କାର ଭିତରେ ଦୁଷ୍କର୍ମ ନା ମିଛ ନାଟକ ! କିଏ କହୁଛି ସତ

ଖୋର୍ଦ୍ଧା (ଓଡ଼ିଶା ରିପୋର୍ଟର):ରହସ୍ୟ ଭିତରେ ଖୋର୍ଦ୍ଧା ଦୁଷ୍କର୍ମ ଅଭିଯୋଗ ଘଟଣା। ଗତକାଲି ସନ୍ଧ୍ୟାରେ ଜଣେ ଯୁବତୀଙ୍କୁ ଚଳନ୍ତା କାରରେ ଦୁଷ୍କର୍ମ ପରେ ଦୁର୍ବୃତ୍ତ ରାସ୍ତାରେ ଫିଙ୍ଗି ଦେଇଥିବା ଅଭିଯୋଗ ଘଟଣାର ତନାଘନା କରୁଛି କମିଶନରେଟ୍ ପୋଲିସ । ଏହି ମାମଲାରେ ଜଣେ ଅଭିଯୁକ୍ତଙ୍କୁ ଅଟକ ରଖି ପୋଲିସ୍ ପଚରାଉଚରା କରୁଛି। ସେପଟେ ଯୁବତୀଙ୍କୁ ଦୁଷ୍କର୍ମ ହୋଇନି ବରଂ ଧାର ଟଙ୍କା ନଫେରାଇ ଯୁବତୀ ଜଣକ ଏଭଳି ନାଟକ ରଚନା କରିଥିବା ଅଭିଯୁକ୍ତଙ୍କ ପରିବାର ଲୋକେ କହିଛନ୍ତି। ଖୋର୍ଦ୍ଧାରେ […]

v-9081

Tapas Behera
  • Published: Thursday, 07 November 2019
  • , Updated: 07 November 2019, 08:49 PM IST

ଖୋର୍ଦ୍ଧା (ଓଡ଼ିଶା ରିପୋର୍ଟର):ରହସ୍ୟ ଭିତରେ ଖୋର୍ଦ୍ଧା ଦୁଷ୍କର୍ମ ଅଭିଯୋଗ ଘଟଣା। ଗତକାଲି ସନ୍ଧ୍ୟାରେ ଜଣେ ଯୁବତୀଙ୍କୁ ଚଳନ୍ତା କାରରେ ଦୁଷ୍କର୍ମ ପରେ ଦୁର୍ବୃତ୍ତ ରାସ୍ତାରେ ଫିଙ୍ଗି ଦେଇଥିବା ଅଭିଯୋଗ ଘଟଣାର ତନାଘନା କରୁଛି କମିଶନରେଟ୍ ପୋଲିସ । ଏହି ମାମଲାରେ ଜଣେ ଅଭିଯୁକ୍ତଙ୍କୁ ଅଟକ ରଖି ପୋଲିସ୍ ପଚରାଉଚରା କରୁଛି। ସେପଟେ ଯୁବତୀଙ୍କୁ ଦୁଷ୍କର୍ମ ହୋଇନି ବରଂ ଧାର ଟଙ୍କା ନଫେରାଇ ଯୁବତୀ ଜଣକ ଏଭଳି ନାଟକ ରଚନା କରିଥିବା ଅଭିଯୁକ୍ତଙ୍କ ପରିବାର ଲୋକେ କହିଛନ୍ତି।

