ନୂଆବର୍ଷ ଲାଗି ନନ୍ଦନକାନନରେ ସ୍ୱତନ୍ତ୍ର ବ୍ୟବସ୍ଥା

ଭୁବନେଶ୍ୱର: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ନୂଆବର୍ଷ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସହ ନୂଆ ବ୍ୟବସ୍ଥା କରାଯାଇଛି। ନୂଆବର୍ଷରେ ଏହି ପ୍ରାଣୀ ଉଦ୍ୟାନକୁ ୫୦ ହଜାର ଦର୍ଶକଙ୍କ ଆଗମନକୁ ଆଖିରେ ରଖି କର୍ତ୍ତୃପକ୍ଷ ଏହି ବ୍ୟବସ୍ଥା କରିଛନ୍ତି। ୬ଟି ଟିକେଟ କାଉଣ୍ଟର ବଦଳରେ ନୂଆବର୍ଷରେ ୧୦ଟି କାଉଣ୍ଟରରୁ ଲୋକେ ଟିକେଟ ସଂଗ୍ରହ କରିବେ। ୬ଟି ଇଲେକଟ୍ରୋନିକ ଗେଟ୍ ମାଧ୍ୟମରେ ଲୋକେ ପ୍ରବେଶ କରୁଥିବା ବେଳେ ନୂଆବର୍ଷରେ ଅନ୍ୟ ୨ଟି ମାନୁଆଲ୍ ଗେଟ୍ ମଧ୍ୟ ଖୋଲାଯିବ। ଜୀବଜନ୍ତୁଙ୍କ […]

nadankana

Rakesh Mallick
  • Published: Friday, 01 January 2016
  • , Updated: 01 January 2016, 03:19 AM IST

ଭୁବନେଶ୍ୱର: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ନୂଆବର୍ଷ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସହ ନୂଆ ବ୍ୟବସ୍ଥା କରାଯାଇଛି। ନୂଆବର୍ଷରେ ଏହି ପ୍ରାଣୀ ଉଦ୍ୟାନକୁ ୫୦ ହଜାର ଦର୍ଶକଙ୍କ ଆଗମନକୁ ଆଖିରେ ରଖି କର୍ତ୍ତୃପକ୍ଷ ଏହି ବ୍ୟବସ୍ଥା କରିଛନ୍ତି। ୬ଟି ଟିକେଟ କାଉଣ୍ଟର ବଦଳରେ ନୂଆବର୍ଷରେ ୧୦ଟି କାଉଣ୍ଟରରୁ ଲୋକେ ଟିକେଟ ସଂଗ୍ରହ କରିବେ। ୬ଟି ଇଲେକଟ୍ରୋନିକ ଗେଟ୍ ମାଧ୍ୟମରେ ଲୋକେ ପ୍ରବେଶ କରୁଥିବା ବେଳେ ନୂଆବର୍ଷରେ ଅନ୍ୟ ୨ଟି ମାନୁଆଲ୍ ଗେଟ୍ ମଧ୍ୟ ଖୋଲାଯିବ। ଜୀବଜନ୍ତୁଙ୍କ ସୁରକ୍ଷା ଓ ପର୍ଯ୍ୟଟକଙ୍କ ଉପରେ ନଜର ରଖିବାକୁ ଦୁଇଟି ସ୍ୱତନ୍ତ୍ର ସ୍କ୍ୱାଡ୍ ଗଠନ କରାଯାଇଛି। ନନ୍ଦନକାନନର ସମସ୍ତ କର୍ମଚାରୀଙ୍କ ସହ ପୋଲିସ, ଅଗ୍ନିଶମ ବିଭାଗ, ମେଡ଼ିକାଲ୍ ୟୁନିଟ୍, ଓଡ୍ରାଫକୁ ମଧ୍ୟ ନନ୍ଦନକାନନ ପରିସରରେ ନିୟୋଜିତ କରାଯିବ ବୋଲି ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।

Related story