ନୂଆବର୍ଷରେ ବଦଳିଲା ଅଗ୍ନିଶମ ବାହିନୀର ଡ୍ରେସକୋଡ୍
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନୂଆ ବର୍ଷରେ ନୂଆ ଲୁକ୍ରେ ଆସିଛନ୍ତି ଅଗ୍ନିଶମ ବାହିନୀ। ବଦଳିଲା ଅଗ୍ନିଶମ ବାହିନୀର ଡ୍ରେସକୋଡ୍। ପରୀକ୍ଷାମୂଳକ ଭାବେ କଟକ-ଭୁବନେଶ୍ୱରରେ ଥିବା ସମସ୍ତ ଦମକଳ କେନ୍ଦ୍ରର କର୍ମଚାରୀ ନିଆଁ ଲିଭାଇବା ବେଳେ ବ୍ୟବହାର କରିବେ ଏକ ସ୍ୱତନ୍ତ୍ର ଧରଣର ପୋଷାକ।
New year ,New look.odisha Fire Service will look like this onwards. An irresistible force in resistive apparel. A step towards capacity building. @DGFS_HGs_CD ,@SRC_Odisha @homeodisha pic.twitter.com/kV03Jz2SwQ
— Director, OFDRA, BBSR (@dir_ofdra) January 1, 2021
ଏହି ନୂଆ ପୋଷାକକୁ ପ୍ରକ୍ସିମେଟେଡ୍ ସୁଟ୍ କୁହାଯାଉଛି। ତିନି ଥାକିଆ ସୁରକ୍ଷା ବିଶିଷ୍ଟ ଏହି ଡ୍ରେସକୋଡ୍ରେ ନିଆଁ ଲିଭା ବେଳେ ନିଆଁ ଝାସ ସମ୍ଭାଳିବାର କ୍ଷମତା ରଖୁଛି। ଏଥିସହ ଡ୍ରେସକୋଡ୍ରେ ହେଲମେଟ୍ ମଧ୍ୟ ରହିଛି। ଫଳରେ ଅଗ୍ନିକାଣ୍ଡ ବେଳେ କର୍ମଚାରୀମାନେ ବିନା ଦ୍ୱିଧାରେ ନିଆଁ ଭିତରେ ପଶି ଧନଜୀବନ ରକ୍ଷା କରିପାରିବା ସହ ନିଜେ ମଧ୍ୟ ନିଆଁରୁ ସୁରକ୍ଷିତ ରହିପାରିବେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।