ଖୋର୍ଦ୍ଧାରେ ଚଳନ୍ତା କାରରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ ଘଟଣାରେ କିଏ ଠିକ୍? ଏତଲାରେ ଯୁବତୀ ଆଣିଥିବା ଅଭିଯୋଗ ନା ଅଭିଯୁକ୍ତଙ୍କ ପରିବାର ଲୋକେ ଯୁବତୀଙ୍କ ବିରୋଧରେ ଉଠାଇଥିବା ଆରୋପ ? ୨୪ ଘଣ୍ଟା ଭିତରେ ଏ ମାମଲା ଏବେ ଭିନ୍ନ ମୋଡ଼ ନେବାରୁ ଅଡୁଆରେ କମିଶରେଟ୍ ପୋଲିସ । ଗତକାଲି ସନ୍ଧ୍ୟାରେ ଖୋର୍ଦ୍ଧା ପିଏନ୍ କଲେଜ୍ ସାମ୍ନା ଜାତୀୟ ରାଜପଥ କଡ଼ରେ ୨ ଜଣ ଯୁବକ ତାଙ୍କୁ କାରରୁ ଫିଙ୍ଗି ଦେଇଥିବା ଅଭିଯୋଗ ଆଣିଥିଲେ ଯୁବତୀ। ପରେ ଖୋର୍ଦ୍ଧା ମେଡିକାଲରେ ପୋଲିସକୁ ଦେଇଥିବା ଏତଲାରେ ତାଙ୍କୁ ଦୁଷ୍କର୍ମ କରାଯାଇଥିବା ସଙ୍ଗୀନ ଅଭିଯୋଗ ବି ଆଣିଥିଲେ । ଅଭିଯୋଗ ଆଧାରରେ ଖୋର୍ଦ୍ଧା ପୋଲିସ ଏ ମାମଲାରେ ଜଟଣୀ ଅଞ୍ଚଳର ସୌମ୍ୟ ରଞ୍ଜନ ମହାନ୍ତି ନାମକ ଜଣେ ଯୁବକଙ୍କୁ ଅଟକ ସହ ସଂପୃକ୍ତ କାରକୁ ବି ଜବତ କରିଛି। ତେବେ ମାମଲା ଆଜି ଖଣ୍ଡଗିରି ଥାନାକୁ ସ୍ଥାନାନ୍ତର ପରେ ଏଠାକୁ ଆସି ଅଭିଯୋଗକାରିଣୀଙ୍କ ବିରୋଧରେ ମୁହଁ ଖୋଲିଛନ୍ତି ଅଭିଯୁକ୍ତଙ୍କ ପରିବାର ଲୋକେ।

ଗୋଟିଏ ପଟେ ଯୁବତୀଙ୍କ ଅଭିଯୋଗ ଅତ୍ୟନ୍ତ ସମ୍ବେଦନଶୀଳ ହୋଇଥିବା ବେଳେ ଓ ଅନ୍ୟପଟେ ଘଟଣାକୁ ନେଇ ଆରୋପ, ପ୍ରତ୍ୟାରୋପ । ପରେ ମାମଲାର ସବୁ ଦିଗକୁ ନେଇ ତଦନ୍ତ କରାଯାଉଥିବା କହିଛି ପୋଲିସ । ପ୍ରଥମେ ଖଣ୍ଡଗିରି ଥାନା ଓ ପରେ ଭୁବନେଶ୍ୱର କୋର୍ଟରେ ଯୁବତୀଙ୍କ ବୟାନ ରେକର୍ଡ କରାଯାଇଛି।  ଗତକାଲି ଖୋର୍ଦ୍ଧା ମେଡିକାଲରେ ଯୁବତୀଙ୍କ ଡାକ୍ତରୀ ମାଇନା ସରିଥିବାରୁ ଏବେ ସେ ରିପୋର୍ଟକୁ ଅପେକ୍ଷା କରିଛି ପୋଲିସ । ଏଣେ ଘଟଣା ଗଣମାଧ୍ୟମରେ ପ୍ରଚାର ପରେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଖଣ୍ଡଗିରି ଥାନାକୁ ଯାଇ ଯୁବତୀଙ୍କ ଅଭିଯୋଗ ଶୁଣିବା ସହ ପୋଲିସ ସହ ଆଲୋଚନା କରି ମାମଲା ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି।

Related story