ରାସ୍ତାକଡ଼ରୁ ନବଜାତ ଶିଶୁକନ୍ୟା ଉଦ୍ଧାର

ବାଲେଶ୍ୱର,(ରଶ୍ମି ରଞ୍ଜନ ଦାସ): ବାଲେଶ୍ୱର ସହର ଉପକଣ୍ଠ ଫୁଲାଡ଼ିରୁ ରାସ୍ତାକଡ଼ରୁ ଏକ ନବଜାତ ଶିଶୁକନ୍ୟାକୁ ଉଦ୍ଧାର କରାଯାଇଛି। ଗତକାଲି ରାତି ପ୍ରାୟ ସାଢ଼େ ୧୦ଟା ବେଳେ ଦୁଇ ଜଣ ବ୍ୟକ୍ତି ଶିଶୁକନ୍ୟାଟିକୁ ଉଦ୍ଧାର କରିଥିଲେ।  ସେମାନେ ସେହି ବାଟ ଦେଇ ଗଲା ବେଳେ ଶିଶୁଟିକୁ ଦେଖିଥିଲେ। ଶିଶୁଟିକୁ ଉଦ୍ଧାର କରି ସେମାନେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ଯାଇଥିଲେ। ସେଠାରେ ଶିଶୁଟିର ଚିକିତ୍ସା ଚାଲିଛି। ଡାକ୍ତରଖାନା କର୍ତ୍ତୃପକ୍ଷ ଏ ବିଷୟରେ ପୋଲିସ୍‌କୁ ମଧ୍ୟ ଅବଗତ କରାଇଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।