ୨୦୨୦ ଜାନୁଆରୀରୁ ଆଦିତ୍ୟ ତାଙ୍କଠାରୁ ଦୂରେଇବାକୁ ଆରମ୍ଭ କରିଥିଲେ ।  ବିବାହ ପରଠୁ କିନ୍ତୁ ଆଦିତ୍ୟଙ୍କ ସହ କୌଣସି ସମ୍ପର୍କ ରଖିନଥିଲେ ବୋଲି ଚିନ୍ମୟୀ କହିଛନ୍ତି ।

ଆତ୍ମହତ୍ୟାକୁ ବିରୋଧ କରୁଥିବା ଓ ଆତ୍ମହତ୍ୟା ନ କରିବାକୁ ଅନ୍ୟକୁ ବୁଝାଉଥିବା ଆଦିତ୍ୟ କେବେ ଆତ୍ମହତ୍ୟା କରି ନଥାଇପାରନ୍ତି  ବୋଲି ଦୃଢୋକ୍ତିର ସହ କହିଛନ୍ତି ଚିନ୍ମୟୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos